www.samajalive.in
Monday, December 8, 2025
13.1 C
Bhubaneswar

ଜୁଲାଇ ୩୧ ତାରିଖରେ ଯାଏ ବନ୍ଦ ହେଲା ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ଭିସୁଟ୍

ବୁର୍ଲା: ସଂପ୍ରତି ସମ୍ବଲପୁର ଜିଲାରେ କରୋନା ସ୍ଥିତିକୁ ଦେଖି ସୋମବାର ଜିଲା ପ୍ରଶାସନ ପକ୍ଷରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ) ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ସଟ୍‌ଡାଉନ ଅବଧି ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ପୃଥକ୍‌ ପୃଥକ୍‌ ଭାବରେ ଜାରି ଜିଲାପାଳଙ୍କ ନିର୍ଦେଶନାମାରେ ଆସନ୍ତା ଜୁଲାଇ ୨୨ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଉଭୟ ଅନୁଷ୍ଠାନ ବନ୍ଦ ରଖିବାକୁ କୁହାଯାଇଛି। ଏହି ସମୟରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ବ୍ୟତୀତ ସମସ୍ତ ପ୍ରବେଶ ପଥ ବା ପ୍ରସ୍ଥାନ ପଥରେ ତାଲା ଝୁଲିବ। ଉଭୟ ବିଶ୍ୱବିଦ୍ୟାଳୟ ପରିସରରେ ସଂକ୍ରମଣ ଦୂର କରିବା ନେଇ ବିଶୋଧନ ଆଦି ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ଏଥିସହିତ ଯଦି ବନ୍ଦ ସମୟରେ କୌଣସି ଜରୁରୀ ଆବଶ୍ୟକତା ହୁଏ ତେବେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି ପତ୍ରରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ ଯେ, ବୁର୍ଲା ଭିସୁଟର ସିଭିଲ ଇଞ୍ଜିନିୟରିଂ ବିଭାଗ ଅଧ୍ୟାପିକାଙ୍କ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫ ଜଣ ଆକ୍ରାନ୍ତ ହୋଇଥିଲେ। ସହକାରୀ ଅଧ୍ୟାପକ, କର୍ମଚାରୀ, ଘରୋଇ ସହାୟିକା ଆଦିଙ୍କୁ ସଂକ୍ରମିତ ହେବା ପରେ ଭିସୁଟ କୁଳପତିଙ୍କ ନିର୍ଦେଶକ୍ରମେ ଦୁଇଟି ପର୍ଯ୍ୟାୟରେ ୨୦ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ କରାଯାଇଥିଲା। ବୁର୍ଲା ସହରର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଓ ବଫର ଜୋନ୍ କରିବା ସହ କେତେକ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା। ଅନ୍ୟପକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ମଧ୍ୟ କୁଳପତିଙ୍କ ନିର୍ଦେଶକ୍ରମେ ୨୦ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ କରାଯାଇଥିଲା। ଇତିମଧ୍ୟରେ ଭିମସାର ମଧ୍ୟ କରୋନା କବଳିତ ହୋଇ ସ୍ଥିତି ଜଟିଳ ହେଲାଣି। ଅନ୍ୟପକ୍ଷରେ ବୁର୍ଲା ସହରର ୪୮ ଜଣ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories