www.samajalive.in
Sunday, December 14, 2025
26.1 C
Bhubaneswar

ଚୀନଠାରୁ ଦୂରେଇବ ଟିକ୍‌ଟକ୍ :‌ ୭୯ ପ୍ରଶ୍ନର ଉତ୍ତର ମାଗିଲେ ସରକାର

ନିଜର ବ୍ୟବସାୟକୁ ବଞ୍ଚାଇ ରଖିବା ଲାଗି ଟିକ୍‌ଟକ୍‌ ନୂଆ ଯୋଜନା ଆପଣାଇଛି। ଯୋଜନା ଅନୁଯାୟୀ ଟିକ୍‌ଟକ ଚୀନ ଠାରୁ ଦୂରେଇ ଯିବ। ଟିକଟକର ମୁଖ୍ୟ କାର୍ଯ୍ୟାଳୟ ବେଜିଂରେ ଥିବାବେଳେ ଏବେ ଏହାକୁ ଚୀନ ବାହାରକୁ ସ୍ଥାନାନ୍ତର କରିନେବ। ବାଇଟେଡାନ୍ସ ଲିମିଟେଡ ଦ୍ବାରା ପରିଚାଳିତ ଟିକ୍‌ଟକ୍‌ର ସ୍ବତନ୍ତ୍ର କାର୍ଯ୍ୟାଳୟ ନାହିଁ। ବାଇଟେଡାନ୍ସ ଚୀନର ଏକ କମ୍ପାନୀ। ତେବେ ଟିକଟକ ବ୍ୟବହାରକାରୀ, କର୍ମଚାରୀ, କଳାକାର, ଅଂଶୀଦାର ଓ ନୀତି ନିର୍ଦ୍ଧାରକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହା ନୂଆ ପଦକ୍ଷେପ ନେବ ବୋଲି କହିଛି। ଟିକଟକ ସମେତ ୫୯ଟି ଚାଇନା ଆପ୍‌କୁ ଭାରତ ସରକାର ନିଷିଦ୍ଧ କରିଥିବାବେଳେ ଆମେରିକା ଓ ଅନ୍ୟାନ୍ୟ ରାଷ୍ଟ୍ର ଅନୁରୂପ ପଦକ୍ଷେପ ନେବାକୁ ଯାଉଛନ୍ତି। ତେବେ ଟିକଟକ ଓ ଅନ୍ୟାନ୍ୟ ଆପ୍ସଗୁଡିକୁ ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ନୋଟିସ ପଠାଇଛି। ନୋଟିସରେ ୭୯ଟି ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଛି। ପ୍ରଶ୍ନଗୁଡିକର ଉତ୍ତର ୩ ସପ୍ତାହ ମଧ୍ୟରେ ଦେବାକୁ କୁହାଯାଇଛି। ଏଥିରେ ବିଫଳ ହେଲେ ଉକ୍ତ ଆପ୍ସଗୁଡିକୁ ଭାରତରେ ସବୁଦିନ ପାଇଁ ନିଷିଦ୍ଧ କରିଦିଆଯିବ। ଅନ୍ୟପଟେ ଟିକଟକ ୧କୋଟି ୬୦ଲକ୍ଷ ଭାରତୀୟ ୟୁଜର୍ସଙ୍କ ତଥ୍ୟ ଏହାର ୱେବସାଇଟ୍‌ରୁ ଡିଲିଟ କରିଦେଇଥିବା ଜଣାଯାଇଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories