www.samajalive.in
Monday, December 8, 2025
24.1 C
Bhubaneswar

ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନାର ସମ୍ପ୍ରସାରଣ, ନିର୍ମାଣ ହେବ ଦୁଇଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା

ନବରଙ୍ଗପୁର : ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଗୁରୁବାର ଜିଲା ମୁଖ୍ୟ ଡାକ୍ତରଖାନାରେ ଦୁଇଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଗୃହର ଭୂମି ପୂଜନ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କର ଦ୍ୱାରା ୧୦କୋଟି ୮୩ ଲକ୍ଷଟଙ୍କା ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି । ଏଥିରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ରମାଝୀ, ଜିଲପରିଷଦ ଅଧ୍ୟକ୍ଷା ଭଗବତୀ ଭତରା, ଜିଲାପାଳଡଃ.ଅଜିତ୍‍ କୁମାର ମିଶ୍ର ଓ ଜିଲା ମୁଖ୍ୟଚିକିତ୍ସା ଅଧିକାରୀ ଡଃ.ସନ୍ତୋଷ କୁମାର ସ୍ୱାଇଁ ପ୍ରମୂଖ ଉପସ୍ଥିତ ଥିଲେ । ଶ୍ରୀ ଦାସବର୍ମା ଏହି ନୂତନ ଦୁଇଶହ ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନା ଗୃହ ନିର୍ମାଣ କରାଗଲେ ଏଠାରେ ଅଧିକ ରୋଗୀ ରହିବା ସହ ଚିକିତ୍ସା ସୁବିଧା ପାଇପାରିବେ ବୋଲି କହିଥିଲେ । ଏହି ଗୃହ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ରାସ୍ତା ଓ ଗୃହନିର୍ମାଣ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସମସ୍ତେ ଏହି ପରିସରରେ ବୃକ୍ଷ ରୋପଣ କରିଥିଲେ । ଜିଲାପାଳଡଃ.ମିଶ୍ର ଏହି ନୂତନ ଡାକ୍ତରଖାନା ଗୃହନିର୍ମାଣ କାର୍ଯ୍ୟର ଭୂମିପୂଜନ କରାଯାଇଥିବାରୁ ସେ ଶ୍ରୀଦାସ ବର୍ମାଙ୍କୁ କୃତଜ୍ଞତା ଜଣାଇଥିଲେ । ପରେ ସେ କୋଭିଡ ଡାକ୍ତରଖାନାକୁ ଯାଇ ପରିଦର୍ଶନ କରିଥିଲେ ।

 

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories