www.samajalive.in
Saturday, December 6, 2025
26.1 C
Bhubaneswar

‘ପାଇଲଟ୍‌ଙ୍କ ପାଇଁ କଂଗ୍ରେସ ଦ୍ବାର ବନ୍ଦ ହୋଇନାହିଁ’

ଜୟପୁର: ରାଜସ୍ଥାନ ସରକାର ବିରୋଧରେ ବିଦ୍ରୋହ କରିଥିବା ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ତାଙ୍କୁ ଏବଂ ତାଙ୍କ ସମର୍ଥକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି କଂଗ୍ରେସ ବାଚସ୍ପତିଙ୍କ ନିକଟରେ ଦ୍ବାରସ୍ଥ ହେବା ପରେ ବାଚସ୍ପତି ସେମାନଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ତେବେ ଏହା ମଧ୍ୟରେ ପାଇଲଟ୍‌ଙ୍କ ପାଇଁ କଂଗ୍ରେସ ଦ୍ବାର ବନ୍ଦ ହୋଇନାହିଁ ବୋଲି କହିଛନ୍ତି ରାଜସ୍ଥାନର କଂଗ୍ରେସ ପ୍ରଭାରୀ ତଥା ଏଆଇସିସିର ସାଧାରଣ ସମ୍ପାଦକ ଅଭିନାଶ ପାଣ୍ଡେ।

ବୁଧବାର ସଚିନ କହିଥିଲେ ସେ ଏବେ ବି କଂଗ୍ରେସରେ ଅଛନ୍ତି। ସେ ବିଜେପିରେ ଯୋଗଦେବାର ନାହିଁ। ଏହା ପରେ ଅଭିନାଶ ଟ୍ବିଟ୍‌ କରି କହିଛନ୍ତି, ପାଇଲଟ୍‌ଙ୍କ ପାଇଁ ଦଳର ଦ୍ବାର ବନ୍ଦ ହୋଇନାହିଁ। ଭଗବାନ ତାଙ୍କୁ ଭଲ ବୁଦ୍ଧି ଦିଅନ୍ତୁ ଏବଂ ସେ ନିଜର ତ୍ରୁଟି ପାଇଁ ଅନୁତାପ କରନ୍ତୁ। ମୁଁ ପ୍ରାର୍ଥନା କରୁଛି ସେ ବିଜେପି ଦ୍ବାରା ବିଛାଯାଇଥିବା ଜାଲରୁ ବାହାରି ଆସନ୍ତୁ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories