www.samajalive.in
Thursday, December 11, 2025
15.1 C
Bhubaneswar

ବଲିଉଡ଼କୁ ଆସି ନିଜର ଓ ପିତାଙ୍କର ସ୍ୱପ୍ନ ଭୁଲିଗଲେ ଅନୁଷ୍କା

ମୁମ୍ବଇ: ବେଳେବେଳେ ଏମିତି ହୁଏ, ଆମେ କିଛି ଭାବନ୍ତି କିନ୍ତୁ ଜୀବନ ଆମକୁ ଆଉ କୁଆଡ଼େ ନେଇଯାଏ। ଯେମିତିକି ଅନୁଷ୍କା ଶର୍ମା ସାମ୍ବାଦିକା ହେବାକୁ ଚାହୁଁଥିଲେ କିନ୍ତୁ ଆଜି ସେ ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଭାବେ ସୁପରିଚିତ। ବଲିଉଡ଼ ଇଣ୍ଡଷ୍ଟ୍ରୀର ବହୁତ ନାଁ ରହିଛି। ଅନୁଷ୍କା ବଲିଉଡ଼ ଅଭିନେତ୍ରୀ ସହ ଜଣେ ଉତ୍ତମ ପ୍ରଯୋଜିକା ମଧ୍ୟ। ନିକଟରେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍‍ ହୋଇଥିବା ତାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ବୁଲ୍‍ବୁଲ୍‍’ ଖୁବ୍‍ ପ୍ରଶଂସା ସାଉଁଟିଥିଲା। ଏହା ପୂର୍ବରୁ ଅନୁଷ୍କାଙ୍କ ‘ପାତାଲ ଲୋକ’ ରିଲିଜ ହୋଇଥିଲା। ଏହାକୁ ମଧ୍ୟ ଲୋକେ ଖୁବ୍‍ ପସନ୍ଦ କରିଥିଲେ।

ପିଲାଦିନୁ ଅନୁଷ୍କା ବଡ଼ ହୋଇ ଜଣେ ସାମ୍ବାଦିକା ହେବାର ସ୍ୱପ୍ନ ଦେଖିଥିଲେ। ତାଙ୍କ ପିତାଙ୍କର ମଧ୍ୟ ଏହି ସ୍ୱପ୍ନ ଥିଲା। ପାଠପଢା ପ୍ରତି ସେ ଖୁବ୍‍ ସଚେତନ ଥିଲେ ଏବଂ ସ୍କୁଲରେ ପ୍ରତ୍ୟେକ କାର୍ଯ୍ୟ ତଥା ପ୍ରତିଯୋଗୀତାରେ ଆଗକୁ ଯାଇ ସେ ଭାଗ ନେଉଥିଲେ।
ଦଶମ ଶ୍ରେଣୀରେ ପଢିଲା ବେଳେ ତାଙ୍କୁ ଏକ ଟାଲ୍‍କମ୍‍ ପାଉଡର ପାଇଁ ବିଜ୍ଞାପନ ଅଫର୍‍ ମିଳିଥିଲା। ଏହାପରେ ତାଙ୍କୁ ମଡେଲିଂର ଅଫର୍‍ମାନ ଆସିବାକୁ ଲାଗିଲା। ଏହାପରଠାରୁ ଅନୁଷ୍କାଙ୍କର ସାମ୍ବାଦିକା ସ୍ୱପ୍ନ ଦୂରେଇବାକୁ ଲାଗିଲା ଓ ମଡେଲିଂ ପ୍ରତି ତାଙ୍କର ଆଗ୍ରହ ବଢିବାକୁ ଲାଗିଲା। ଅନୁଷ୍କା ଆଗଧାଡ଼ିର ଜଣେ ମଡେଲ୍‍ ହେବାକୁ ଚାହୁଁଥିଲେ। ମଡେଲ ମେକର ପ୍ରକାଶ ବିଡପ୍ପା ଏଥିପାଇଁ ତାଙ୍କୁ ଖୁବ୍‍ ସାହାଯ୍ୟ କରିଥିଲେ। ଜଣେ ଟପ୍‍ ମଡେଲ ହେବା ପରେ ସେ ଆଉ ପଛକୁ ବୁଲି ଚାହିଁ ନ ଥିଲେ ଓ ନିଜ କ୍ୟାରିୟର ଗଢିବାକୁ ସେ ବାଙ୍ଗାଲୋରରୁ ମୁମ୍ବଇ ଆସିଥିଲେ।

- Advertisement -

ମଡେଲିଂ କରିବା ସମୟରେ ଅନୁଷ୍କାଙ୍କୁ ତାଙ୍କ ସାଙ୍ଗମାନେ ବଲିଉଡ଼କୁ ଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ସେ ଅନେକ ଫିଲ୍ମ ପାଇଁ ଅଡ଼ିଶନ ଦେଲେ ଓ ଶେଷରେ ତାଙ୍କୁ ଏକ ଫିଲ୍ମ ପାଇଁ ଚୟନ କରାଗଲା। ୟଶରାଜ ପ୍ରଡକ୍ସନରେ ତାଙ୍କୁ ତାଙ୍କ ପ୍ରଥମ ଫିଲ୍ମ ମିଳିଥିଲା। ଖାସ୍‍ କଥା ହେଲା ପ୍ରଥମ ଫିଲ୍ମରେ ତାଙ୍କୁ ବଲିଉଡ଼ର କିଙ୍ଗ୍‍ ଖାନ ଅର୍ଥାତ୍‍ ଶାହରୁଖ ଖାନଙ୍କ ସହ କାମ କରିବାର ସୁଯୋଗ ମିଳିଲା। ସେତେବେଳେ ଅନୁଷ୍କା ଭାବିଥିଲେ ଯେ, କେବଳ ୩/୪ଟି ଫିଲ୍ମ କରିବେ ଓ ତା’ପରେ ମଡେଲିଂ ଦୁନିଆକୁ ଫେରିଯିବେ। ହେଲେ ଯେତେବେଳେ ତାଙ୍କ ଫିଲ୍ମଗୁଡ଼ିକ ହିଟ୍‍ ହେବାକୁ ଲାଗିଲା, ସେତେବେଳେ ସେ ବଲିଉଡ଼ରେ ହିଁ କାମ କରିବାକୁ ସ୍ଥିର କରି ନେଲେ ଓ ଆଜି ଅନୁଷ୍କା ନିଜ କାମ ବଳରେ ବଲିଉଡ଼ରେ ହଇଚଇ ସୃଷ୍ଟି କରୁଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories