www.samajalive.in
Sunday, December 14, 2025
26.1 C
Bhubaneswar

ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ୍ , ଆୟୁଷ ନିର୍ଦେଶକ ଗିରଫ

ଭୁବନେଶ୍ବର: ମହିଳା ସହକର୍ମୀଙ୍କୁ ମେସେଜ୍‌ ପଠାଇବା ମହଙ୍ଗା ପଡ଼ିଲା। ଏଥିନେଇ ଭୁବନେଶ୍ବର ମହିଳା ଥାନାରେ ସହକର୍ମୀ ଓ ଆୟୁଷ ନିର୍ଦେଶକ ମାମଲା ଦାୟର କରିଥିଲେ। ଆଜି ଉଭୟ ହାଜର ହେବା ପରେ ୫ଘଣ୍ଟା ପର୍ଯ୍ୟନ୍ତ ମାରାଥନ ଜେରା କରାଯାଇଥିଲା। ଶେଷରେ ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇବା ଅଭିଯୋଗରେ ଭୁବନେଶ୍ବର ମହିଳା ପୁଲିସ ଆୟୁଷ ନିର୍ଦେଶାଳୟର ନିର୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀଙ୍କୁ ଗିରଫ କରିଥିଲା।
ଆୟୁଷ ନିର୍ଦେଶାଳୟର ନିର୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ ଗିରଫ। ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ନିର୍ଦେଶକଙ୍କୁ ଗିରଫ କଲା ଭୁବନେଶ୍ବର ମହିଳାଥାନା ପୁଲିସ। ଆଜି ଭୁବନେଶ୍ବର ମହିଳା ଥାନାରେ ଆୟୁଷ ନିର୍ଦେଶକ ବିଭୂପ୍ରସାଦ ଷଡ଼ଙ୍ଗୀ ହାଜର ହୋଇଥିଲେ। ମହିଳା ସହକର୍ମୀଙ୍କୁ ଅଶ୍ଲୀଳ ଫୋନ୍‌ ଓ ମେସେଜ୍‌ ପଠାଇବା ନେଇ ଅଭିଯୋଗ ହୋଇଥିଲା। ମହିହା ସହକର୍ମୀ ଅଭିଯୋଗ କରିବା ପରେ ଆୟୁଷ ନିର୍ଦେଶକ ମଧ୍ୟ ପାଲଟା ଅଭିଯୋଗ ଆଣିଥିଲେ। ଆଜି ଉଭୟ ଭୁବନେଶ୍ବର ମହିଳାଥାନାରେ ହାଜର ହୋଇଥିଲେ। ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇଥିବା ଅଭିଯୋଗ ଆଧାରରେ ବିଭୂପ୍ରସାଦ ଷଡ଼ଙ୍ଗୀଙ୍କୁ ୫ଘଣ୍ଟାର ଜେରା କରାଯାଇଥିଲା। ଏହାପରେ ଭୁବନେଶ୍ବର ମହିଳାଥାନା ପୁଲିସ ପକ୍ଷରୁ ଆୟୁଷ ନିର୍ଦେଶକଙ୍କୁ ଗିରଫ କରାଯାଇଥିଲା। ଆଇପିସି ୩୫୪ ଏବଂ ୬୭ ଆଇଟି ଆକ୍ଟ ବଳରେ ଆୟୁଷ ନିର୍ଦେଶକଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories