www.samajalive.in
Sunday, December 14, 2025
23.1 C
Bhubaneswar

ଚଳିତ ମୌସୁମୀରେ ଲଗାଯିବ ୬ କୋଟି ୩୦ ଲକ୍ଷ ଚାରା

ଭୁବନେଶ୍ୱର: ଚଳିତ ମୌସୁମୀରେ ରାଜ୍ୟର ୧ ଲକ୍ଷ ୩୦ ହଜାର ହେକ୍ଟର ଅଞ୍ଚଳରେ ସମୁଦାୟ ୬ କୋଟି ୩୦ ଲକ୍ଷ ବୃକ୍ଷଚାରା ରୋପଣ କରାଯିବ। ଏଥିମଧ୍ୟରୁ ବିଭିନ୍ନ ସହରାଞ୍ଚଳରେ ୪ ଲକ୍ଷ ୯୧ ହଜାର ବୃକ୍ଷଚାରା ରୋପଣ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ବୋଲି ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି। ଆଜି ସ୍ଥାନୀୟ ଘାଟିକିଆସ୍ଥିତ ଜଙ୍ଗଲ ବିଜ୍ଞାନ ଉଦ୍ୟାନରେ ଆୟୋଜିତ ୭୧ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ବୃକ୍ଷରାଜି ତଥା ଜଙ୍ଗଲର ମହତ୍ତ୍ୱ ଉପରେ ଗୁରୁତ୍ୱ ଆରୋପ କରି ବୃକ୍ଷରୋପଣ ପ୍ରତି ଆଗ୍ରହ, ଆବେଗ ଓ ଅନୁରାଗ ସୃଷ୍ଟି କରିବା ବନମହୋତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟରେ ପ୍ରତିବର୍ଷ ଜୁଲାଇ ପହିଲାରୁ ସାତ ତାରିଖ ପର୍ଯ୍ୟନ୍ତ ବନମହୋତ୍ସବ ସପ୍ତାହ ପାଳନ କରାଯାଇ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥାଏ। କୋଭିଡ୍‌-୧୯ ଭୟାବହତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିନା ଉପସ୍ଥିତିରେ ଅତ୍ୟନ୍ତ ନିରାଡମ୍ବର ଭାବରେ ଚଳିତ ରାଜ୍ୟସ୍ତରୀୟ ୭୧ତମ ବନମହୋତ୍ସବ ସପ୍ତାହ ପାଳନ କରାଯାଉଛି। ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସନ୍ଦୀପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories