www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସୁନ୍ଦରଗଡ଼ ଜିଲାପାଳ

ରାଉରକେଲା: ଆଜି ରାଉରକେଲା ସହରରେ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଏବଂ ରାଉରକେଲାକୁ ସଟ୍‌ଡାଉନ୍‌ କରାଯିବା ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଛି। ଏଭଳି ଗୁଜବକୁ କେହି ବିଶ୍ବାସକୁ ନିଅନ୍ତୁ ନାହିଁ। ଯେଉଁମାନେ ଗୁଜବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁନ୍ଦରଗଡ଼ ଜିଲାପାଳ ନିଖିଳ ପବନ କଲ୍ୟାଣ ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ନିୟମ ପାଳନ କରିବା ସହିତ ମାସ୍କ ପିନ୍ଧିବା ଏବଂ କୋଭିଡ୍‌ ମାର୍ଗଦର୍ଶିକା ପାଳନ ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।

ପ୍ରତିଦିନ ରାଉରକେଲା ସହର ସମେତ ସୁନ୍ଦରଗଡ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ମଙ୍ଗଳବାର ଏନେଇ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ୟ୍ୟାଳୟରେ ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଏକ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ସେ ଅଧିକରୁ ଅଧିକ କୋରୋନା ଟେଷ୍ଟ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଏହା ସହିତ ଏବେ ସଟଡାଉନ ହେବାର ନାହିଁ ବୋଲି କହିଥିଲେ।. ଏଥିପାଇଁ ଗୁଜବ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଜିଲାପାଳ ଚେତାବନୀ ଦେଇଥିଲେ।

- Advertisement -

ସୂଚନାନୁସାରେ, ମଙ୍ଗଳବାର ଜିଲ୍ଲାରେ ୫୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଚିହ୍ନଟ ୫୧ ଜଣଙ୍କ ମଧ୍ୟରୁ ରାଉରକେଲାର ୫୦ଜଣ ଥିବାବେଳେ ତାଙ୍କ ମଧ୍ୟରେ ଜଣେ କୋରୋନା ଯୋଦ୍ଧା ପୁଲିସ ଅଧିକାରୀ ଅଛନ୍ତି । ତେବେ ପୁଲିସ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଉକ୍ତ ଥାନାର ସମସ୍ତ କର୍ମଚାରୀଙ୍କ ସ୍ବାବ ସଂଗ୍ରହ କରାଯାଇଛି। ସେହିପରି ଅନ୍ୟ ୪୯ ଜଣ ରାଉରକେଲା ୧୬ ନମ୍ବର ସେକ୍ଟରର କଣ୍ଟେନମେଣ୍ଟ ଜୋନ-୨ ଲେନର ଅଛନ୍ତି। ଏହି ଅଞ୍ଚଳ ଏବେ ରାଉରକେଲାବାସୀ ଓ ପ୍ରଶାସନର ଚିନ୍ତା ବଢାଇଛି। ଏଠାରେ ସୂଚନା ଯୋଗ୍ୟଯେ ଗତ ୩ ଦିନ ତଳେ ୧୬ ନମ୍ବର ସେକ୍ଟରର କଣ୍ଟେନମେଣ୍ଟ ଅଞ୍ଚଳର ଜଣେ ୬୪ ବର୍ଷୀୟ ବ୍ୟକ୍ତିଙ୍କ ଆଇଜିଏଚ ହସ୍‌ପିଟାଲ୍‌ରେ କରୋନାରେ ମୃତ୍ୟୁ ଘଟିଥିଲା। ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ସ୍ୱାବ ଟେଷ୍ଟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories