www.samajalive.in
Monday, December 8, 2025
24.1 C
Bhubaneswar

ମୁସଲମାନ ଛାତ୍ର ସଂସ୍କୃତରେ ରଖିଲେ ୧୦୦ରୁ ୧୦୦

ସିବିଏସ୍ଇ ୧୦ମ ପରୀକ୍ଷାରେ ଜଣେ ମୁସଲମାନ ଛାତ୍ର ସଂସ୍କୃତରେ ୧୦୦ରୁ ୧୦୦ ନମ୍ବର ରଖିଛନ୍ତି । ଏହି ଛାତ୍ରଜଣକ ହେଲେ ଗ୍ରେଟର ନୋଏଡ଼ାସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲର ମହମ୍ମଦ ଜୈଦ ।

ଜୈଦଙ୍କ ବାପା ଓ ମା ଉଭୟ ଡ଼ାକ୍ତର ଓ ସେମାନେ ଜୈଦଙ୍କୁ ତାଙ୍କର ବିଷୟ ନିର୍ବାଚନରେ ପୁରା ସ୍ବାଧୀନତା ଦେଇଥିଲେ । ଉଦାର ଓ ସଂସ୍କାରବାଦୀ ପିତାମାତାଙ୍କ ସଂସ୍କାର ଜୈଦଙ୍କଠାରେ ଦେଖିବାକୁ ମିଳିଥିଲା ଓ ସଂସ୍କୃତ ଶିକ୍ଷକ ସୁଧାକର ମିଶ୍ରଙ୍କ ନିକଟରେ ସେ ସଂସ୍କୃତ ଶିକ୍ଷା କରୁଥିଲେ । ଜୈଦ ତାଙ୍କର ସଂସ୍କୃତରେ ଶତ ପ୍ରତିଶତ ନମ୍ବର ମିଳିବାର ଶ୍ରେୟ ସଂସ୍କୃତ ଶିକ୍ଷକ ସୁଧାକର ମିଶ୍ରଙ୍କୁ ଦେଇଛନ୍ତି । ଜୈଦଙ୍କ ଏହି ସଫଳତା ନିମନ୍ତେ ସ୍କୁଲର ଅଧ୍ୟକ୍ଷା ସଂଧ୍ୟା ଅୱସ୍ତି ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ ୪ର୍ଥ ଶ୍ରେଣୀରୁ ଛାତ୍ରଛାତ୍ରୀଙ୍କୁ ବିଷୟ ନିର୍ବାଚନ ନିମନ୍ତେ ସୁଯୋଗ ଦିଆଯାଇଥାଏ । ଜୈଦ ବିକଳ୍ପ ଭାଷା ଭାବରେ ସଂସ୍କୃତକୁ ହିଁ ବାଛିଥିଲେ । ସେହିପରି ସୁଧାକର ମିଶ୍ର କହିଛନ୍ତି ଯେ ସେ ଷଷ୍ଠ ଶ୍ରେଣୀରୁ ଜୈଦଙ୍କୁ ସଂସ୍କୃତ ଶିକ୍ଷା ଦେଇ ଆସୁଛନ୍ତି ଓ ତାଙ୍କର ଏଥିରେ ରୁଚି ଅଛି । ଜୈଦ ବିଜ୍ଞାନରେ ଇଣ୍ଟରମିଡ଼ିଏଟ୍ କରିବାକୁ ଇଚ୍ଛା ବ୍ୟକ୍ତ କରିଛନ୍ତି ଏବଂ ସଂସ୍କୃତ ଓ ବିଜ୍ଞାନକୁ ମିଶାଇ ଗବେଷଣା ଲକ୍ଷ୍ୟ ରଖିଛନ୍ତି । ଜୈଦ ଅନ୍ୟ ବିଷୟରେ ମଧ୍ୟ ଭଲ ନମ୍ବର ରଖିଛନ୍ତି । ସେ ଗଣିତରେ ୯୫, ବିଜ୍ଞାନରେ ୯୫, ସାମାଜିକ ବିଜ୍ଞାନରେ ୯୬, ଆଇଟିରେ ୯୯ ନମ୍ବର ରଖିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories