www.samajalive.in
Friday, December 12, 2025
19.1 C
Bhubaneswar

ଝାରସୁଗୁଡ଼ାରେ ପ୍ରଥମ କରୋନା​‌ ମୃତ୍ୟୁ

କୋଲାବିରା: ଝାରସୁଗୁଡା ଜିଲା କୋଲାବିରା ବ୍ଲକ ରଘୁନାଥପାଲି ଗ୍ରାମରେ ଜିଲାର ପ୍ରଥମ କୋଭିଡ ଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ୭୪ ବର୍ଷୀୟ ଜଣେ ପୂର୍ବ ସଂକ୍ରମିତଙ୍କ ପିତା। ସେ ରଘୁନାଥପାଲି ଆନୁଷ୍ଠାନିକ ପୃଥକବାସ କେନ୍ଦ୍ରରେ ଗତ ୧୨ ତାରିଖରୁ ଥିଲେ। ଗତ ୭ ତାରିଖରେ ତାଙ୍କ ମଝିଆ ପୁଅର ଜଣ୍ଡିସ ହେତୁ ମୃତ୍ୟୁ ହୋଇଥିବା ବେଳେ ୧୯ ତାରିଖରେ ତାଙ୍କ ଭଉଣୀ (୭୦)ଙ୍କର କୌଣସି ଅଜ୍ଞାତ କାରଣରୁ ମୃତ୍ୟୁ ହୋଇଥିଲା। ଫଳରେ ଗତ ୨ ସପ୍ତାହ ମଧ୍ୟରେ ଏହି ପରିବାରର ୩ଜଣଙ୍କର ମୃତ୍ୟୁ ହୋଇସାରିଛି।

ଭଉଣୀଙ୍କର ମୃତ୍ୟୁ ପରେ ତହିଁ ପରଦିନ ପୃଥକବାସ କେନ୍ଦ୍ରରେ ଥିବା ଏହି ବୃଦ୍ଧଙ୍କର ରାପିଡ୍ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କୁ ତୁରନ୍ତ ଝାରସୁଗୁଡ଼ା ​‌କୋଭିଡ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ରାଉରକେଲା ହାଇଟେକ୍ କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ପରେ ତାଙ୍କ ଜ୍ୟେଷ୍ଠ ପୁତ୍ରଙ୍କ ଉପସ୍ଥିତିରେ ଓ ଅନ୍ୟ ପରିବାର ସଦସ୍ୟଙ୍କ ସହମତିରେ ବେଦବ୍ୟାସ ଠାରେ ଶବଦାହ କରାଯାଇଥିବା ଝାରସୁଗୁଡା ଜିଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି।

- Advertisement -

ପୂର୍ବରୁ ମୃତକଙ୍କ ମଝିଆ ପୁଅ ଜଣ୍ଡିସରେ ଆକ୍ରାନ୍ତ ଥିବାରୁ ତାଙ୍କ ସାନ ପୁଅ ଏକ ଘରୋଇ କାରରେ ଚିକିତ୍ସା ପାଇଁ ଭୁବନେଶ୍ବର ନେଇଥିଲେ। ସେଠାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପରେ ୩ ତାରିଖ ଘରକୁ ଫେରାଇ ଆଣିଥିଲେ। ହେଲେ ମାତ୍ର ୪ ଦିନ ପ​‌େ​‌ର ଗତ ୭ ତାରିଖରେ ମଝିଆ ପୁଅଙ୍କ ମୃତ୍ୟୁ ହୋଇଥିଲା। ତେବେ କରୋନା ଟେଷ୍ଟ ହୋଇ ନ ଥିବାରୁ ତାଙ୍କ ମୃତ୍ୟୁ ଜଣ୍ଡିସ ଜନିତ ନା କରୋନା ଜନିତ ତାହା ସ୍ପଷ୍ଟ ହୋଇପାରିନାହିଁ। ଏହା ପରେ ୮ତାରିଖରେ ତାଙ୍କ ସାନ ପୁଅର ସ୍ବାବ୍ ଟେଷ୍ଟ ପାଇଁ ପଠାଯାଇଥିଲା ଓ ୧୨ ତାରିଖରେ ପଜିଟିଭ୍ ଆସିଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଓ ସମ୍ପର୍କୀୟ ୨୮ଜଣଙ୍କୁ ଆନୁଷ୍ଠାନିକ ପୃଥକବାସରେ ରଖି କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା।

ସଙ୍ଗରୋଧ କେନ୍ଦ୍ରରେ ଥିବା ସମୟରେ ବୃଦ୍ଧଙ୍କ ଭଉଣୀ ୭୦ ବର୍ଷୀୟ ବିଶାଖା ଦେଇ ସାହୁଙ୍କ ଗତ ୧୯ ତାରିଖ ରାତିରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କୁ ଜ୍ୱର ଏବଂ ଥଣ୍ଡାକାଶ ହେଉଥିଲା। ସଂକ୍ରମିତ ହେବା ଆଶଙ୍କାରେ ପ୍ରଶାସନ କୋଭିଡ ମାର୍ଗଦର୍ଶିକା ଅନୁସାରେ ବିଶାଖାଙ୍କ ଶବ ପୋଡି ଦେଇଥିଲେ। ବିଶାଖାଙ୍କ ସ୍ୱାବ ନମୁନା ରିପୋର୍ଟରେ ସେ ନେଗେଟିଭ ଥିଲେ ବୋଲି କୁହାଯାଇଛି। କେବଳ ଏହି ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିଲେ ହେଁ ୨ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ତେବେ ୭ ତାରିଖ ପରିବାରର ମଝିଆ ପୁଅର ମୃତ୍ୟୁ ପରେ ଶବ ଦାହ ଓ ମୃତାହ କର୍ମରେ ଅନେକ ଲୋକ ଯୋଗଦେଇଥିବାରୁ ଏବେ ଯାଏ କେବଳ ଏହି ଗାଁର ସେହି ଗୋଟିଏ କଣ୍ଟାକ୍ଟରେ ୨୫ଜଣ ସଂକ୍ରମିତ ହୋଇଥିବା ବେଳେ ଲଇକେରା ବ୍ଲକର ୪ଜଣ ସଂକ୍ରମିତ ହୋଇଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories