www.samajalive.in
Sunday, December 7, 2025
14.1 C
Bhubaneswar

ଜାତୀୟକରଣ ବ୍ୟାଙ୍କ ସଂଖ୍ୟା ୫କୁ ଖସିବ; ଏବେ ଅଛି ୧୨ଟି

ଦେଶରେ ଏବେ ୧୨ଟି ଜାତୀୟକରଣ ବ୍ୟାଙ୍କ କାର୍ଯ୍ୟ କରୁଛି । ତାହାକୁ ୫କୁ ହ୍ରାସ କରାଯିବ । ଦୁଇ ତିନୋଟି ବ୍ୟାଙ୍କୁ ମିଶାଇ ଗୋଟିଏ ବ୍ୟାଙ୍କ କରାଯିବ । ସରକାର ବର୍ତ୍ତମାନ ପ୍ରସ୍ତୁତ କରୁଥିବା ଏକ ନୂତନ ଘରୋଇକରଣ ପ୍ରସ୍ତାବରେ ଏଭଳି ଯୋଜନା ପ୍ରସ୍ତୁତ କରାଯିବ ଏବଂ ଏହାକୁ ଅନୁମୋଦନ ପାଇଁ କ୍ୟାବିନେଟ ସମ୍ମୁଖରେ ରଖାଯିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ କୌଣସି ଉତ୍ତର ଦେବାକୁ ମନା କରିଦେଇଛନ୍ତି ।

ରଏଟରରେ ପ୍ରକାଶିତ ଏକ ଖବର ଅନୁସାରେ ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ  ବ୍ୟାଙ୍କ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ମହାରାଷ୍ଟ୍ର ବ୍ୟାଙ୍କ ଏବଂ ପଞ୍ଜାବ ଆଣ୍ଡ ସିଣ୍ଡ ବ୍ୟାଙ୍କରେ ଅଧିକାଂଶ ଅଂଶ ବିକ୍ରୟ କରାଯିବ ।

- Advertisement -

କରୋନାଭାଇରସ୍ ମହାମାରୀ କାରଣରୁ ଆର୍ଥିକ ଅଭିବୃଦ୍ଧି ଅଭାବରୁ ଦେଶ ଗୁରୁତର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଏଥିନିମନ୍ତେ  ସମ୍ପତ୍ତି ବିକ୍ରୟ କରି ଅର୍ଥ ସଂଗ୍ରହରେ ସହାୟତା କରିବାକୁ ସରକାର ଏକ ଘରୋଇକରଣ ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହୋଇଛି । ଅନେକ ସରକାରୀ କମିଟି ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତରେ ପାଞ୍ଚରୁ ଅଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି । ତେଣୁ ଦେଶରେ ବ୍ୟାଙ୍କ ସଂଖ୍ୟା ୫କୁ ହ୍ରାସ ପାଇବା ଅସମ୍ଭବ ନୁହେଁ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ସରକାର ପୂର୍ବରୁ କହିଛନ୍ତି ଯେ ଆଉ ମିଶ୍ରଣ ହେବ ନାହିଁ (ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ) ତେଣୁ ଷ୍ଟକ୍ ବଣ୍ଟନ କରିବା ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ ।   ଗତ ବର୍ଷ ସରକାର ଦଶଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଚାରିଟିରେ ମିଶ୍ରଣ କରି ଏହି ପ୍ରକ୍ରିୟାରେ ହାତଗଣତି ବଡ଼ ବ୍ୟାଙ୍କ ଗଠନ କରିଥିଲେ।

ମାତ୍ର ଅଣ ସଂରକ୍ଷିତ ବ୍ୟାଙ୍କଗୁଡ଼ିକୁ ଘରୋଇ କମ୍ପାନୀକୁ ବିକ୍ରି ନେଇ ଚର୍ଚା ଆରମ୍ଭ ହୋଇଛି । ବଜାରର ଅବସ୍ଥା ଦୃଷ୍ଟିରୁ ବ୍ୟାଙ୍କଗୁଡ଼ିକୁ ପୁରା ବନ୍ଦ କରା ନ ଯାଇ ତାହାକୁ ମିଶ୍ରଣ କରାଯିବ। ଅର୍ଥନୀତିରେ ସୃଷ୍ଟି ହୋଇଥିବା ସମସ୍ୟା ବ୍ୟାଙ୍କଗୁଡ଼ିକୁ ଏକତ୍ରିକରଣ କରାଯାଇ ସମ୍ଭାଳି ହେବ ବୋଲି କିଛି ଉଚ୍ଚ ସରକାରୀ ଅଧିକାରୀ ମନେ କରୁଛନ୍ତି । ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇପାରେ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories