www.samajalive.in
Sunday, December 14, 2025
23.1 C
Bhubaneswar

ନିତିଶଙ୍କ ପ୍ରତି ବିରୋଧୀଙ୍କ ଆକ୍ରୋଶ: ନୂଆ ନାଁ ଦେଇଛନ୍ତି ‘‘କରୋନା କୁମାର’’

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀଙ୍କ ନାମ ହେଉଛି ନିତିଶ କୁମାର। କିନ୍ତୁ ଆଜିକାଲି ରାଜ୍ୟବାସୀ ତାଙ୍କୁ ‘କରୋନା କୁମାର’ ନାମରେ ଡାକୁଛନ୍ତି। ବିହାରରେ ଅନୁନ୍ନତ ସ୍ବାସ୍ଥ୍ୟ ସେବା ଯୋଗୁ ହଇରାଣ ହେଉଥିବା ଲୋକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆକ୍ରୋଶ ଦେଖିବାକୁ ମିଳିଥିବାବେଳେ ସେମାନେ ନିତିଶଙ୍କୁ ଏବେ ଏହି ନାମରେ ଡାକୁଛନ୍ତି। ସୋସିଆଲ ମିଡିଆ ଟ୍ବିଟରରେ ବର୍ତ୍ତମାନ ‘କରୋନା କୁମାର’ ଟ୍ରେଣ୍ଡ କରୁଛି।

ରାଜ୍ୟରେ ବିଗିଡ଼ି ଯାଇଥିବା ସ୍ବାସ୍ଥ୍ୟସେବାକୁ ନେଇ ଲୋକମାନେ ଲଗାତାର #CoronaKumarକୁ ଟ୍ୟାଗ୍‌ କରି ଟ୍ବିଟ୍‌ କରୁଛନ୍ତି। ଏହି ହାଶ୍‌ଟ୍ୟାଗ୍‌ରେ ଏକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓରେ ପାଟଳିପୁତ୍ରର ଏକ ହୋଟେଲର ଦୃଶ୍ୟ ରହିଛି। ଏହି ହୋଟେଲକୁ କରୋନା ଟେଷ୍ଟିଂ ସେଣ୍ଟର କରାଯାଇଛି। ଏଠାରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ କହୁଛନ୍ତି ଦୈନିକ କେବଳ ୫୦ ନମୁନା ସଂଗ୍ରହ କରାଯାଇପାରିବ। କିନ୍ତୁ ଏଠାରେ ପ୍ରତିଦିନ ଲୋକଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି।

- Advertisement -

ଅନ୍ୟ ଏକ ହସ୍ପିଟାଲରେ ଶତାଧିକ ଲୋକ ଧାଡ଼ିରେ ଛିଡ଼ା ହୋଇଥିବାବେଳେ କେହି ସାମାଜିକ ଦୂରତା ନିୟମକୁ ପାଳନ କରୁ ନ ଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ବି କୌଣସି ବ୍ୟବସ୍ଥା ହୋଇନାହିଁ।

ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ, ପାଟନା ଏମ୍‌ସରେ ଅନେକ ଶଯ୍ୟା ଖାଲି ରହିଛି, କିନ୍ତୁ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉ ନାହିଁ। କାହାର ଚିକିତ୍ସା ବି ହେଉନାହିଁ। ଡାକ୍ତରମାନେ ମୋବାଇଲ୍‌ ଫୋନରେ ବ୍ୟସ୍ତ ରହୁଛନ୍ତି। ରୋଗୀଙ୍କ ଚିକିତ୍ସା କରିବାକୁ ସେମାନଙ୍କ ପାଖରେ ସମୟ ନାହିଁ ବୋଲି ଅଭିଯୋଗ ହେଉଛି। ଏହି ସବୁ କାରଣ ପାଇଁ ଲୋକେ ନିତିଶକୁ ‘କରୋନା କୁମାର’ ନାମରେ ଡାକୁଛନ୍ତି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories