www.samajalive.in
Tuesday, December 9, 2025
15.1 C
Bhubaneswar

କନ୍ଧମାଳରେ ପୁଲିସ ଗୁଳିରେ ୨ ମାଓବାଦୀ ମୃତ, ମୁଖ୍ୟସ୍ରୋତକୁ ଫେରିବାକୁ ପୁଲିସ ଡିଜିଙ୍କ ଆହ୍ୱାନ

କନ୍ଧମାଳରେ ଗୁରୁବାର ସନ୍ଧ୍ୟାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବ ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏ ସମ୍ପର୍କରେ ସୂଚନା ଦେଇ ପୁଲିସ ଡିଜି ଶ୍ରୀ ଅଭୟ କହିଛନ୍ତି ଆଜି ସନ୍ଧ୍ୟାରେ ମାଓବାଦୀମାନେ ପ୍ରଥମେ ଏସଓଜି (ସ୍ପେଶାଲ ଅପରେସନ ଗ୍ରୁପ) ଓ ଡିଭିଏଫ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ) ଉପରକୁ ଗୁଳି ଚାଲାଣ କରିବା ଫଳରେ ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚାଲାଣ କରିଥିଲେ। ବହୁ ସମୟ ଧରି ଗୁଳି ବିନିମୟ ପରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା।

- Advertisement -

ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ୧ଟି ଇନସାସ ରାଇଫଲ, ୧ଟି କାର୍ବାଇନ ଓ ୨ଟି ଦେଶୀ ଅସ୍ତ୍ର ଜବତ କରିଛନ୍ତି। ପୁଲିସ ଡିଜି ଅଭୟ ମାଓବାଦୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ରାଜ୍ୟ ସରକାର ଉଦାର ମନୋଭାବ ପୋଷଣ କରନ୍ତି ତେଣୁ ମାଓବାଦୀମାନେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories