www.samajalive.in
Monday, December 8, 2025
14.1 C
Bhubaneswar

ମହାନତା: ନିଜ ରକ୍ତ ଦେଇ ଗୁରୁତର ରୋଗୀର ଜୀବନ ବଞ୍ଚାଇଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ସାଧାରଣତଃ ଡାକ୍ତରଙ୍କୁ ଆମେ ଦେବଦୂତ ବୋଲି କହିଥାଉ। କାରଣ ସେ ହିଁ ଆମକୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥାଆନ୍ତି। ଅନେକ ସମୟରେ ରୋଗୀକୁ ବଞ୍ଚାଇବା ପାଇଁ ସେମାନେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦିଅନ୍ତି। ଅପର ପକ୍ଷରେ ରୋଗୀ ଓ ପରିବାର ଲୋକଙ୍କ ପ୍ରତି ଡାକ୍ତରଙ୍କ ଦୁର୍ବ୍ୟବହାର ଖବର ମଧ୍ୟ ବାରମ୍ବାର ଶୁଣିବାକୁ ମିଳୁଛି। ଏପରିକି ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ଜୀବନ ମଧ୍ୟ ଚାଲିଯାଉଥିବା ଶୁଣିବାକୁ ମିଳୁଛି। କିନ୍ତୁ ଦିଲ୍ଲୀ ଏମ୍ସର ଡାକ୍ତର ମହମ୍ମଦ ଫାୱାଜ ନିଜ ମହତ କାର୍ଯ୍ୟ ପାଇଁ ଆଜି ମାନବିକତାର ଉଦାହରଣ ପାଲଟିଛନ୍ତି। ଏହାସହିତ ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବା ଡାକ୍ତରମାନଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି।

ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଗୁରୁତର ରୋଗୀଙ୍କୁ ଅସ୍ତ୍ରୋପଚାର ପୂର୍ବରୁ ରକ୍ତର ଆବଶ୍ୟକତା ଥିଲା, କିନ୍ତୁ କୌଣସି ଦାତା ନ ମିଳିବାରୁ ଅପରେସନରେ ବିଳମ୍ବ ହେଉଥିଲା। ରୋଗୀର ଅବସ୍ଥା ଦେଖି ଡାକ୍ତର ଫାୱାଜ ନିଜେ ରକ୍ତ ଦେଇ ତା’ପରେ ରୋଗୀର ଅପରେସନ କରିଥିଲେ। ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ତାଙ୍କୁ ଭୁରି ଭୁରି ପ୍ରଶଂସା କରାଯାଇଛି।

- Advertisement -

ଡାକ୍ତର ମହମ୍ମଦ ଫାୱାଜ ଏମ୍ସର ଜେନେରାଲ ସର୍ଜରୀ ବିଭାଗରେ କାର୍ଯ୍ୟରତ। ତାଙ୍କ କହିବାନୁସାରେ, ବୁଧବାର ସନ୍ଧ୍ୟାରେ ତାଙ୍କ ପାଖକୁ ଜଣେ ଗୁରୁତର ରୋଗୀ ଆସିଥିଲେ, ଯାହାଙ୍କର ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଥିଲା। କିନ୍ତୁ ଏହା ପୂର୍ବରୁ ତାଙ୍କୁ ରକ୍ତ ଦେବା ନିହାତି ଆବଶ୍ୟକ ଥିଲା। କିନ୍ତୁ ଉଚିତ ସମୟ ମଧ୍ୟରେ ରକ୍ତ ନ ମିଳିବାରୁ ସେ ସ୍ଥିର କଲେ ଯେ, ନିଜ ରୋଗୀକୁ ସେ ନିଜେ ରକ୍ତଦାନ କରିବେ ଓ ତା’ପରେ ଅପରେସନ କରିବେ। ଏହାସହିତ ରୋଗୀର ଅବସ୍ଥା ବର୍ତ୍ତମାନ ଭଲ ଅଛି ବୋଲି ଡାକ୍ତର ଫାୱାଜ କହିଛନ୍ତି। ଏହାସହିତ ଅନ୍ୟମାନଙ୍କୁ ମଧ୍ୟ ରକ୍ତଦାନ କରିବାକୁ ସେ ନିବେଦନ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories