www.samajalive.in
Saturday, December 13, 2025
26.1 C
Bhubaneswar

’ମାଇଁ ଲର୍ଡ଼’, ’ଲର୍ଡ଼ ସିପ୍’କୁ ବାରଣ; ମୁଖ୍ୟ ବିଚାରପତି କହିଲେ କରିପାରିବେ ’ସାର୍’ ସମ୍ବୋଧନ

ପଶ୍ଚିମବଙ୍ଗ ଓ ଆଣ୍ଡାମାନର ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଆଉ କଲକତା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଟି.ବି.ଏନ୍.ରାଧାକୃଷ୍ଣନଙ୍କୁ ’ମାଇଁ ଲର୍ଡ଼’ ଓ ’ଲର୍ଡ଼ ସିପ୍’ ସମ୍ବୋଧନ କରିବେ ନାହିଁ । ଏହା ବଦଳରେ ସେମାନେ ମୁଖ୍ୟ ବିଚାରପତିଙ୍କୁ ‘ସାର୍’ ସମ୍ବୋଧନ କରିପାରିବେ । ଏଥିନିମନ୍ତେ ମୁଖ୍ୟ ବିଚାରପତି ଜଷ୍ଟିସ ରାଧାକୃଷ୍ଣନ ଅନୁମତି ଦେଇଛନ୍ତି । ହାଇକୋର୍ଟର ରେଜିଷ୍ଟ୍ରାର ରାୟ ଚଟୋପାଧ୍ୟାୟଙ୍କ ପକ୍ଷରୁ ଜଣେ ଅଧିକାରୀ ରାଜ୍ୟ ତଥା ଆଣ୍ଡାମାନ ନିକୋବର ଜିଲା ଓ ନିମ୍ନ ଅଦାଲତଗୁଡ଼ିକର ବିଚାରପତିମାନଙ୍କୁ ଚିଠି ଲେଖି ମୁଖ୍ୟ ବିଚାରପତିଙ୍କ ପରାମର୍ଶ ସମ୍ପର୍କରେ ଅବଗତ କରିଛନ୍ତି ।

ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ମୁଖ୍ୟ ବିଚାରପତି ଚାହୁଁଛନ୍ତି ଯେ ଆଗକୁ ଜିଲା ବିଚାରବିଭାଗୀୟ ଅଧିକାରୀ, ଉଚ୍ଚ ନ୍ୟାୟାଳୟର ସଦସ୍ୟ ମୁଖ୍ୟ ବିଚାରପତିଙ୍କୁ ମାଇଁ ଲର୍ଡ଼, ଲର୍ଡ଼ସିପ ପରିବର୍ତ୍ତେ ସାର୍ ସମ୍ବୋଧନ କରନ୍ତୁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories