www.samajalive.in
Thursday, December 11, 2025
13.1 C
Bhubaneswar

ସ୍ବାମୀ ସାଜିଲା ସ୍ତ୍ରୀ ହନ୍ତା, ମା’କୁ ବଞ୍ଚାଇପାରିଲାନି ଝିଅ

ଭଞ୍ଜନଗର: ଗଞ୍ଜାମ ଜିଲାର ଭଞ୍ଜନଗର ଥାନା ଅନ୍ତର୍ଗତ ଅଢେଇଗାଁ ଗ୍ରାମରେ ରଶ୍ମିତା ଗୌଡ ନାମକ ଜଣେ ୩୮ ବର୍ଷର ମହିଳାଙ୍କୁ ତାଙ୍କ ସ୍ୱାମୀ ଡାକ ଗୌଡ ଅତି ନୃଂଶସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ସ୍ବାମୀ ଡାକ ଗୌଡ଼ ଏକ ତୀକ୍ଷ୍ଣ କାତିରେ ରଶ୍ମିତାକୁ ମରଣାନ୍ତକ ଆକ୍ରମଣ କରିଥିଲା। ରଶ୍ମିତାର ମୁଣ୍ଡ ଦୁଇ ହାତକୁ ବାରମ୍ବାର ହାଣିଥିଲା। ଫଳରେ ରକ୍ତ ଜୁଡୁବୁୁଡୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲା ରଶ୍ମିତ। ମା’ ରଶ୍ମିତାର ଚିତ୍କାର ଶୁଣି ଘରୋଇ ଶୋଇଥିବା ୬ ବର୍ଷର ଝିଅ ନିଦରୁ ଉଠି ପଡ଼ିଥିଲା। ବାପାଙ୍କ ଆକ୍ରମଣରୁ ମା’କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଝିଅଟି ମା’କୁ ମାର ନାହିଁ, ଛାଡ଼ି ଦିଅ ବୋଲି ଖୁକ୍‌ ଜୋର୍‌ରେ ଚିତ୍କାର କରି କାନ୍ଦିଥିଲା। ରକ୍ତ ଜୁଡୁବୁୂଡୁ ମା’ର ଶରୀରକୁ ଜାବୁଡି ଧରିଥିଲା। ଏହାଦେଖି ବାପା ଏକ ବାଡି ଆଣି ଝିଅଟି ଉପରେ ପ୍ରହାର କରିଥିଲା। ଝିଅଟି ବାପା ହାତରୁ ନିସ୍ତୁକ ମାଡ ଖାଇ ଅସହାୟ ଅବସ୍ଥାରେ ଠିଆ ହୋଇ କାନ୍ଦୁଥିଲା। ଏହାପରେ ମା’ ରଶ୍ମିତାକୁ ମୁମୂର୍ଷୁ ଅବସ୍ଥାରେ ଛାଡ଼ି ଦେଇ ସେଠାରୁ ବାପା ଡାକ ପଳାଇ ଯାଇଥିଲା। ଝିଅଟିର କ୍ରନ୍ଦନ ଶୁଣି ଗ୍ରାମବାସୀ ନିଦରୁ ଉଠିପଡ଼ିଥିଲେ। ଏହାପରେ ଗ୍ରାମବାସୀ ଡାକ ଗୌଡ଼ ଘରକୁ ଆସିଥିଲେ ଏବଂ ସଙ୍କଟାପନ୍ନ ଅବସ୍ଥାରେ ରଶ୍ମିତାକୁ ଭଞ୍ଜନଗର ସରକାରୀ ହସପିଟାଲ ନେଇଥିଲେ। କିଛି ସମୟ ପରେ ଡାକ୍ତର ସେଠାରେ ରଶ୍ମିିତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ହତ୍ୟାକାଣ୍ଡ ଘଟଣା ଗ୍ରାମରେ ଚହଳ ସୃଷ୍ଟି କରିଛି। ଖବର ପାଇ ମୃତ ରଶ୍ମିତାର ବାପଘର ସୋରଡା ଥାନା ଅନ୍ତର୍ଗତ ପଳାସପଳ୍ଲି ଗ୍ରାମରୁ ଭାଇ କୃଷ୍ଣ ଗୌଡ ଓ ପରିବାର ଲୋକେ ଭଞ୍ଜନଗର ମେଡିକାଲରେ ପହଞ୍ଚିଥିଲେ। ମେଡିକାଲ ପରିସରରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। । ଏହି ସଂକ୍ରାନ୍ତରେ ଭାଇ କୃଷ୍ଣ ପୁଳିସରେ ଏତଲା ଦେବା ପରେ ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପି.କେ. ସାହୁ ଭଞ୍ଜନଗର ଥାନାର କେସ୍ ନଂ ୩୮୧ ଓ ଆଇପିସି ୩୦୨, ୪୯୮(ଏ) ଓ ୪ ଡିପି ଆକ୍ଟରେ ମକଦ୍ଦମା ରଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ। ହତ୍ୟାକାଣ୍ଡରେ ବ୍ୟବହୃତ କାତିକୁ ଜବତ କରିବା ସହ ୬ ବର୍ଷର ଝିଅ ଓ ପରିବାରର ଲୋକଙ୍କ ଠାରୁ ବୟାନ ସଂଗ୍ରହ କରିଥିଲା। ପରେ ଶବ ବ୍ୟବ​‌େ​‌ଛଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡିୟ ସରକାରୀ ହାସପିଟାଲ ନେଇଥିଲେ। ଏଠାରେ ପୁଲିସ୍ ସ୍ଥନୀୟ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତ ଶରୀରର କ୍ଷତ ଚିହ୍ନ ସମ୍ପର୍କରେ ତଦନ୍ତ କରିଥିଲେ। ଏହି ନୃଶଂସ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ରୂପେ ଜଣାପଡି ନ ଥିଲେ ହେଁ ଏହା ଯୌତୁକ ନିର୍ଯ୍ୟାତନାର ହିଂସାକାଣ୍ଡ ବୋଲି ମୃତ ରଶ୍ମିତାର ଭାଇ ବିଷ୍ଣୁ ଏତଲାରେ ଦର୍ଶାଇଛି। ହତ୍ୟାକାଣ୍ଡ ଘଟାଇ ଫେରାର ହୋଇ ଯାଇଥିବା ଡାକକୁ ଧରିବା ପାଇଁ ପୁଳିସ୍ ଉଦ୍ୟମ ଆରମ୍ଭ କରିଥିବା କଥା ତଦନ୍ତକାରୀ ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
ପ୍ରାୟ ୧୬ ବର୍ଷ ପୂର୍ବେ ପଳାସପଳ୍ଲି ଗ୍ରାମର ରଶ୍ମିତାକୁ ଡାକ ଗୌଡ଼ ବୈଦିକ ରୀତିରେ ବିବାହ କରିଥିଲା। କନ୍ୟା ପିତା ଘର ତରଫରୁ ଡାକକୁ ମନମୁତାବକ ଯୌତୁକ ଦିଆଯାଇଥିଲେ ହେଁ ଅଧିକ ୫ ଲକ୍ଷ ଟଙ୍କ ଦାବି କରି ରଶ୍ମିତା ଉପରେ ଡାକ ଓ ତାର ଭଉଣୀ, ଭିଣୋଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଏହା ରଶ୍ମିତା ପକ୍ଷରେ ଅସହ୍ୟ ହୋଇ ପଡିଥିଲା। ଏଥିପାଇଁ ରଶ୍ମିତା ତାର ବାପ ଘରେ ବାରମ୍ବାର ଅଭିଯୋଗ କରିଛି ବୋଲି ବିଷ୍ଣୁ ଏତଲାରେ ଦର୍ଶାଇଛି। ଦିନକୁ ଦିନକୁ ନିର୍ଯ୍ୟାତନା ବୃଦ୍ଧି ପାଇବାରୁ ଗତ କିଛି ଦିନ ତଳେ ରଶ୍ମିତା ବାପ ଘର ପଳାସପଲି ଗ୍ରାମକୁ ଚାଲି ଆସିଥିଲା। କିନ୍ତୁ, ଦୁଇ ଦିନ ତଳେ ଡାକ ଶ୍ୱଶୁର ଘରେ ପହଞ୍ଚି ବୁଝାସୁଝା କରି ରଶ୍ମିତାକୁ ସାଥିରେ ନେଇ ଆସିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories