www.samajalive.in
Wednesday, December 10, 2025
16.1 C
Bhubaneswar

ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଘରର ମହିଳା ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଅନେକ ସମୟରେ ଦେଖାଯାଏ, ଯେତେ ରୋଜଗାର କଲେ ମଧ୍ୟ ଘରେ ଆର୍ଥିକ ସମସ୍ୟା ଲାଗିରହେ। ଏହାର ସମାଧାନ ପାଇଁ ଲୋକେ ଅନେକ ଉପାୟ ଆପଣେଇ ଥାଆନ୍ତି। ହେଲେ ଅଧିକାଂଶ କ୍ଷେତ୍ରରେ କେବଳ ବିଫଳତା ହିଁ ମିଳେ। ଆର୍ଥିକ ସମସ୍ୟା ଲାଗି ରହିବା ସହ ଘରେ ଏହାକୁ ନେଇ କଳହ ଉପୁଜେ। କିନ୍ତୁ ଏହା ହୁଏତ ଖୁବ୍‍ କମ୍‍ ଲୋକଙ୍କୁ ଜଣାଥିବ ଯେ, ଏସବୁ ଘଟିବାର ମୁଖ୍ୟ କାରଣ ଘରର ବାସ୍ତୁ ଦୋଷ ହୋଇଥାଏ। ତେବେ ଘରର ମହିଳାମାନେ ଚାହିଁଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। କିଛି ଖାସ୍‍ ବାସ୍ତୁ ଟିପ୍ସ ରହିଛି, ଯାହାକୁ କେବଳ ଘରର ମହିଳାମାନେ ଆପଣାଇ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୂର କରିପାରିବେ। ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ-

–ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହର ମୁଖ୍ୟଦ୍ୱାରକୁ ଗୃହମୁଖ ବୋଲି କୁହାଯାଏ। ମୁଖ୍ୟ ଦ୍ୱାରକୁ ସର୍ବଦା ଅନ୍ୟ ଦ୍ୱାର ଅପେକ୍ଷା ବଡ ଏବଂ ସୁସଜ୍ଜିତ କରିବା ଉଚିତ। ଏଥିପାଇଁ ମହିଳାମାନେ ଘରର ମୁଖ୍ୟ ଦ୍ୱାରକୁ କଳସ, ନଡିଆ, ଫୁଲ ଏବଂ କଦଳୀ ପତ୍ର କିମ୍ବା ସ୍ୱସ୍ତିକ ଚିତ୍ରରେ ସଜାଇବା ଉଚିତ। ଏମିତି କଲେ ଘରେ ଧନ ଏବଂ ସମୃଦ୍ଧି ବଜାୟ ରହେ।

- Advertisement -

–ଘରର ମୁଖ୍ୟ ଦ୍ୱାର ଚତୁର୍ଭୂଜାକାର ହେବା ଉଚିତ। ଏମିତି କଲେ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଏଥିପାଇଁ ମହିଳାମାନେ ପ୍ରତିଦିନ ସକାଳୁ ଉଠିବା ପରେ ମୁଖ୍ୟଦ୍ୱାରରେ ପାଣି ପକାଇ ଓଳାଇବା ଉଚିତ। ଏପରି ନିୟମିତ କଲେ ଘରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

–ବାସ୍ତୁଶାସ୍ତ୍ର ଅନୁସାରେ ଗୃହିଣୀ ସକାଳୁ ସର୍ବପ୍ରଥମେ ଘରକୁ ସଫା କରିବା ଉଚିତ। ଏହାପରେ ଗାଧୋଇ ଘରର ମୁଖ୍ୟଦ୍ୱାରରେ ନିଜ ସାମର୍ଥ୍ୟ ଅନୁସାରେ ରଙ୍ଗୋଲି କରିବା ଉଚିତ। ଯାହା ଘରେ ନକରାତ୍ମକ ଶକ୍ତିକୁ ପ୍ରବେଶ କରିବାକୁ ଦିଏନାହିଁ। ମୁଖ୍ୟ ଦ୍ୱାରରେ କେଶର, ନୀଳ ଏବଂ ହଳଦିଆ ରଙ୍ଗର ରଙ୍ଗୋଲି କରିବା ଉଚିତ।

–ରୋଷେଇ ଘର ସର୍ବଦା ସଫା ରହିବା ଆବଶ୍ୟକ। କାରଣ ଏଠାରେ ମା’ ଅନ୍ନପୂର୍ଣ୍ଣା ବାସ କରନ୍ତି। ଏମିତି କରିବା ଦ୍ୱାରା ଧନ ମଧ୍ୟ ବୃଦ୍ଧି ପାଇଥାଏ। ଏହାବ୍ୟତୀତ ରୋଷେଇ କରିଥିବା ପ୍ରଥମ ରୁଟି ଗାଈ, ଦ୍ୱିତୀୟ ପକ୍ଷୀ ଏବଂ ତୃତୀୟ କୁକୁର ପାଇଁ ନିୟମିତ ରଖନ୍ତୁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories