www.samajalive.in
Saturday, December 13, 2025
14.1 C
Bhubaneswar

ପୁଲିସ ପାଇଁ ବଢୁଛି ଚିନ୍ତା : କଟକରେ ୧୭୩ ଜଣ ଅସୁସ୍ଥ ପୁଲିସ କର୍ମଚାରୀ

କଟକ : ରାଜ୍ୟରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେବାରେ ଲାଗିଛି। କରୋନା ଲଢେଇରେ ଅଗ୍ରଣୀ ଭୂମିକା ଲିଭାଉଥିବା ପୁଲିସ ଯୁଦ୍ଧ କରିବା ପାଇଁ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛି। ସଂକ୍ରମଣର ମୁକାବିଲା ପାଇଁ ପୁଲିସ କର୍ମଚାରୀଙ୍କୁ ଆବଶ୍ୟକ ମାସ୍କ ଓ ସୁରକ୍ଷା ସାମଗ୍ରୀ ମିଳିନାହିଁ। ସେମାନଙ୍କ ମଧ୍ୟରେ ସଂକ୍ରମଣ ବ୍ୟାପିବା ଆଶଙ୍କା ସୃଷ୍ଟି ହେଉଛି। କଟକ ସହରାଞ୍ଚଳରେ କାର୍ଯ୍ୟରତ ୧୭୩ ଜଣ ପୁଲିସ କର୍ମଚାରୀ ଏବେ ସୁସ୍ଥ ନାହାନ୍ତି। ଏହି ଅସୁସ୍ଥ କର୍ମଚାରୀ ଜନଗହଳି ପୂର୍ଣ୍ଣ ସ୍ଥାନରେ କାର୍ଯ୍ୟରେ ନିୟୋଜିତ ନ ହେବେ ଏଥିପ୍ରତି ଗୁରୁତ୍ୱ ଦିଆଯାଉଛି।
କରୋନା ମୁକାବିଲା କ୍ଷେତ୍ରରେ ପୁଲିସ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି। ପ୍ରତିମୂହର୍ତ୍ତରେ ବିପଦ ରହିଥିବା ବେଳେ କେତେକ ପୁଲିସ କର୍ମଚାରୀ ମାସ୍କ ବଦଳରେ ରୁମାଲ ବାନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ପିସିଆର ଭ୍ୟାନ୍‍ କାର୍ଯ୍ୟରତ କର୍ମଚାରୀମାନେ ଅବହେଳିତ ହେଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ପ୍ରତିଦିନ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବେଳେ ସେମାନଙ୍କ ପାଖରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରହୁନାହିଁ। ସମସ୍ତ ପିସିଆର ଭ୍ୟାନ୍‍କୁ ସାନିଟାଇଜ୍‍ କରାଯାଉନାହିଁ। ଫଳରେ ପୁଲିସ କର୍ମଚାରୀ ସଂକ୍ରମିତ ହେବାର ଆଶଙ୍କା ବଢିଯାଇଛି। ମାର୍ଚ୍ଚରୁ ପୁଲିସ କର୍ମଚାରୀ ମହାମାରୀ ମୁକାବିଲା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ପ୍ରଥମ ଲକ୍‍ଡାଉନ୍‍ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା, ହାଟ ଓ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ସୁପରିଚାଳନା କରିବା, ତାଲାବନ୍ଦ ସମୟରେ ଯାଞ୍ଚ କଡାକଡି କରିବା ସହ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ପୁଲିସ ଦୃଢତାର ସହ କାର୍ଯ୍ୟ କରୁଛି। ଏପରି ସମୟରେ ପୁଲିସର ସୁରକ୍ଷା ଅତ୍ୟାବଶ୍ୟକ ହୋଇପଡିଛି। ଅନେକ ସ୍ଥାନରେ ପୁଲିସ କର୍ମଚାରୀମାନେ ନିଜକୁ ଅସୁରକ୍ଷିତ ଥିବା ମନେ ହେଉଛି। କାରଣ ସେମାନଙ୍କୁ ଅତ୍ୟାବଶ୍ୟକ ସୁରକ୍ଷା ସାମଗ୍ରୀ ମିଳିପାରୁ ନାହିଁ। ପିସିଆର ଭ୍ୟାନ୍‍ ବିଭିନ୍ନ ସ୍ଥାନକୁ ଯାଉଥିବାବେଳେ ସେଥିରେ ଯାଉଥିବା କର୍ମଚାରୀମାନେ ବହୁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅସୁଛନ୍ତି। ଏପରିକି ଅପରାଧୀଙ୍କୁ ଧରିବା ସମୟରେ ପୁଲିସ ନିଜକୁ ଅସୁରକ୍ଷିତ ମନେ କରୁଛି। କେତେକ ପିସିଆର ଭ୍ୟାନ୍‍ରେ କର୍ମଚାରୀଙ୍କ ଲାଗି ସାନିଟାଇଜର ରଖାଯାଇ ନଥିବା ମଧ୍ୟ ଦେଖିବାକୁ ମିଳିଛି। ଗୃହ ବିଭାଗ ଓ ପୁଲିସ ପ୍ରଶାସନ ଏଥଇପ୍ରତି ଗୁରତ୍ୱ ଦେବା ଲାଗି ଦାବି ହୋଇଛି। ଏ ସଂକ୍ରାନ୍ତରେ ଡିସିପି ଅଖଳେଶ୍ୱର ସିଂହଙ୍କୁ ପଚାରିବାରୁ ସରକାରଙ୍କ ପକ୍ଷରୁ ପିପିଇ କିଟ୍‍ ପ୍ରଦାନ କରାଯାଇଛି। ଥାନା ସ୍ତରରେ ଆମେ ୨୫ଟି ଲେଖାଏଁ ପିପିଇ କିଟ୍‍ ପ୍ରଦାନ କରିଛୁ। ମାତ୍ର ଏହି କିଟ୍‍ ପିନ୍ଧି ପୁଲିସକୁ ସବୁ ସମୟରେ କାର୍ଯ୍ୟ କରିବା ସମ୍ଭବ ହେଉନାହିଁ। କାରଣ ଅନେକ ସମୟରେ ପୁଲିସକୁ ବାହାରେ କାର୍ଯ୍ୟ କରିବାକୁ ପଡୁଛି। ଏହି ସମୟରେ ଏହି କିଟ୍‍ ପିନ୍ଧି କାର୍ଯ୍ୟ କରିବା ସମ୍ଭବ ହେଉନାହିଁ। ପୁଲିସ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଆମେ ଗୁରୁତ୍ୱ ଦେଉଛୁ। ନିୟମିତ ବ୍ୟବଧାନରେ ବ୍ଲଡ ପ୍ରେସର ଯାଞ୍ଚ, ଥର୍ମାଲ ଟେମ୍ପରେଚର ଯାଞ୍ଚ କରାଯାଉଛି। ଏ ନେଇ ମଧ୍ୟ ବିଭିନ୍ନ ସମୟରେ ବୈଠକ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ଅଧିକ ମାସ୍କ ଓ ସାନିଟାଇଜର ଯୋଗାଇଦେବା ଲାଗି ଯୋଜନା ରଖିଛୁ। ପୁଲିସ କର୍ମଚାରୀମାନେ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ସହ କିପରି ନିଜକୁ ସୁରକ୍ଷିତ ରଖିପାରିବେ ଏଥିପ୍ରତି ଧ୍ୟାନ ଦେଉଛୁ ବୋଲି ସେ କହିଛନ୍ତିି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories