www.samajalive.in
Monday, December 8, 2025
24.1 C
Bhubaneswar

ଆଣ୍ଟି-ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ‘ଧ୍ରୁବାସ୍ତ୍ର’ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: ହେଲିକପ୍ଟରରୁ ଲଞ୍ଚ୍‌ କରାଯାଇପାରୁଥିବା ‘ନାଗ’ କ୍ଷେପଣାସ୍ତ୍ର(ହେଲିନା)ର ପରୀକ୍ଷଣ ସଫଳ ହୋଇଛି। ଏହାକୁ ଏବେ ‘ଧ୍ରୁବାସ୍ତ୍ର’ ଆଣ୍ଟି ଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ନାମରେ ନାମିତ କରାଯାଇଛି। ଓଡ଼ିଶାର ବାଲେଶ୍ଵର ଜିଲାରେ ଅବସ୍ଥିତ ଆଇଟିଆରରେ ଗତ ୧୫ ଓ ୧୬ ତାରିଖରେ ଏହାର ପରୀକ୍ଷଣ କରାଯାଇଥିଲା। ବିନା ହେଲିକପ୍ଟରରେ ଏହାର ପରୀକ୍ଷଣ ହୋଇଥିଲା। ଏହାର ଭିଡିଓ ବୁଧବାର ଶେୟାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ସହିତ ଏହି କ୍ଷେପଣାସ୍ତ୍ର ବ୍ୟବହାର କରାଯିବ। ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହି କ୍ଷେପଣାସ୍ତ୍ରକୁ ଭାରତରେ ପ୍ରସ୍ତୁତ କରାଯାଇଛି। ଏହାର ୪ କି.ମି. ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଶତ୍ରୁ ପକ୍ଷର ଯେକୌଣସି ଟ୍ୟାଙ୍କ୍‌କୁ ଏହି କ୍ଷେପଣାସ୍ତ୍ର ନିମିଷକ ମଧ୍ୟରେ ଧ୍ଵଂସ କରିଦେବାର କ୍ଷମତା ରଖିଛି। ସୂଚନାଯୋଗ୍ୟ, ଧ୍ରୁବ ହେଲିକପ୍ଟର ମଧ୍ୟ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ।

- Advertisement -

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories