www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରାହ୍ମଣୀ ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଦେବଗଡ : ବାରକୋ ଥାନା ଅନ୍ତର୍ଗତ ଝିକିମିକି ଗାଁ ମୁଣ୍ଡ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରୁ ବାରକୋଟ ଥାନା ପୁଲିସ ଆଜି ଜଣେ ବୃଦ୍ଧାଙ୍କର ମୃତଦେହ ଉଦ୍ଧାର କରିଛି। ଉଦ୍ଧାର ହୋଇଥିଭା ବୃଦ୍ଧା ଜଣକ ସୁନ୍ଦରଗଡ ଜିଲା ବଣାଇଁ ଥାନା ଅନ୍ତର୍ଗତ ବଡଗାଁର ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବଡଗାଁ ଗ୍ରାମର ସ୍ୱର୍ଗତ ହୃଷିକେଶ ସାହୁଙ୍କ ସ୍ତ୍ରୀ ଆଶା ସାହୁ(୭୦)ଗତ ୧୯ ତାରିଖ ସକାଳୁ ଶୌଚ ପାଇଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଆଶାଙ୍କର କୌଣସି ସନ୍ଧାନ ନମିଳିବାରୁ ପରିବାର ଲୋକେ ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ବର୍ଷା ହେବା କାରଣରୁ ନଦୀର ପ୍ରଖର ସ୍ରୋତରେ ଆଶା ଭାସିଯାଇଥିବା ସନ୍ଦେହ କରି ବଣାଇଁ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଆଜି ବାରକୋଟ ଥାନା ଅନ୍ତର୍ଗତ ଝକିମିକି ଗ୍ରାମବାସୀ ବ୍ରାହ୍ମଣୀ ନଦୀରେ ଜଣେ ବୃଦ୍ଧାଙ୍କର ମୃତଦେହ ଭାସୁଥିବା ଦେଖି ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ। ବାରକୋଟ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଦୀ ମଧ୍ୟରୁ ଉକ୍ତ ବୃଦ୍ଧାଙ୍କର ମୃତଦେହ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ସୂଚନା ପାଇ ଆଶାଙ୍କର ପରିବାର ଲୋକେ ସେଠାରେ ପହଞ୍ଚି ଉକ୍ତ ମୃତଦେହ ଆଶାଙ୍କର ବୋଲି ଚିହ୍ନଟ କରିବା ପରେ ପୁଲିସ ଏକ ଅପମୃତ୍ୟୂ ମାମଲା ରୁଜୁ କରିବାସହ ମୃତଦେହ ବ୍ୟବଚ୍ଛେଦ ପରେ ଆଶାଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories