www.samajalive.in
Thursday, December 11, 2025
16.1 C
Bhubaneswar

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ସୁଜାତା ; ଲକ୍‍ଡାଉନ୍‍ ବେଳେ ବାଇଗଣ ଚାଷରୁ ୭୮ହଜାର ଆୟ

ପିପିଲି : କୃଷି ପ୍ରତି ଆଜିର ଯୁବସମାଜ ବିଶେଷ ଆଗ୍ରହ ପ୍ରକାଶ କରୁନଥିବା ବେଳେ ପିପିଲି ଅଞ୍ଚଳର ଜଣେ ମହିଳା ଚାଷୀ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ନିଜର ଜମିରେ ସେ ନିୟମିତ ପନିପରିବା ଚାଷ କରୁଥିବା ବେଳେ କରୋନା ଲକ୍‍ଡାଉନ ସମୟରେ ବାଇଗଣ ଚାଷ କରି ସେ ବେଶ ଦି’ପଇସା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି।

ଏହି ମହିଳା ଜଣକ ହେଉଛନ୍ତି ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ଗ୍ରାମର ସୁଜାତା ପ୍ରଧାନ(୩୭) । ଏକ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ସୁଜାତାଙ୍କ ସ୍ୱାମୀ ମଧ୍ୟ ଜଣେ ସଫଳ ଚାଷୀ। ପିଲାଟି ଦିନରୁ ଚାଷ ପ୍ରତି ବିଶେଷ ଆଗ୍ରହ ଥିବା ସୁଜାତା ବିବାହ ପରେ ସ୍ୱାମୀଙ୍କ ସହଯୋଗରେ ଗୋପାଳନ କଲେ। ପରେ ସେ ସ୍ୱାମୀଙ୍କ ସହଯୋଗରେ ନିଜର ୮୦ ଡିସିମିଲ ଜମିରେ ପନିପରିବା ଚାଷ ଆରମ୍ଭ କରିଥିଲେ। ନିଜସ୍ୱ ଚିନ୍ତାଧାରାରେ ସେ ବାଇଗଣ, କୋବି, ଲଙ୍କା, ଝୁଡଙ୍ଗ, ଜହ୍ନି, ପୋଟଳ, ଗେଣ୍ଡୁ ଫୁଲ ଆଦି ଚାଷ ଖୁବ୍‍ ସଫଳତାର ସହ କରନ୍ତି। ମହାମାରୀ କରୋନା ସମଗ୍ର ଦେଶବାସୀଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ପ୍ରହାର ପକାଇଥିବା ବେଳେ ସୁଜାତା କିନ୍ତୁ ବାଇଗଣ ଚାଷ କରି ବେଶ ଦି’ପଇସା କମାଇବାରେ ସଫଳ ହୋଇଛନ୍ତି। ନିଜ ଜମିରେ ରସାୟନିକ ସାର ବ୍ୟବହାର ନକରି କେବଳ ଜୈବିକ ସାର ଓ ଗୋବର ଖତକୁ ବ୍ୟବହାର କରୁଥିବା ସୁଜାତା ଦାବି କରନ୍ତି। ଲକ୍‍ଡାଉନ ଯୋଗୁଁ ପନିପରିବା ବ୍ୟବସାୟ ମାନ୍ଦା ହୋଇଥିଲେ ମଧ୍ୟ ଗତ ୩ମାସରେ ସେ କେବଳ ବେପାରୀଙ୍କୁ ବାଇଗଣ ବିକ୍ରି କରି ୭୮ହଜାର ଟଙ୍କା ରୋଜଗାର କରିଥିବା କହିଛନ୍ତି। ଏକ ଚାଷୀ ପରିବାରରେ ଜନ୍ମ ହୋଇଥିବା ସୁଜାତାଙ୍କ ଶିକ୍ଷାଗତ ଯୋଗ୍ୟତା ଯଦିଓ କମ୍‍ କିନ୍ତୁ ପିଲାଟି ଦିନରୁ ଆତ୍ମ ନିର୍ଭରଶୀଳ ହେବାର ପ୍ରଚେଷ୍ଟା ହିଁ ତାଙ୍କୁ ଏକ ସଫଳ ଚାଷୀ ରୂପେ ଗଢିତୋଳିଛି। ଛୋଟ ବେଳୁ ସେ ବାପାଙ୍କୁ ଚାଷରେ ସହଯୋଗ କରୁଥିବା ବେଳେ ନୂଆ ନୂଆ ଉପାୟରେ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରିବାର ନିଶା ହିଁ ତାଙ୍କ ସଫଳତାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ମହିଳା ମାନେ କୃଷି କ୍ଷେତ୍ରରେ ଏବେ ବହୁ ଆଗରେ ବୋଲି ସୁଜାତା ପ୍ରମାଣ କରିପାରିଛନ୍ତି ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories