www.samajalive.in
Saturday, December 13, 2025
14.1 C
Bhubaneswar

ସଂକ୍ରମଣର ‘ଭୟ‘ ମଧ୍ୟରେ ଆରୋଗ୍ୟ ‘ଆଶ୍ବସ୍ତି’: ୧୪୮୯୮ ମଧ୍ୟରୁ ୧୦୪୭୬ ସୁସ୍ଥ

ଭୁବନେଶ୍ବର: ବର୍ଦ୍ଧିତ କରୋନା ସଂକ୍ରମଣ ଭିତରେ କିଛିଟା ଆଶ୍ବସ୍ତି ଆଣିଛି ସୁସ୍ଥତା ହାର। ରାଜ୍ୟରେ ସୁସ୍ଥ ଲାଭ କରିଥିବା ସମୁଦାୟ ରୋଗୀଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ଆଜି ମେଡିକାଲରୁ ଛାଡ଼ ପାଇଥିବା ୬୧୨ ସୁସ୍ଥଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧୦,୪୭୬ ଜଣ ଆରୋଗ୍ୟ ଲାଭ କଲେଣି। ବର୍ତ୍ତମାନ ୪୩୨୧ ସଂକ୍ରମିତ ବିଭିନ୍ନ କୋଭିଡ୍ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ୭୭ ଜଣଙ୍କ ଜୀବନ ଯାଇଛି। ଆଜି ହଟ୍‌ସ୍ପଟ୍ ଜିଲା ଗଞ୍ଜାମରୁ ସର୍ବାଧିକ ୨୭୦ ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ୩ ସଂକ୍ରମିତ ଆଖି ବୁଜିଥିବା ବେଳେ ଭୁବନେଶ୍ବରରେ ୭୨ ବର୍ଷୀୟ ଓ ଗଞ୍ଜାମରେ ୬୫ ବର୍ଷୀୟ ଏବଂ ୮୬ ବର୍ଷୀୟ ପୁରୁଷ ସଂକ୍ରମିତ ପ୍ରାଣ ହରାଇଛନ୍ତି। ସେହିପରି ଆଜି ଗଞ୍ଜାମରେ ୭୨ ବର୍ଷୀୟ ଓ ଖୋର୍ଦ୍ଧାରେ ୫୨ ବର୍ଷୀୟ ପୁରୁଷ ସଂକ୍ରମିତ ପ୍ରାଣ ହରାଇଥିଲେ ବି ଅନ୍ୟ କାରଣ ପାଇଁ ସେମାନଙ୍କର ମୃତ୍ୟୁ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।
ଆରୋଗ୍ୟ ହାର ତାଲିକାରେ ଓଡ଼ିଶା ୧୧ମ ସ୍ଥାନରେ ଅଛି। ସେହିପରି ସର୍ବାଧିକ ପଜିଟିଭ୍ କେସ୍ ରାଜ୍ୟ ତାଲିକାରେ ଓଡ଼ିଶା ଏବେ ୧୭ତମ ସ୍ଥାନରେ ରହିଛି। ବୁଧବାର ୬୧୮ ନୂଆ ସଂକ୍ରମିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ୧୪,୮୯୮ ସଂକ୍ରମିତ ଚିହ୍ନଟ ହେଲେଣି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪୧ କ୍ବାରେଣ୍ଟାଇନ୍‌ରେ ଥିବା ବେଳେ ୨୦୭ ଜଣ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଗଞ୍ଜାମ ଜିଲାରେ ଏବେ ୧୬୦୧ ରୋଗୀ ଚିକିତ୍ସାଧୀନ ଥିବା ବେଳେ ୨୯୭୧ ସୁସ୍ଥ ହେଲେଣି। ଆଜି ଗଞ୍ଜାମ ପରେ ସୁନ୍ଦରଗଡ଼ରେ ୮୪, କେନ୍ଦୁଝରରୁ ୪୮, ଗଜପତିରେ ୩୫, ବାଲେଶ୍ବରରେ ୩୧, ଖୋର୍ଦ୍ଧାରୁ ୨୮ ଜଣ ସୁସ୍ଥ ହୋଇଛନ୍ତି। ସଂକ୍ରମଣ ତାଲିକାରେ ଆଗୁଆ ଥିବା ଗଞ୍ଜାମ ଜିଲାରୁ ଏଯାଏ ସର୍ବାଧିକ ୨୯୭୧ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ଏକ ହଜାର, କଟକରୁ ୮୨୮, ଯାଜପୁର ୫୮୭, ସୁନ୍ଦରଗଡ଼ରେ ୫୩୭, ଗଜପତି ୪୮୫, ବାଲେଶ୍ବରରୁ ୪୫୧, ଜଗତସିଂହପୁରରେ ୩୨୬, ପୁରୀରେ ୨୯୪, ମୟୂରଭଞ୍ଜରେ ୨୮୫, କେନ୍ଦ୍ରାପଡ଼ାରେ ୨୮୦, ଭଦ୍ରକରେ ୨୭୯, କେନ୍ଦୁଝରରେ ୨୫୪, ବଲାଙ୍ଗୀରରେ ୨୨୦, ନୟାଗଡ଼ରେ ୨୧୧ ସଂକ୍ରମିତ ସୁସ୍ଥ ହୋଇ ଡ଼ାକ୍ତରଖାନାରୁ ଛାଡ଼ ପାଇଛନ୍ତି। ମେ ୨୪ ତାରିଖରେ ସୁସ୍ଥଙ୍କ ସଂଖ୍ୟା ୫୦୦ ଅତିକ୍ରମ କରିଥିଲା। ଏହି ଦିନ ୭୭୮ ଆକ୍ଟିଭ୍ କେସ୍ ଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୫୫୦ରେ ପହଞ୍ଚି ଥିଲା। ମେ’ ୩୦ ତାରିଖରେ ତାରିଖରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରି ୧୦୫୦ ଛୁଇଁ ଥିବା ବେଳେ ସେହି ସମୟରେ ୭୬୦ ଜଣ ଚିକିତ୍ସାଧୀନ ଥିଲେ। ଜୁନ୍ ୩୦ ତାରିଖରେ ସୁସ୍ଥଙ୍କ ସଂଖ୍ୟା ୫ ହଜାର ଡେଇଁ ୫୧୮୯ରେ ପହଞ୍ଚିଥିଲା। ସେତେବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ଥିଲା ୧୮୪୪ ଏବଂ ୨୫ ଜଣ କରୋନା ସଂକ୍ରମିତ ଆଖି ବୁଜି ସାରିଥିଲେ। ତେବେ ମେ’ ୨୭ ତାରିଖ ଦିନ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାକୁ ସୁସ୍ଥଙ୍କ ସଂଖ୍ୟା ଅତିକ୍ରମ କରିଥିଲା। ଏହି ସମୟରେ ଓଡ଼ିଶାରେ ସୁସ୍ଥତା ହାର ୫୦.୯୭ ପ୍ରତିଶତ ରହିଥିଲା। ଜୁନ୍ ୨୧ ତାରିଖ ବେଳକୁ ରାଜ୍ୟରେ ଏହି ହାର ବୃଦ୍ଧି ପାଇ ୭୧.୭୭ ପ୍ରତିଶତରେ ପହଞ୍ଚିଥିଲା। ଜୁଲାଇ ୧୨ ତାରିଖରେ ସୁସ୍ଥତା ହାର କିଛିଟା ହ୍ରାସ ପାଇ ୬୬.୬୮ ପ୍ରତିଶତ ରହିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories