www.samajalive.in
Wednesday, December 10, 2025
14.1 C
Bhubaneswar

ପେଟରୋଗ ଚିକିତ୍ସା ପାଇଁ ଆସିଥିଲେ ହସ୍‌ପିଟାଲ୍‌, ବାହାରିଲା କରୋନା ପଜିଟିଭ୍‌

ପିପିଲି : ପିପିଲି ଦାଣ୍ଡମୁକୁନ୍ଦପୁର ଅଞ୍ଚଳରେ ଭଡାଘରେ ରହୁଥିବା ଏକ ପରିବାରର ଜଣେ ୨୪ ବର୍ଷିୟା ବିବାହିତା ମହିଳା ଗତ କିଛିଦିନ ହେବ ପେଟ ରୋଗରେ ପିଡିତ ଥିଲେ। ଚିକିତ୍ସା ପାଇଁ ସେ ଭୁବନେଶ୍ୱରର କ୍ୟାପିଟାଲ ହସ୍‍ପିଟାଲ ସମେତ ଅନ୍ୟ କେତେକ ଡାକ୍ତରଖାନାକୁ ଯାଇଥିଲେ। ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲ୍‍ରେ ପେଟ ରୋଗ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପେଟ ରୋଗ ପାଇଁ ସେହି ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସା ସମୟରେ ତାଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିଲା ଏବଂ ତାଙ୍କର କୋଭିଡ୍‍ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ମହିଳା ଜଣକ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ସେଠାରୁ ତାଙ୍କୁ କୋଭିଡ୍‍ ହସ୍‍ପିଟାଲ୍‍କୁ  ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।
ପିପିଲି ବ୍ଲକ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତରେ ଜନୈକା ବିବାହିତା ମହିଳାଙ୍କ ଠାରେ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁୁ ଜିଲାପାଳ ବଲୱନ୍ତ ସିଂ ଆଜି କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରିଛନ୍ତି। ଆଜି ସକାଳ ୭ଟା ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦାଣ୍ଡମୁକୁନ୍ଦପୁର ପାର୍ଟ-୦୧ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା କରାଯାଇଛି। ଦାଣ୍ଡମୁକୁନ୍ଦପୁର ବଜାର ତଥା କଟକ-ପୁରୀ ପୁରୁଣା ସଡକ ଠାରୁ ଦାଣ୍ଡମୁକୁନ୍ଦପୁର ପାର୍ଟ-୦୧ ରାସ୍ତାକୁ ସିଲ୍‍ କରାଯାଇଥିବା ବେଳେ ଦାଣ୍ଡମୁକୁନ୍ଦପୁର-ବନ୍ତଳସିଂହ ରାସ୍ତାର ନୀଳକଣ୍ଠେଶ୍ୱର ମନ୍ଦିର ପାଖରେ ମଧ୍ୟ ରାସ୍ତାକୁ ସିଲ୍‍ କରାଯାଇଛି। ସେହିପରି ଦାଣ୍ଡମୁକୁନ୍ଦପୁର ପାର୍ଟ-୦୧ ଠାରୁ ପ୍ରଧାନସାହି ରାସ୍ତା, ଦାଣ୍ଡମୁକୁନ୍ଦପୁର ପାର୍ଟ-୦୧ ଠାରୁ ମଠସାହି ରାସ୍ତା ସମେତ ଏହି ଅଞ୍ଚଳକୁ ସଂଯୋଗ କରୁଥିବା ଅନ୍ୟଏକ ରାସ୍ତାକୁ ସିଲ୍‍ କରାଯାଇଛି। ଏହି ଅବଧି ମଧ୍ୟରେ ଏହି ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ଲୋକେ ବାହାରକୁ ଏବଂ ବାହାର ଅଞ୍ଚଳର ଲୋକଙ୍କୁ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ ସଂପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି। ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ସମସ୍ତ ଅଧିବାସୀ ଘର ମଧ୍ୟରେ ରହିବେ ଓ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବା ସହ ସେହି ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ଓ ଚିକିତ୍ସା ସୁବିଧାକୁ ସୁବନ୍ଦୋବସ୍ତ କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପିପିଲି ଅଗ୍ନିଶମ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ ଘର ସମେତ ଆଖପାଖ ଅଞ୍ଚଳକୁ ଆଜି ମବିଶୋଧନ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories