www.samajalive.in
Monday, December 8, 2025
24.1 C
Bhubaneswar

ସୁରକ୍ଷିତ ନୁହଁ ‘ଅନୁଗୋଳ ବନସାଥୀ ଆପ’ !, ଆପ ଇନଷ୍ଟାଲ କଲେ ଉଡ଼ିଯାଉଛି ମୋବାଇଲର ଡାଟା

ବନ୍ତଳା: ହାତୀ-ମଣିଷ ସଂଘର୍ଷକୁ ରୋକିବା ସହ ଲୋକମାନଙ୍କ ସହ ସମ୍ପର୍କକୁ ଦୃଢ଼ କରିବାକୁ ବନ ବିଭାଗ ଆରମ୍ଭ କରିଛି ‘ଅନୁଗୋଳ ବନସାଥୀ ଆପ’। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରାଯାଇଥିବା ଏହି ‘ଆପ’ ଏବେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ଅଭିଯୋଗ ହେଉଛିି।

ଅନୁଗୋଳ ବନଖଣ୍ଡରେ ଗତ ୨ ମାସ ମଧ୍ୟରେ ୪ଜଣଙ୍କ ଜୀବନ ହାତୀ ଆକ୍ରମଣରେ ଯାଇଥିବା ଜଣାପଡିଛି ା ବନ୍ୟପ୍ରାଣୀମାନଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଅନୁଗୋଳ ବନଖଣ୍ଡ ତରଫରୁ ଆରମ୍ଭ ହୋଇଛି ‘ଅନୁଗୋଳ ବନସାଥୀ ଆପ’। ଏହି ଆପ ଲୋକଙ୍କୁ ବନ୍ୟପ୍ରାଣୀଙ୍କ ଆକ୍ରମଣ ଓ ଚଳପ୍ରଚଳ ବିଷୟରେ ତଥ୍ୟ ଦେବ ବୋଲି ପ୍ରସ୍ତୁତ ହୋଇଥିବା ବେଳେ ଏବେ ଏହି ‘ଆପ’ହିଁ ଲୋକଙ୍କ ପାଇଁ ବିପଦ ନେଇ ଆସିଛି। ଏହି ଆପକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଲୋକେ ଡାଉନଲୋଡ଼ କରିବାକୁ ଭୟ କରୁଛନ୍ତି। ଅନଲାଇନ ମାଧ୍ୟମରେ ଗୁଗୁଲ ପ୍ଲେ ଷ୍ଟୋରକୁ ଯାଇ ‘ଅନୁଗୋଳ ବନସାଥୀ’ ଲେଖିଲା ପରେ ଏହି ଆପ ଦେଖାଦେଉଛି। ଏହି ଆପକୁ ଡାଉନଲୋଡ଼ ବା ଇନଷ୍ଟଲ ମାରିବା ପରେ ପ୍ରଥମେ ଓଡ଼ିଆ ଓ ଇଂରାଜୀ ଅପସନ ଆସୁଛି ା ନିଜର ନାମ ଓ ମୋବାଇଲ ନମ୍ବର ଦେବା ସହ କେଉଁ ଅର୍ଥରେ ଏହାକୁ ଉପଯୋଗ କରିବେ ସେ ନେଇ ମଧ୍ୟ ଏକ ଖାଲିସ୍ଥାନ ଆସୁଛି। ନିଜର ନାମ, ଫୋନ ନମ୍ବର ଓ କେଉଁ ଅର୍ଥରେ ବ୍ୟବହାର କରିବେ ସେ ନେଇ ସୂଚନା ଦେବା ପରେ ଅନ୍ୟ ଏକ ପେଜ ଖୋଲୁଛି। ଯେଉଁଥିରେ କି ପ୍ରାଣୀମାନଙ୍କ ବିଷୟରେ ସୂଚନା, ଚାରା ଓ ଅନ୍ୟାନ୍ୟ ଅଭିଯୋଗ ଏହି ଭଳି ୩ଟି ପର୍ଯ୍ୟାୟ ରହିଛି ଏହି ‘ଆପ’କୁ ଚଳାଇବା ପାଇଁ। ହେଲେ ବିସ୍ମୟ କଥା, ଏହି ‘ଆପ’କୁ ଇନଷ୍ଟାଲ କଲା ମାତ୍ରେ ମୋବାଇଲରୁ ଆଖି ପିଛୁଳାକେ ଉଭାନ ହୋଇଯାଉଛି ସମସ୍ତ ଡାଟା। ମୋବାଇଲ ଗ୍ୟାଲେରି ବାକ୍ସରେ ଥିବା ସମସ୍ତ ଫଟୋ ଭିଡିଓ ଉଭେଇ ହୋଇଯାଉଛି। କେତେକ ସ୍ଥାନରେ ମୋବାଇଲ ହ୍ୟାଙ୍ଗ ହୋଇଯାଉଥିବା ଅଭିଯୋଗ ହେଉଛି। ମହିଧରପୁରର ଅଭିନାଶ ସାହୁ ଓ ଅନୁଗୋଳର ଶୁଭେନ ସାମଲଙ୍କ ଏପରି ଫଟୋ, ଭିଡ଼ିଓ ଆଦି ଉଡ଼ିଯାଇଥିବା ଅଭିଯୋଗ କରିଛନ୍ତି ା ଏହି ସବୁ ଅସୁବିଧାର ସମ୍ମୁଖୀନ ହେବା ପରେ ଲୋକେ ଏବେ ଏହି ‘ଆପ’ ର ନାମ ଶୁଣିଲେ ଭୟ କରୁଛନ୍ତି। ଅନୁଗୋଳ ବନଖଣ୍ଡର ବନ୍ତଳା, ମହିଧରପୁର, ଛେଣ୍ଡିପଦା, ଜରପଡା, ବଅଁରପାଳ, ଅନୁଗୋଳ ଆଦି ଅଞ୍ଚଳରୁ ଏହି ଭଳି ଅଭିଯୋଗ ଆସୁଛି।

- Advertisement -

ଏ ସମ୍ପର୍କରେ ଅନୁଗୋଳ ଡ଼ିଏଫଓ ଦାୟିତ୍ବରେ ଥିବା ରାମାସ୍ବାମୀ ପିଙ୍କୁ ପଚାରିବାରୁ ଏ ନେଇ ବନ ବିଭାଗକୁ କେହି ଅଭିଯୋଗ କରିନାହାନ୍ତି ା ତଥାପି ଏ ସମସ୍ୟା ନେଇ ଆପ ନିର୍ମାଣ କରିଥିବା ସଂସ୍ଥାକୁ ଅବଗତ କରାଯିବ ବୋଲି କହିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories