ଫୁଲବାଣୀ: ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୭ଟାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଫୁଲବାଣୀ ପୌର ପରିଷଦ ଓ ବାଲିଗୁଡା ଏନ୍.ଏ.ସି ଅଞ୍ଚଳକୁ ୪ଦିନ ସଟ୍ଡାଉନ କରାଯିବାକୁ ନିଷ୍ପତି ନେଇଛି। ଏନେଇ ଜିଲ୍ଲାପାଳ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିବା ବେଳେ ରାତ୍ରରେ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଗଣମାଧ୍ୟକୁ ସୂଚନା ଦିଆଯାଇଛି। ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ଏହି ନିଷ୍ପତି ନେଇଛି।
ଏହି ୪ ଦିନ ଏହି ଦୁଇ ସହରରେ କୌଣସି ପ୍ରକାର ଗାଡି ଚଳାଚଳ, ଦୋକାନ ବଜାର ଖୋଲିପାରିବ ନାହିଁ। ଦୁଇ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବା ଯଦି କିଛି ଜରୁରୀ କାମ ଥାଏ ତେବେ ସମ୍ପୃକ୍ତ ଅଂଚଳର ଉପଜିଲ୍ଲାପାଳଙ୍କ ଅନୁମତି ନେଇ ଯାତାୟତ କରିପାରିବେ। ତେବେ ସେହି ଅଂଚଳ ଦେଇ ଅନ୍ୟ ଜିଲ୍ଲାକୁ ଗାଡି ଯାଇ ପାରିବ। ଅନ୍ୟ ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସେବା ଓ କାର୍ଯ୍ୟାଳୟ ବନ୍ଦ ରହିବ। ଯଦି ପ୍ରଶାସନର ଏହି ନିର୍ଦ୍ଦେଶକୁ କେହି ଅବମାନନା କରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏହି ୪ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ଘରକୁ ଘର ବୁଲି ସମସ୍ତଙ୍କର ସ୍ୱାସ୍ଥ୍ୟ ଯାଂଚ କରିବାର ସମସ୍ତ ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।



