www.samajalive.in
Sunday, December 14, 2025
23.1 C
Bhubaneswar

ବରପାଲି ଏନଏସିରେ ପଶିଲା କରୋନା

ବରପାଲି : ବରପାଲି ଏନଏସି ଅର୍ନ୍ତଗତ ଦୁଇଜଣ ପ୍ରବାସୀ କୋଭିଡ଼-୧୯ରେ ସଂକ୍ରମିତ ହୋଇଥିବା ଦୁଇଜଣଙ୍କୁ ବରଗଡ଼ କୋଭିଡ଼ ଡ଼ାକ୍ତରଖାନାକୁ ରବିବାର ରାତ୍ର ସମୟରେ ପ୍ରସାସନ ପକ୍ଷରୁ ପଠାଯାଇଥିବା ଜଣାପଡ଼ିଛି। ପୂର୍ବରୁ ଗତ ମେ ମାସ ୨୭ ତାରିଖ ବ୍ଲକ ଅର୍ନ୍ତଗତ ବାରଗୁଡ଼ା ସଙ୍ଗରୋଧ କେନ୍ଦ୍ରରୁ ଜୈନେକ ୪୦ବର୍ଷିୟ ଯୁବକକୁ଼ୁ ସଂକ୍ରମିତ ଚିହ୍ନଟ ପରେ ପ୍ରଥମ କରି ରାଉରକେଲା କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା।

ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ଦୁଇ ପ୍ରବାସୀଙ୍କ ମଧ୍ୟରୁ ପାଞ୍ଚ ନମ୍ବର ୱାଡ ୨୨ବର୍ଷିୟ ଡ଼ାକ୍ତରୀ ଛାତ୍ର ଅଟନ୍ତି। ଗତ ଜୁନ ୩୦ତାରିଖରେ ରଷିଆର କିର୍ଜିସ୍ଥାନରୁ ପ୍ରତ୍ୟାବର୍ତ୍ତନ କରି ସ୍ଥାନିୟ ବହଲମୁଣ୍ଡା ଅଚଂଳ଼ ନିଜ ଘରକୁ ଫେରିଥିଲେ। ସେହିପରି ଅନ୍ୟ ଯୁବକ ଜଣକ ଦୁଇନମ୍ବର ୱାଡ଼ ତହସିଲଛକ ବାସିନ୍ଦା ହୋଇଥିବା ବେଳେ ଗତ ଜୁନ ୨୯ତାରିଖ ବାଙ୍ଗୋଲୋର ନିଜ କର୍ମସଂସ୍ଥାନରୁ ନିଜ ଘରକୁ ଫେରିଥିଲେ। ଖବରପାଇ ଏନଏସି କର୍ମଚାରୀ ଓ ଅଙ୍ଗନବାଡ଼ି ଦିଦି ମାନଙ୍କ ସହାୟତାରେ ବହଲମୁଣ୍ଡା ବାସି ଡ଼ାକ୍ତରୀ ଛାତ୍ରଙ୍କୁ ଟିଏମସି ଓଟିଡ଼ିସି ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେହିପରି ଅନ୍ୟ ତହସିଲଛକ ଯୁବକଙ୍କୁ ଗୃହ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ଗତ ପାଞ୍ଚଦିନ ପୁର୍ବରୁ ଚିକିତ୍ସାଦଲ ପ୍ରବାସି ମାନଙ୍କ ସ୍ୱାବ ଓ ରକ୍ତ ନମୁନା ସଂଗ୍ରହ କରି ପରିକ୍ଷା ନିମନ୍ତେ ପଠାଇଥିଲେ। ଗତ ସଂଧ୍ୟାରେ ଜିଲ୍ଲା ପ୍ରସାସନ ଯୁବକ ଦ୍ୱୟ କରୋନା ପିଡ଼ିତା ବୋଲି ଜଣା ପଡ଼ିଲା ପରେ ରାତ୍ର ସମୟରେ ବରଗଡ଼ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିଲା। ପରେ ପ୍ରସାସନ ପକ୍ଷରୁ ତହସିଲଦାର ଅକ୍ଷୟ ବାଗ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେରଙ୍କ ଉପସ୍ଥିତିରେ ଅଚଂଳ ଦ୍ୱୟକୁ କୋରାଇଣ୍ଟିନ ଯୋନ ଜାରି କରାଯାଇଥିଲା। ବାଉଂଶ ବାଡ଼ ବାନ୍ଧି ଅମ୍ବାପତ୍ରା ରାସ୍ତା ଓ ଓଟିଡ଼ିସି ପରିସରକୁ ବନ୍ଦ କରିଥିଲେ। ଆଖପାଖ ୧୦୦ ମିଟର ପରିଧି ମଧ୍ୟରେ ରହିଥିବା ଅଞ୍ଚଳକୁ ବୋଫର୍ସ ଯୋନରେ ପରିଣତ କରାଯିବା ସହିତ ଯାତାୟତ ଲୋକଙ୍କୁ ସଚେତନ ମୂଳକ ବାର୍ତ୍ତା ଦିଆଯାଇଥିଲା।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories