www.samajalive.in
Friday, December 12, 2025
19.1 C
Bhubaneswar

୫ ହଟ୍‌ସ୍ପଟ୍‌ ଜିଲ୍ଲାକୁ ଝାରସୁଗୁଡ଼ାରୁ ବସ୍ ବନ୍ଦ

ଝାରସୁଗୁଡ଼ା: ଅନ୍‌ଲକ ପ୍ରକ୍ରିୟା ଆରମ୍ଭ ହେବା ପରେ କୋଭିଡ କଟକଣା ପାଳନ କରି ବସ୍‌ ଚଳାଚଳକୁ ଅନୁମତି ଦିଆଯାଇଥିଲା। ହେଲେ ରାଜ୍ୟର କେତେକ ହଟ୍‌ସ୍ପଟ ଜିଲାରୁ ​ଲୋକେ ଝାରସୁଗୁଡ଼ା ଜିଲାକୁ ଆସିବା ପରେ କାହାରିକୁ କିଛି ନ କହି ପାଖ ପଡୋଶୀଙ୍କ ସହିତ ଖୁସିରେ ମିଳାମିଶା କରିବା ଫଳରେ ସଂକ୍ରମଣ ବଢୁ ଥିବାରୁ ପ୍ରଶାସନ ବସ୍‌ ଚଳାଚଳ ଉପରେ କଟକଣା ଲଗାଇଛି। ଏଣିକି ରାଜ୍ୟର ୫ଟି ଜିଲାରୁ ଅନ୍ୟାଦେଶ ପର୍ୟ୍ୟନ୍ତ ବସ୍‌ ସେବା ବାତିଲ କରାଯାଇଛି। ଏହି କ୍ରମରେ ଝାରସୁଗୁଡ଼ାରୁ ବ୍ରହ୍ମପୁର ଓ ଗଞ୍ଜାମ, ଭୁବନେଶ୍ବର, ବାଲେଶ୍ବର, ଭଦ୍ରକ, ରାଉରକେଲା ମଧ୍ୟରେ ବସ୍ ଚଳାଚଳକୁ ସଂପୂର୍ଣ୍ଣ ରୂପେ ବନ୍ଦ ରଖାଯାଇଛି। ବସ୍‌ ମାଲିକ କିମ୍ବା ପରିଚାଳକ ଏହି ଆଦେଶକୁ ଅମାନ୍ୟ କଲେ ବିପର୍ୟ୍ୟୟ ପରିଚାଳନା ଆଇନର ଧାରା-୫୭ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ଏହି ପଥରେ ଯାଉଥିବା ବସ୍‌ ଗୁଡ଼ିକ ଉପରେ ରୋକ ଲଗାଯାଇନାହିଁ। ତେବେ ଯାତ୍ରୀ ଓହ୍ଲାଇଲେ ବାଧ୍ୟତାମୂଳକ ପୃଥକବାସ ପାଇଁ ନିର୍ଦେଶ ଦିଆଯାଇଛି।

ଜିଲା ପ୍ରଶାସନ ପକ୍ଷରୁ ଅନ୍ୟ ଏକ ବିଜ୍ଞପ୍ତିରେ ୭ଟି ଜିଲା ଓ ଗୋଟିଏ ଉପଖଣ୍ଡରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପୃଥକବାସ ବାଧ୍ୟତାମୂଳକ କରିବା ସକାଶେ ନିର୍ଦେଶ ଦିଆଯାଇଛି। ଏହି କ୍ରମରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲା ଏବଂ ପାନପୋଷ ଉପଖଣ୍ଡର ଲୋକଙ୍କ ଉପରେ ଯିବା ଆସିବା ଉପରେ କଟକଣା କରାଯାଇଛି। ତେବେ ହଟ୍‌ସ୍ପଟ ଜିଲାମାନଙ୍କରୁ ଆସୁଥିବା ଲୋକମାନଙ୍କୁ ଆବାସିକ ସଂଗରୋଧରେ ରହିବା ସକାଶେ ଜିଲା ପ୍ରଶାସନକୁ ଅନୁରୋଧ କରି ଅନୁମତି ମିଳିଲେ ସେଥିରେ ବ୍ୟତିକ୍ରମ କରୁଥିବା ଅଭିଯୋଗ ହୋଇଆସୁଛି। ଏଣୁ ଆନୁଷ୍ଠାନିକ ପୃଥକବାସ ବାଧ୍ୟତାମୂଳକ କରାଯାଇଛି। ଅବଶ୍ୟ ଜିଲା ପ୍ରଶାସନ ଦ୍ବାରା ଚିହ୍ନିତ ହୋଟେଲ ମାନଙ୍କରେ ଦେୟଯୁକ୍ତ ପୃଥକବାସ ସକାଶେ ଅନୁମତି ଦିଆଯାଇଛି। କୌଣସି କମ୍ପାନୀ କିମ୍ବା ଠିକା ସଂସ୍ଥା ଉପରୋକ୍ତ ଜିଲା ଗୁଡ଼ିକରୁ ଶ୍ରମିକ ଆଣୁଥିଲେ ୬ ଘଣ୍ଟା ମଧ୍ୟରେ ପ୍ରଶାସନକୁ ସୂଚିତ କରିବା ସହିତ ନିଜ ଖର୍ଚ୍ଚରେ ୧୪ଦିନ ଆନୁଷ୍ଠାନିକ ପୃଥକବାସରେ ରଖିବାକୁ ନିର୍ଦେଶ ଦିଆଯାଇଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories