www.samajalive.in
Wednesday, December 10, 2025
26.1 C
Bhubaneswar

ଶତାବ୍ଦୀର ମଧ୍ୟଭାଗ ପରେ ହ୍ରାସ ପାଇବ ବିଶ୍ୱ ଜନସଂଖ୍ୟା

ଶତାବ୍ଦୀର ମଧ୍ୟଭାଗ ପରେ ବିଶ୍ୱର ଜନସଂଖ୍ୟା ହ୍ରାସ ପାଇବା ସହ ବିଶ୍ୱ ଜନସଂଖ୍ୟା ଏବଂ ଅର୍ଥନୈତିକ ଶକ୍ତିରେ ମଧ୍ୟ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ଏକ ଅଧ୍ୟୟନରୁ ଜଣାପଡିଛି। ସେହି ଆଧାରରେ ବିଶ୍ୱର ୧୯୫ଟି ଦେଶର ଜନସଂଖ୍ୟା, ମୃତ୍ୟୁ ହାର, ପ୍ରଜନନ ହାର ଏବଂ ସ୍ଥାନାନ୍ତରଣ ହାରରେ ହେବାକୁ ଥିବା ପରିବର୍ତ୍ତନ ସମ୍ପର୍କରେ ଆକଳନ କରାଯାଇଛି। ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶିତ ବିଶ୍ଳେଷଣରେ ୨୦୧୭ ମସିହାର ଗ୍ଲୋବାଲ ଵର୍ଡନ ଅଫ ଡିଜିଜ ଷ୍ଟଡି ଆଧାରରେ ଭାରତ, ଚୀନ୍, ଜାପାନ, ଇଟାଲୀ ଏବଂ ଆମେରିକା ସମେତ ଦେଶ ପାଇଁ ଭବିଷ୍ୟତର ବିଶ୍ୱ, ଆଞ୍ଚଳିକ ତଥା ଜାତୀୟ ଜନସଂଖ୍ୟା ଆକଳନ କରାଯାଇଛି।

ସେଥିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଶତାବ୍ଦୀର ମଧ୍ୟଭାଗର କିଛି ବର୍ଷ ପରେ ଆମେରିକାର ଜନସଂଖ୍ୟା ବୃଦ୍ଧି ପାଇବ ଏବଂ ୨୦୬୨ ସୁଦ୍ଧା ଏହା ୩୬.୪ କୋଟିକୁ ବୃଦ୍ଧି ପାଇବ। ପରେ ଏହା ହ୍ରାସ ପାଇ ୨୧୦୦ ବେଳକୁ ଜନସଂଖ୍ୟା ୩୩.୬ କୋଟି ରହିବ। ବୈଜ୍ଞାନିକଙ୍କ ଅନୁଯାୟୀ, ୨୧୦୦ ବେଳକୁ ଭାରତ, ନାଇଜେରିଆ ଏବଂ ଚୀନ୍ ପରେ ଆମେରିକାରେ ସର୍ବାଧିକ କାର୍ଯ୍ୟ କରୁଥିବା ବୟସର ଲୋକ ରହିବେ। କେତେକ ତଥ୍ୟ ଆଧାରରେ ବୈଜ୍ଞାନିକମାନେ କହିଛନ୍ତି ଯେ ଅନେକ ଦେଶରେ ଜନସଂଖ୍ୟା ହ୍ରାସ ପାଇବ। ବିଶ୍ୱରେ ଅନ୍ୟ ଏକ ପରିବର୍ତ୍ତନ ଅନୁଯାୟୀ ୨୧୦୦ ଖ୍ରୀଷ୍ଟାବ୍ଦରେ ୨.୩୭ ବିଲିୟନ ଲୋକ ୬୫ ବର୍ଷରୁ ଅଧିକ ଥିବା ବେଳେ ୨୦ ବର୍ଷରୁ କମ୍ ବୟସ ବର୍ଗର ୧.୭ ବିଲିୟନ ଲୋକ ରହିବେ।

- Advertisement -

ଅଧ୍ୟୟନ ଅନୁଯାୟୀ, ଏହି ଶତାବ୍ଦୀର ଶେଷ ଭାଗରେ ଭାରତ, ନାଇଜେରିଆ, ଚୀନ୍ ଏବଂ ଆମେରିକା ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବେ। ବୈଜ୍ଞାନିକମାନେ କହିଛନ୍ତି ଯେ ଭାରତରେ କାର୍ଯ୍ୟରତ ବୟସ୍କଙ୍କ ସଂଖ୍ୟା ୨୧୦୦ ଖ୍ରୀଷ୍ଟାବ୍ଦ ବେଳକୁ ୫୭୮ ନିୟୁତକୁ ହ୍ରାସ ପାଇବ, ଯାହା ୨୦୧୭ରେ ୭୬.୨ କୋଟି ଥିଲା। ଏହା ମଧ୍ୟ କୁହାଯାଇଛି ଯେ ଏହି ଶତାବ୍ଦୀରେ କାର୍ଯ୍ୟରତ ବୟସ ଜନସଂଖ୍ୟାକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବାରେ ଭାରତ ଏସିଆରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଅନ୍ୟ ପକ୍ଷରେ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଅଧ୍ୟୟନରେ ଉପଲବ୍ଧ ତଥ୍ୟ ବ୍ୟବହାର କରାଯାଇଛି କିନ୍ତୁ ପୂର୍ବ ତଥ୍ୟର ପରିମାଣ ଏବଂ ଗୁଣ ମଧ୍ୟ ଆକଳନକୁ ପ୍ରଭାବିତ କରିଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories