www.samajalive.in
Saturday, December 13, 2025
14.1 C
Bhubaneswar

୫୦୦ରୁ ୪୯୭ ନମ୍ବର ରଖିଲେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଭୟ ନାୟକ

ସମ୍ବଲପୁର : ସିବିଏସଇ ଦଶମ ଶ୍ରେଣୀର ପରୀକ୍ଷାଫଳ ବୁଧବାର ପ୍ରକାଶିତ ହୋଇଛି। ଚଳିତ ବର୍ଷ ଏହି ପରୀକ୍ଷାରେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ର ଛାତ୍ର ଅଭୟ କୁମାର ନାୟକ ୪୯୭ ମାର୍କ ବା ୯୯.୪ ପ୍ରତିଶତ ମାର୍କ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅଭୟ ଛୋଟ ସମୟରୁ ମେଧାବୀ ଛାତ୍ର ଥିଲେ। ସେ ଦିନକ ପ୍ରାୟ ୮ ଘଣ୍ଟା ପାଠ ପଢ଼ୁଥିବାବେଳେ ସବୁ ବିଷୟକୁ ସମାନ ଗୁରୁତ୍ବ ଦେଉଥିଲେ। ଦ୍ବାଦଶରେ ବିଜ୍ଞାନ ପଢ଼ି ଭବିଷ୍ୟତରେ ଜଣେ ବୈଜ୍ଞାନିକ ହୋଇ ବାୟୋ ମେଡିକାଲ ରିସର୍ଚ୍ଚ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କ କୃତିତ୍ବର ଶ୍ରେୟ ଅଭୟ ବାପା ମା’ଙ୍କ ସହିତ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି। ଅଭୟଙ୍କ ବାପା ଶୈଳେଶ କୁମାର ନାୟକ ସମ୍ବଲପୁର ରେଳବାଇ ଡିଭିଜନରେ ‌ସିନିଅର ସେକ୍ସନ ଇଞ୍ଜିନିୟର (ଇଲେକ୍ଟିକାଲ) ଭାବେ କାର୍ଯ୍ୟରତ ଥିବାବେଳେ ମା’ ସୁସ୍ମିତା ନାୟକ ଜଣେ ଗୃହିଣୀ। ଶ୍ରୀ ନାୟକ ସମ୍ବଲପୁର ଜିଲା କୁଚିଣ୍ଡା ଗୁଣ୍ଡୁରୁଚୂଆଁ ପଞ୍ଚାୟତର ଏକ ଛୋଟ ଗ୍ରାମ ଖମାରବାହାଲ ମୂଳ ନିବାସୀ ହୋଇଥିବାବେଳେ ଅଭୟ ତାଙ୍କ ଏକମାତ୍ର ପୁତ୍ର ସନ୍ତାନ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories