www.samajalive.in
Wednesday, December 10, 2025
16.1 C
Bhubaneswar

‘ଲକ୍‌ଡାଉନ୍‌’ କେଁ : ଅବସରପ୍ରାପ୍ତଙ୍କୁ ମିଳିବନି ପ୍ରାପ୍ୟ

ଭୁବନେଶ୍ୱର : କୌଣସି ବର୍ଗର କର୍ମଚାରୀ ବା ଅଧିକାରୀ ଯଦି ଲକ୍‌ଡାଉନ୍‌ ପିରିୟଡ଼ ମଧ୍ୟରେ ଅବସର ଗ୍ରହଣ କରନ୍ତି ତେବେ ତାଙ୍କୁ ପେନ୍‌ସନ୍‌ ଗଣ୍ଡାକ ଛାଡ଼ି ଅନ୍ୟ କୌଣସି ପ୍ରାପ୍ୟ ମିଳିବ ନାହିଁ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ମଙ୍ଗଳବାର ସବୁ ବିଭାଗୀୟ ମୁଖ୍ୟ ଓ ଜିଲାପାଳମାନଙ୍କୁ ଏକ ନିର୍ଦେଶନାମା ଜାରି କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ ଲକ୍‌ଡାଉନ ପିରିୟଡ଼ ମଧ୍ୟରେ ଯେଉଁ ବିଭାଗ କର୍ମଚାରୀ କାର୍ଯ୍ୟ କରି ନାହାନ୍ତି ମାତ୍ର ତାଙ୍କର ଅବସର ହୋଇଯାଇଛି ସେମାନେ ବର୍ତ୍ତମାନ ପରିସ୍ଥିତିରେ ସରକାରୀ ପ୍ରାପ୍ୟ ପାଇପାରିବେ ନାହିଁ। ଏହାବାଦ୍ କୌଣସି ନୂତନ ନିଯୁକ୍ତି ଦିଆଯିବ ନାହିଁ। ଯଦି ସେମାନଙ୍କୁ ପୁନଃ ନିଯୁକ୍ତି ଦିଆଯିବ, ତେବେ ନିର୍ଦିଷ୍ଟ ପ୍ରକ୍ରିୟା ଭିତରେ ଏବଂ ଲକ୍‌ଡାଉନ ପିରିୟଡ଼ ଉଠିବା ପରେ ଯାଇ ଯାହାକିଛି ବିଚାର କରାଯିବ।

ସେହିପରି ଶ୍ରୀ ମୀନା ଦର୍ଶାଇଛନ୍ତି ଯେ ଯେଉଁ କର୍ମଚାରୀମାନେ ଆଉଟସୋର୍ସିଂ ବା ସଂସ୍ଥା ଦ୍ବାରା ନିଯୁକ୍ତି ପାଇଛନ୍ତି, ସେମାନଙ୍କ ଦରମା ଚୁକ୍ତି ଅବଧି ପର୍ଯ୍ୟନ୍ତ ବନ୍ଦ ହୋଇପାରିବ ନାହିଁ। ମାତ୍ର କୌଣସି ବିଭାଗ ଯଦି ସିଧାସଳଖ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି, ତେବେ ସେ କ୍ଷେତ୍ର​‌ରେ ସ୍ବୟଂକ୍ରିୟ ଭାବେ ତାଙ୍କର ନବୀକରଣ ହେବନାହିଁ। ଲକ୍‌ଡାଉନ ପିରିୟଡ଼ ଉଠିବା ପରେ ବିଚାର କରାଯାଇ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ମୀନା ଦର୍ଶାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories