www.samajalive.in
Thursday, December 11, 2025
15.1 C
Bhubaneswar

ଲୁଟ୍‌ ପାଇଁ ଭଡ଼ାରେ ମିଳୁଛି ବାଇକ୍; ସଫଳ ହେଲେ ଭଡ଼ା ସହ ଲୁଟ୍‌ମାଲ୍‌ରୁ ଭାଗ

ଭୁବନେଶ୍ବର: ଲୁଟ୍‌ ପାଇଁ ଅଭିନବ ଉଦ୍ୟମ ଆପଣେଇଛନ୍ତି ଲୁଟେରା। ଏବେ ନିଜ ବାଇକ୍‌ ନୁହେଁ, ଲୁଟ୍‌ ପାଇଁ ବ୍ୟବହାର ହେଉଛି ଭଡ଼ା ବାଇକ୍‌। ପୁଲିସ୍‌କୁ ଚକ୍‌ମା ଦେଖାଇ ପ୍ରତିଦିନ ନୂଆ ନୂଆ ବାଇକ୍‌ରେ ଆସୁଛନ୍ତି ଲୁଟେରା। ଲୋକେ କିଛି ବୁଝିବା ପୂର୍ବରୁ ଆଖି ପଛୁଳାକେ ଲୁଟ୍‌ପାଟ୍‌ କରି ଚାଲିଯାଉଛନ୍ତି। ଗୋଟିଏ ବାଇକ୍‌ରେ ଯିବାଆସିବା କଲେ କାଳେ ଧରାପଡ଼ିଯିବା ଭୟରେ ଏବେ ଲୁଟେରା ଏଭଳି ପନ୍ଥା ଅବଲମ୍ବନ କରିଥିବା ଜଣାପଡ଼ିଛି।
ଲୁଟ୍‌ ପାଇଁ ଭଡ଼ାରେ ମିଳୁଛି ବାଇକ୍‌। କଥାଟା ବିଶ୍ବାସ ନ ହେଲେ ମଧ୍ୟ ସତ। ନୟାପଲ୍ଲୀ ପୁଲିସ ଦ୍ବାରା ଏଭଳି ଏକ ଲୁଟେରା ଗ୍ୟାଙ୍ଗ୍‌ର କାର୍‌ନାମା ପର୍ଦ୍ଦାଫାସ କରିଛି, ଯେଉଁମାନେ ଭଡ଼ାରେ ବାଇକ୍‌ ଆଣି ଲୁଟ୍‌ପାଟ୍‌ କରୁଛନ୍ତି। ଭଡ଼ାରେ ବାଇକ୍‌ ଆଣି ଲୁଟେରାମାନେ ୮ ସୁନା ଚେନ୍ ଲୁଟି ଥିବା ଜଣାପଡ଼ିଛି। ସେମାନଙ୍କର ୨ଟି ଗାଡ଼ି ସହ ୩ ଲୁଟେରା ଗିରଫ କରିଛି ନୟାପଲ୍ଲୀ ପୁଲିସି। ଅପରପକ୍ଷରେ ଲୁଟ୍‌ ସାମଗ୍ରୀ କିଣୁଥିବା ୨ଜଣ ଲୋକଙ୍କୁ ପୁଲିସ ଗିରଫ କରିଛି।
ଆଜି ଗିରଫ ଲୁଟେରାଙ୍କୁ ଜେରାବେଳେ ନୟାପଲ୍ଲୀ ପୁଲିସକୁ ମିଳିଛି ସାଂଘାତିକ ସୂଚନା। ଲୁଟ୍‌ ପାଇଁ ଭଡ଼ାରେ ବାଇକ୍‌ ମିଳୁଥିବା ପୁଲିସକୁ ଲୁଟେରାମାନେ ସୂଚନା ଦେଇଛନ୍ତି। ଲୁଟ୍‌ରେ ସଫଳ ହେଲେ ବାଇକ୍‌ ଭଡ଼ା ସହ ଲୁଟ୍‌ମାଲ୍‌ରୁ ମଧ୍ୟ ଭାଗ ମିଳୁଛି। ଏଭଳି ଘଟଣା ଜଣାପଡ଼ିବା ପରେ କେଉଁମାନେ ଲୁଟ୍‌ ଉଦ୍ୟମ ପାଇଁ ଲୁଟେରାଙ୍କୁ ଭଡ଼ାରେ ବାଇକ୍‌ ଦେଉଛନ୍ତି ତାହାକୁ ନେଇ ନୟାପଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories