www.samajalive.in
Sunday, December 14, 2025
14.1 C
Bhubaneswar

ପଣ୍ଡିତ ପୁଅ ମାଙ୍କଡ ମାରିଲେ କ’ଣ ଦୋଷ ନାହିଁ : ନିରଞ୍ଜନ

ଭୁବନେଶ୍ୱର: ଏବର୍ଷ କରୋନା ମହାମାରୀରେ ସାରା ଦେଶ ଜର୍ଜରିତ ଆମ ରାଜ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ରାଜ୍ୟର ଆର୍ଥିକ ସ୍ଥିତି ବହୁ ଦର୍ବୁଳ ହୋଇ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଗାମୀ ଦୁଇବର୍ଷ ପାଇଁ କୌଣସି ନୂଆ ପଦବୀ ସୃଷ୍ଟି ନକରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି। ଏହା ସହ ଅବସର ନେଉଥିବା କର୍ମଚାରୀ ମାନଙ୍କର ପୁନଃ ନିଯୁକ୍ତିର ରୋକ ଲଗାଇଛନ୍ତି। ମାତ୍ର ଏହି କିଛିଦିନ ମଧ୍ୟରେ ଖୋଦ ମୁଖ୍ୟମନ୍ତ୍ରୀ ୧୦ ଜଣ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି। ଏହି ୧୦ଜଣ ଅଧିକାରୀଙ୍କ ମଧ୍ୟରୁ ୯ଜଣ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତି ପାଇଛନ୍ତି। ଓଡ଼ିଶାରେ ବର୍ତମାନ ସୁଦ୍ଧା ୪୫ଲକ୍ଷରୁ ଉଦ୍ଧ୍ୱର୍ ରେଜିଷ୍ଟ୍ରିଭୁକ୍ତ ବେକାର ଯୁବକଯୁବତୀ ଅଛନ୍ତି। ଅନେକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକଶିକ୍ଷୟତ୍ରୀ ନାହାଁନ୍ତି, ଅନେକ ଥାନାରେ ମଧ୍ୟ ବହୁ କମ କର୍ମଚାରୀରେ ଥାନା ଚାଲିଛି। ବନବିଭାଗ ଓ ଅନ୍ୟ ଯେକୌଣସୀ ବିଭାଗରେ ମଧ୍ୟ ଏହି ଅବସ୍ଥା। ରାଜ୍ୟ ବାହାରେ କାମ କରୁଥିବା ପ୍ରାୟ ୧୦ଲକ୍ଷ ପ୍ରବାସୀ କରୋନା ପାଇଁ ଓଡ଼ିଶା ଫେରିଆସିଛନ୍ତି। ଏଭଳି ପରିସ୍ଥିତିରେ ଯୁବକଯୁବତୀ ମାନଙ୍କର ନିଯୁକ୍ତି ବନ୍ଦ କରିବା ଏକ ଅପରିଣାମ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories