www.samajalive.in
Wednesday, December 10, 2025
16.1 C
Bhubaneswar

ନୀଳକଣ୍ଠନଗରକୁ ସିଲ୍‍ କଲା ପୌର ପ୍ରଶାସନ

ପିପିଲି: ପିପିଲି ପୌରାଞ୍ଚଳର ଜଣେ ୨୮ ବର୍ଷିୟ ମୁମ୍ବଇ ଫେରନ୍ତା ଯୁବକଙ୍କଠାରେ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ପିପିଲି ପୌର ପରିଷଦ ପକ୍ଷରୁ ଗୁରୁବାର ଶିରିଆପୁର ୧୩ନଂ ୱାର୍ଡର ନୀଳକଣ୍ଠନଗର (ଫେଜ୍‍-୦୧)କୁ ସଂପୂର୍ଣ୍ଣ ସିଲ୍‍ କରାଯାଇଛି। ଉକ୍ତ ଅଞ୍ଚଳର ମୁଖ୍ୟ ପ୍ରବେଶ ପଥ ସମେତ ଅନ୍ୟ ୨ଟି ରାସ୍ତାକୁ ପୌର ପ୍ରଶାସନ ପକ୍ଷରୁ ସିଲ୍‍ କରାଯିବା ସହ ସଂପୂର୍ଣ୍ଣ ଅଞ୍ଚଳକୁ ନିଷେଧାଞ୍ଚଳ ଭାବେ ଘୋଷଣା କରାଯାଇଛି।

ପିପିଲି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ, କନିଷ୍ଠ ଯନ୍ତ୍ରୀ ବିଭୂତି ତ୍ରିପାଠୀ, ନୋଡାଲ ଅଧିକାରୀ ବିଜୟ କୁମାର କୋଦମାସିଂ, ଅଶୋକ କୁମାର ଦାଶ ପ୍ରମୁଖ ଆଜି ଉକ୍ତ ଅଞ୍ଚଳକୁ ସିଲ୍‍ କରିଥିବା ବେଳେ ଅଞ୍ଚଳ ମଧ୍ୟରେ ରହୁଥିବା ଲୋକେ ବାହାରକୁ ଏବଂ ବାହାର ଅଞ୍ଚଳର ଲୋକଙ୍କୁ ଉକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ ସଂପୂର୍ଣ୍ଣ ଭାବେ ନିଷେଦ୍ଧ କରାଯାଇଛି। ଏଥିସହ ନିୟନ୍ତ୍ରଣ ଅଞ୍ଚଳ ମଧ୍ୟରେ ରହୁଥିବା ସମସ୍ତ ଅଧିବାସୀ ଘର ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

- Advertisement -

ତେବେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ତଥା ସର୍ଭେଲାନ୍ସ ୱାର୍କ ନ ସରିବା ପର୍ୟ୍ୟନ୍ତ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରିବା ପାଇଁ ଜିଲା ପ୍ରଶାସନକୁ ପୌର ପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଆଜି ପିପିଲି ଅଗ୍ନିଶମ ବିଭାଗ ପକ୍ଷରୁ ନୀଳକଣ୍ଠନଗରର ଉକ୍ତ ଯୁବକଙ୍କ ଘର ସମେତ ଆଖପାଖ ଅଞ୍ଚଳକୁ ବିଶୋଧନ କରାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories