www.samajalive.in
Friday, December 5, 2025
26.1 C
Bhubaneswar

ଜାମ୍ମୁ-କାଶ୍ମୀରର ଦବଙ୍ଗ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥ ନିଲମ୍ବିତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ନିଯୁକ୍ତ ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ରଥଙ୍କୁ ନିଲମ୍ବିତ କରାଯାଇଛି। ପଦବୀର ଅପବ୍ୟବହାର ଏବଂ ବାରମ୍ବାର ଦୁର୍ବ୍ୟବହାର କରିବା ଅଭିଯୋଗରେ ତାଙ୍କ ବିରୋଧରେ ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିଲମ୍ବନ ସମୟରେ ତାଙ୍କୁ ଶ୍ରୀନଗରସ୍ଥିତ ମୁଖ୍ୟାଳୟରେ ରହିବାକୁ ନିର୍ଦେଶ ଦିଆଯାଇଛି। ଡିଜିପିଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ତାଙ୍କୁ କୁହାଯାଇଛି।

୨୦୦୦ ମସିହା ବ୍ୟାଚ୍‌ର ଓଡ଼ିଆ ଆଇପିଏସ ଅଧିକାରୀ ବସନ୍ତ ତାଙ୍କର କାର୍ଯ୍ୟଶୈଳୀ ପାଇଁ ଜାମ୍ମୁ-କାଶ୍ମୀରରେ ଜଣେ ଦବଙ୍ଗ ଅଫିସର ଭାବେ ପରିଚିତ। କିନ୍ତୁ ତାଙ୍କର ବ୍ୟବହାରକୁ ନେଇ ଜାମ୍ମୁ-କାଶ୍ମୀର ପୁଲିସ ପ୍ରଶ୍ନ ଉଠାଇଛି। ଗତ ଜୁନ ୨୫ରେ ବସନ୍ତ ଗାନ୍ଧୀନଗର ଥାନାର ଏସଏଚଓଙ୍କୁ ଏକ ଚିଠି ଲେଖି ସେ ସୁରକ୍ଷିତ ନ ଥିବା କହିଥିଲେ। ଜାମ୍ମୁ-କାଶ୍ମୀର ପୁଲିସ ମୁଖିଆଙ୍କ କେତେକ କାର୍ଯ୍ୟକଳାପ ଯୋଗୁ ସେ ନିଜକୁ ସୁରକ୍ଷିତ ମଣୁ ନ ଥିବା ଚିଠିରେ ଦର୍ଶାଇଥିଲେ। ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories