www.samajalive.in
Thursday, December 11, 2025
15.1 C
Bhubaneswar

ଜିଓଫାଇବର୍ ଉପଭୋକ୍ତାଙ୍କ ପାଇଁ ମାଗଣା ଲାୟନ୍ସଗେଟ୍ ପ୍ଲେ ପ୍ରିମିୟମ୍ କଣ୍ଟେଣ୍ଟ ସହ ହଲିଉଡ୍ ବ୍ଲକ୍‌ବଷ୍ଟର୍ ଦେଖିବା ସୁବିଧା

ଭୁବନେଶ୍ୱର: ଜିଓଫାଇବର୍ ପକ୍ଷରୁ ଉପଭୋକ୍ତାଙ୍କ ପାଇଁ ପ୍ରସିଦ୍ଧ ଲାୟନ୍ସଗେଟ୍ ପ୍ଲେର ହଲିଉଡ୍ ସେଗ୍‌ମେଣ୍ଟରେ ଥିବା ବିଭିନ୍ନ ବର୍ଗ ଓ ବିବିଧ ଭାଷାର ପ୍ରିମିୟମ୍ କଣ୍ଟେଣ୍ଟ ସମ୍ବଳିତ ସମ୍ପୂର୍ଣ୍ଣ ଲାଇବ୍ରେରି ସ୍ୱତନ୍ତ୍ର ଭାବରେ ନିଶୁଳ୍କ ଉପଲବ୍ଧ କରାଯାଇଛି ।

ଜିଓଫାଇବରର ସିଲ୍‌ଭର ଓ ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍‌ରେ ଲାୟନ୍ସଗେଟ୍ ପ୍ଲେର ବିଷୟବସ୍ତୁ ନିଶୁଳ୍କ ଭାବେ ଉପଲବ୍ଧ ହେବ । ଆଜି ଠାରୁ, ଜିଓ ଫାଇବରର ବ୍ୟବହାରକାରୀମ।।ନେ ଷ୍ଟାରଜ୍ ଅରିଜିନାଲ୍ ସିରିଜ୍‌, ଫାଷ୍ଟ୍‌-ରନ୍ ମୁଭିଜ୍ ଓ ଅନ୍ୟାନ୍ୟ ଲୋକପ୍ରିୟ କାର୍ୟ୍ୟକ୍ରମ ସମେତ ୭୫୦୦ରୁ ଅଧିକ ନିର୍ଦିଷ୍ଟ ପ୍ରକାରର ପ୍ରିମିୟମ୍ ଟେଲିଭିଜନ ଅଧ୍ୟାୟ ଓ ଫିଚର୍ ଫିଲ୍ମ (ସିନେମା) ଦେଖିପାରିବେ।

- Advertisement -

ଲାୟନ୍ସଗେଟ୍ ପ୍ଲେ ସମ୍ଭାରରେ ରହିଛି ଭୂତ, କମେଡି, ନାଟକ, ଆକ୍ସନ, ରୋମାଂଚ ଓ ପ୍ରାମାଣିକ ଚଳଚ୍ଚିତ୍ର ସହିତ ଅନ୍ୟାନ୍ୟ ବର୍ଗର ସିନେମାର ବ୍ୟାପକ ଓ ବିବିଧତା ଭରା ଭଣ୍ଡାର । ଇଂରାଜି ଭାଷା ବ୍ୟତୀତ ଆଂଚଳିକ ଭାଷାରେ ସିନେମା ଦେଖିବାକୁ ପସନ୍ଦ କରୁଥିବା ଲୋକମାନେ ଲାୟନ୍ସଗେଟ୍ ପ୍ଲେର ବ୍ଲକବଷ୍ଟର ସିନେମାଗୁଡ଼ିକୁ ହିନ୍ଦୀ, ମରାଠି, ତାମିଲ, ତେଲୁଗୁ, କନ୍ନଡ଼ ଓ ଭୋଜପୁରୀ ଭାଷାରେ ଦେଖିପାରିବେ । ଏହି ନିଶୁଳ୍କ ସୁବିଧା ଜିଓଫାଇବର୍ ସିଲଭର୍‌ର ଏକାଧିକ-ମାସ କିମ୍ବା ତା’ଠାରୁ ଅଧିକ ମୂଲ୍ୟର ଯୋଜନାରେ ଉଭୟ ନୂଆ ଓ ପୁରୁଣା ଜିଓ ଫାଇବର ଗ୍ରାହକଙ୍କ ପାଇଁ ଉପଲବ୍ଧ ହୋଇଛି ।

ଜିଓଫାଇବର୍ ବ୍ୟବହାରକାରୀମାନେ ସେମାନଙ୍କ ଜିଓ ସେଟ୍ ଟପ୍ ବକ୍ସରେ ଜିଓ ଟିଭି+ ଆପ୍‌ରେ ଲାୟନ୍ସଗେଟ୍ ପ୍ଲେର ବିଷୟବସ୍ତୁ (କନଟେଂଟ୍‌) ପାଇପାରିବେ । ଅଲଗା ଭାବେ ଆପ୍‌ରେ ଲଗ୍ ଇନ୍ କିମ୍ବା ଡାଉନ୍‌ଲୋଡ୍ କରିବାର ଆବଶ୍ୟକତା ନାହିଁ ।

ଗୋଲ୍ଡ ପ୍ଲାନ୍‌ରେ ଜିଓ ଫାଇବର ପକ୍ଷରୁ ବ୍ୟାପକ ପ୍ରକାରର ସେବା ପ୍ରଦାନ କରାଯାଉଛି । ଅଧିକ ପ୍ରିମିୟମ୍ କନ୍‌ଟେଂଟ୍ ଦେଖିବାକୁ ଚାହୁଥିବା ଜିଓଫାଇବର ବ୍ୟବହାରକାରୀମାନେ ଗୋଲ୍ଡ ପ୍ଲାନ୍ ବିକଳ୍ପ ଚୟନ କରିପାରିବେ ଯାହା ଅଧିକ କ୍ଷୀପ୍ର ବେଗ ଓ ଅଧିକ ବ୍ରଡବ୍ୟାଣ୍ଡ୍ ଡାଟା ସହିତ ଅତିରିକ୍ତ ପ୍ରିମିୟମ ଓଟିଟିର ସମ୍ଭାର ମଧ୍ୟ ପ୍ରଦାନ କରୁଛି । ଏହା ଭାରତରେ ୨୫୦ ଏମବିପିଏସ୍ ପର୍ୟ୍ୟନ୍ତ ଅସୀମିତ ଇଟଂରନେଟ୍ (ମାସିକ ୧୭୫୦ ଜିବି ପର୍ୟ୍ୟନ୍ତ), ଅସୀମିତ ଭଏସ୍ କଲିଙ୍ଗ ସୁବିଧା ଏବଂ ସର୍ବନିମ୍ନ ଆନ୍ତର୍ଜାତିକ କଲ୍ ଦର ସହିତ ଅନ୍ୟାନ୍ୟ ସୁବିଧା ଦେଉଛି । ଏହା ଯେକୌଣସି ସମୟରେ ଟିଭି (ଭାରତର ସର୍ବବୃହତ କନଟେଂଟ୍ ଉତ୍ସ) ସହିତ ଲାୟନ୍ସଗେଟ୍ ପ୍ଲେ, ଜି-ଫାଇଭ୍‌, ଆମାଜନ ପ୍ରାଇମ ଭିଡିଓ, ଡିଜନି+ ହଟଷ୍ଟାର, ସୋନି ଲିଭ୍‌, ସନ୍‌ନେକ୍ସଟ, ଭୁଟ୍‌, ଅଲ୍‌ଟ ବାଲାଜୀ, ହୋଇଚୋଇ, ସେମାରୋ ମି, ଜିଓ ସିନେମା ଓ ଜିଓ ସାୱନ୍ ଭଳି ପ୍ରିମିୟମ ଓଟିଟି ଆପ୍ଲିକେସନ ଉପଲବ୍ଧ କରାଉଛି ।

ଟିଭି ଭିଡିଓକଲିଂ ସମେତ ଅସୀମିତ ଭିଡିଓ କଲିଂ ଓ କନଫରେନ୍ସିଂ, ଅସୀମିତ ସଙ୍ଗୀତ ଓ ଗେମିଂ ଏବଂ ଜିଓ ଆପ୍ଲିକେସନଗୁଡ଼ିକୁ ଅସୀମିତ ଉପଲବ୍ଧତା ମଧ୍ୟ ଗୋଲ୍ଡ ପ୍ଲାନର ଅଂଶ।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଜିଓଫାଇବର ସେବା ଏବେ ପ୍ରମୁଖ ସହରଗୁଡ଼ିକ ଯଥା ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ କୋରାପୁଟର ଅନେକ ଅଂଚଳରେ ଉପଲବ୍ଧ ହେଉଛି । ନିରବଚ୍ଛିନ୍ନ ଭରସାଯୋଗ୍ୟ ହାଇସ୍ପିଡ୍ ଇଣ୍ଟରନେଟ୍ ସାଙ୍ଗକୁ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ପାଲଟିଛି ଜିଓ ଫାଇବର ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories