www.samajalive.in
Sunday, December 14, 2025
26.1 C
Bhubaneswar

କ୍ବାରେନଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ: ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ

ନୀଳଗିରି: ବାଲେଶ୍ୱର ଜିଲାର ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭରେ ଆକ୍ରାନ୍ତ ହେବା କଥା ଶୁଣିବା ପରେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି। ଗତ ୨ତାରିଖରେ ବାଲେଶ୍ୱର ସଦର ବିଧାୟକ ସ୍ୱର୍ଗତଃ ମଦନମୋହନ ଦତ୍ତ ଓରଫ ମଙ୍ଗୁଭାଇଙ୍କ ଶ୍ରଦ୍ଧାଞ୍ଜଳି ସଭା ଏବଂ ୩ତାରିଖରେ ନୀଳଗିରି ଛତ୍ରପୁରସ୍ଥିତ ଏକ ସରକାରୀ କାର୍ଯ୍ୟକ୍ରମରେ ସେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ଯୋଗ ଦେଇଥିଲେ। କିନ୍ତୁ ସୋମବାର ବିଧାୟକ ସୁକାନ୍ତଙ୍କ ସ୍ୱାବ ରିପୋର୍ଟରେ ପଜିଟିଭ ଆସିବା ପରେ ସେ ଦିଲ୍ଲୀସ୍ଥିତ ନିଜ ସରକାରୀ ବାସଭବନରେ ସରକାରୀ ନିୟମାନୁସାରେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ବୋଲି ଶ୍ରୀ ଷଡ଼ଙ୍ଗୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।


ସୂଚନା ଯେ, ଉପରୋକ୍ତ ଦୁଇଟି କାର୍ଯ୍ୟକ୍ରମରେ ସହଶ୍ରାଧିକ ଲୋକ ଯୋଗ ଦେଇଥିଲେ। ବିଧାୟକ ଓ କେନ୍ଦ୍ରମନ୍ତ୍ରୀ ଏକାଧିକ ଲୋକଙ୍କ ସହ ବସି ବାର୍ତ୍ତାଳାପ କରିଥିଲେ। ସେପଟେ ସ୍ପର୍ଶରେ ଡେଉଁଥିବା ଏହି କରୋନା ଭାଇରସ ପାଇଁ ଯଦି କେହି ବିଧାୟକ ସୁକାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ତେବେ ଖାଲି ନୀଳଗିରି ନୁହଁ ବରଂ ବାଲେଶ୍ୱର ଓ ଭୁବନେଶ୍ୱରରେ ମଧ୍ୟ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଉକ୍ତ ୨ଟି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତିମାନେ ତଥା ବିଧାୟକ ସୁକାନ୍ତ ନାୟକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତୁରନ୍ତ ସ୍ୱାବ ପରୀକ୍ଷା କରାଇବାକୁ ସାଧାରଣରେ ଦାବି ହୋଇଛି। ଗତ ଶନିବାର ନୀଳଗିରି ବ୍ଲକର ସଜନାଗଡ଼ କ୍ୱାରେଣ୍ଟାଇନ ସେଣ୍ଟରରେ ନୀଳଗିରି ବିଧାୟକଙ୍କ ସମେତ ମୋଟ ୬୯ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ସୋମବାର ରିପୋର୍ଟ ଆସିବା ପରେ ସେମାନଙ୍କ ମଧ୍ୟରୁ ୧୮ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି। ବିଧାୟକଙ୍କୁ ଛାଡ଼ିଦେଲେ ଅନ୍ୟମାନେ ସବୁ ୧୪ଦିନ କ୍ୱାରେଣ୍ଟାଇନ ଏବଂ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ପରେ ମଧ୍ୟ ପଜିଟିଭ ରିପୋର୍ଟ ଆସିଥିବାରୁ ସାଧାରଣରେ କୋକୁଆଭୟ ସୃଷ୍ଟି ହୋଇଛି। ଉପରୋକ୍ତ ୧୮ଜଣଙ୍କୁ ମିଶାଇ ନୀଳଗିରି ବ୍ଲକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦ଛୁଇଁଥିବା ଜଣାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories