www.samajalive.in
Saturday, December 13, 2025
26.1 C
Bhubaneswar

ଦୁଇ ପ୍ରତିଶତରୁ କମ୍ କୋଭିଡ୍ ସଂକ୍ରମିତ ଆଇସିୟୁରେ ଭର୍ତ୍ତି ହେଉଛନ୍ତି : ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : ଦୁଇ ପ୍ରତିଶତରୁ କମ୍ କୋଭିଡ ସଂକ୍ରମିତ  ଆଇସିୟୁରେ ଭର୍ତ୍ତି ହେଉଛନ୍ତି ବୋଲି ସରକାର କହିଛନ୍ତି। ଦିଲ୍ଲୀ ଏମ୍ସର ରାଜକୁମାରୀ ଅମୃତ କୌର ଓପିଡି ବ୍ଲକକୁ ଉଦଘାଟନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଯେ ଧୀରେ ଧୀରେ ଆମେ ମହାମାରୀ ବିରୋଧରେ ଯୁଦ୍ଧ ଜିତିବା ଦିଗରେ ଗତି କରୁଛୁ। ସେ କହିଛନ୍ତି, ଦେଶରେ ପରୀକ୍ଷାଗାର ନେଟୱାର୍କକୁ ମଜବୁତ କରାଯାଇଛି ଏବଂ ବର୍ତ୍ତମାନ ସମୁଦାୟ ଏକ ହଜାର ୨୩୪ ପରୀକ୍ଷାଗାର କୋଭିଡ -୧୯ ନମୁନା ପରୀକ୍ଷା କରୁଛନ୍ତି। ଦେଶରେ କୋଭିଡ -୧୯  ଆରୋଗ୍ୟ ହାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରାଜକୁମାରୀ ଅମୃତ କୌର ଓପିଡି ବ୍ଲକ ପ୍ରାୟ ଛଅ ହଜାର ୩୦୦ ବର୍ଗମିଟର ଅଞ୍ଚଳରେ ନିର୍ମିତ ହୋଇଛି, ଯାହା ଦେଶର ସବୁଠାରୁ ବଡ ଓ ଜଣାଶୁଣା ଓପିଡି। ନୂତନ ଓପିଡି  ବ୍ଲକରେ ସ୍ମାର୍ଟ ଲ୍ୟାବ ଅଛି, ଯାହା ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହାର ଦୈନିକ ୧୦ ଲକ୍ଷରୁ ଅଧିକ ରୋଗୀଙ୍କୁ ସେବା ଯୋଗାଇଦେବାର କ୍ଷମତା ସହିତ ଦୈନିକ ୨ ଲକ୍ଷ ପରୀକ୍ଷଣ ପର୍ଯ୍ୟନ୍ତ ସଂମ୍ପ୍ରସାରଣ କରିବାର କ୍ଷମତା ଅଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories