www.samajalive.in
Saturday, December 13, 2025
26.1 C
Bhubaneswar

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଐଶ୍ବର୍ଯ୍ୟା ଅର୍ଜୁନ କରୋନା ସଂକ୍ରମିତ

ମୁମ୍ବାଇ : ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଐଶ୍ବର୍ଯ୍ୟା ଅର୍ଜୁନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏନେଇ ଐଶ୍ବର୍ଯ୍ୟା ନିଜର ସାମାଜିକ ଗଣମାଧ୍ୟମ ସାଇଟ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

- Advertisement -

ଐଶ୍ବର୍ଯ୍ୟା ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ନିକଟରେ ମୁଁ କରୋନା ପରୀକ୍ଷା କରିଥିଲି। ଯେଉଁଥିରେ ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ମୁଁ ଏବେ ଗୃହରେ ସଂଗରୋଧ ଭାବେ ରହିଛି। ଯଦି କେହି ବି ତାଙ୍କ ସଂସ୍ପର୍ଶରେ ଆସିଥାନ୍ତି ତେବେ ନିଜର ଧ୍ୟାନ ରଖନ୍ତୁ। ସୁରକ୍ଷିତ ରୁହନ୍ତୁ ଏବଂ ନିଶ୍ଚୟ ମାସ୍କ ପିନ୍ଧନ୍ତୁ ବୋଲି ଐଶ୍ବର୍ଯ୍ୟା ତାଙ୍କ ପ୍ରଶଂସକମାନଙ୍କୁ ପରାମର୍ଶ ଦେଇଛନ୍ତି।

ଐଶ୍ବର୍ଯ୍ୟା ଜଣାଶୁଣା ତାମିଲ, ତେଲୁଗୁ ଏବଂ କନ୍ନଡ଼ ଅଭିନେତା-ଫିଲ୍ମମେକର ଅର୍ଜ୍ଜୁନ ସରଜାଙ୍କ ଝିଅ। ସାମାଜିକ ଗଣମାଧ୍ୟମରେ ଐଶ୍ବର୍ଯ୍ୟାଙ୍କ ଶୀଘ୍ର ଆରୋଗ୍ୟ ହେବାକୁ ପ୍ରଶଂସକ କାମନା କରୁଥିବା ଦେଖାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories