www.samajalive.in
Tuesday, December 9, 2025
16.1 C
Bhubaneswar

ଆତ୍ମନିର୍ଭରଶୀଳତାର ଉଦାହରଣ ବୁଲୁ ଭାଇ

ବାଲେଶ୍ୱର : ଉଚ୍ଚ ଶିକ୍ଷିତ ହୋଇ ବି ଚାହା ଦୋକାନ କରି ଆତ୍ମନିର୍ଭରଶୀଳତାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରି ପାରିଛନ୍ତି ବୁଲୁ ଭାଇ। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର କାହିଁକି ସାରା କଚେରୀ ମାର୍କେଟ ଅଞ୍ଚଳରେ ବୁଲୁ ଭାଇଙ୍କ ଚାହା ଦୋକାନ କହିଲେ ସମସ୍ତେ ଜାଣି ପାରନ୍ତି। ନିକଟସ୍ଥ ଜିଲାପାଳଙ୍କ କାର୍ଯ୍ୟାଳୟ, ଇଲେକସନ ଅଫିସ, କୃଷି କାର୍ଯ୍ୟାଳୟ, ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ, ପରିବାର ଅଦାଲତ ସହିତ ଅନ୍ୟ ଲୋକମାନେ ବାହାରୁବି ଆସିଥାନ୍ତି କେବଳ ଚାହା ପିଇବା ପାଇଁ। ୨୪ ବର୍ଷର ଚାହା ଦୋକାନ ଭିତରେ ଉତ୍‍ଥାନ ପତନ ଦେଇ ଗତି କରିଥିବା ବୁଲୁ ଭାଇ ଓରଫ ଦୀପକ ରଞ୍ଜନ ଦାସ ଏବେ ଏହି ଦୋକାନକୁ ନେଇ ଗର୍ବିତ। ନିଜର ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷିତ କରିପାରିବା ସହିତ ନିଜେ ଏବେ ବେଶ ସ୍ୱଚ୍ଛଳ ଜୀବନ ଅତିବାହିତ କରୁଛନ୍ତି। ନିଜର ଉତ୍ତମ ବ୍ୟବହାର, ନିର୍ଭେଜାଲ ଭଲ ପାଇବା ବଳରେ ସେ ସମସ୍ତ କାର୍ଯ୍ୟାଳୟର କର୍ମଚାରୀ, ଅଫିସରଙ୍କ ସହ ସହ ସାଧାରଣ ଲୋକଙ୍କ ନିକଟତର କରିପାରିଛନ୍ତି।

ଉଚ୍ଚ ଶିକ୍ଷିତ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ ପାଇଁ  ବୁଲୁଭାଇ ନିଶ୍ଚିତ ଭାବେ ଉଦାହରଣ। ତାଙ୍କ ଘର ରେମୁଣା ବ୍ଲକ, ଖନ୍ତାପଡ଼ା ଥାନା କୁଳିଗାଁ ଅଞ୍ଚଳରେ। କଳାରେ ସେ ଯୁକ୍ତ ତିନି ପାସ କରିଛନ୍ତି। ତେବେ ଯୁକ୍ତ ଦୁଇ ପାସ କରିବା ପରେ ସେ ଏମିତି ବୁଲାବୁଲି କରିବା ସହିତ ଗୀତ ମଧ୍ୟ ଗାଉଥିଲେ। ହେଲେ କେମିତି ସ୍ୱାବଲମ୍ବୀ ହେବେ ସେଥିପାଇଁ ଉପାୟ ଖୋଜୁଥିଲେ। ୨୯୯୭-୯୮ ମସିହା ବେଳେ ଚାକିରି କଥା ଚିନ୍ତା କରିବା ସ୍ୱପ୍ନ ଥିଲା। ସେତେବେଳେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବୁଲୁବୁଲୁ ଚାହା ଦୋକାନଟିଏ କରି କିଛି ରୋଜଗାର କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେତେବେଳେ ଜିଲାପାଳ ଥାଆନ୍ତି ବିଶାଲ ଦେବ। ତାଙ୍କୁ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଚାହା ଦୋକାନଟିଏ କରିବାକୁ ଆବେଦନ କରିଥିଲେ। ବିଭିନ୍ନ କାର୍ଯ୍ୟାଳୟର ଅଫିସର ଓ କର୍ମଚାରୀମାନେ ମଧ୍ୟ ତାଙ୍କ ଆବେଦନ ପତ୍ରରେ ଦସ୍ତଖତ କରିଥିଲେ। ପରେ ତାଙ୍କୁ ଦୋକାନଟିଏ କରିବାକୁ ସ୍ଥାନ ଦିଆଯାଇଥିଲା। ସେବେଠାରୁ ସେ ଚାହା ଦୋକାନ କରି ଆସୁଛନ୍ତି। ଚାହା ଦୋକାନ ତାଙ୍କୁ ସ୍ୱାବଲମ୍ବି କରିଛି ନିଶ୍ଚିତ। ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷିତ କରାଇପାରିଛନ୍ତି ବୁଲୁ। ବଡ଼ ଝିଅ ଏମଏସସି କରି କରିବା ପରେ କ୍ୟାମ୍ପସ ପାଇ ହାଇଦ୍ରାବାଦରେ ଏକ ରିସର୍ଚ୍ଚ ସେଣ୍ଟରେ କାର୍ଯ୍ୟରତ। ସେ ଏବେ ଆଇଏଏସ ହେବାକୁ ଇଚ୍ଛା କରୁଥିଲେ ବି ଅର୍ଥ ବାଧକ ସାଜିଛି। ସେହିପରି ସାନ ଝିଅ ଏବିଏରେ ବିବିଏ ପଢ଼ିବା ପରେ ବିସିଇଟିରେ ଏମବିଏ କରୁଛନ୍ତି। ଦୁଇ ଝିଅଙ୍କୁ ଉଚ୍ଚ ଶିକ୍ଷିତ କରାଇବା ପରେ ବି ସେ ନିଜର ପରିବାର ସୁରୁଖୁରୁରେ ଚଳାଇ ପାରିଛନ୍ତି ଏହି ଚାହା ଦୋକାନରୁ।

- Advertisement -

ତାଙ୍କର ଆଉ ଗୋଟିଏ ପରିଚୟ ବି ରହିଛି। ସେ ହେଉଛନ୍ତି ଜଣେ ପ୍ରାଣୀ ପ୍ରେମୀ। ଶିକ୍ଷା ବିଭାଗ ପରିସରରେ ଥିବା ଚାହା ଦୋକାନରେ ସେ ପ୍ରାୟ ୪ରୁ ୬ଟି କୁକୁରଙ୍କୁ ନିୟମିତ ଭାବେ ଖାଇବାକୁ ଦେଇଥାନ୍ତି। ଆଉ ଘରେ ତାଙ୍କର ରହିଛି ପ୍ରାୟ ୧୦ଟି ବିଲେଇ। କୁକୁର ଓ ବିଲେଇଙ୍କୁ ଖାଇବାକୁ ଦେବାରେ ଦିନକୁ ପ୍ରାୟ ୧୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। କରୋନା କଟକଣା ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେ। ପୁରା ଦୁଇମାସ ଦୋକାନ ବନ୍ଦ ରହିଥିଲା। ତେବେ ସବୁଠାରୁ ଅଧିକ ଦୁଃଖ ଦେଇଥିଲା ତାଙ୍କୁ କୁକୁରମାନଙ୍କୁ ଖାଇବାକୁ ଦେବାର ସମସ୍ୟା। ତେବେ ଦରଦୀ ମଣିଷ ଦୀପକ ନିଜ ଘରୁ ଖାଦ୍ୟ ରାନ୍ଧିକରି ଆଣି କୁକୁରମାନଙ୍କୁ ଖାଇବାକୁ ଦେଇଥିଲେ। ତାଙ୍କର ଏହି ମାନସିକତା ପାଇଁ ସବୁ ସ୍ତରର ଲୋକମାନଙ୍କଠାରୁ ବେଶ ପ୍ରଶଂସା ପାଇଛନ୍ତି। ସ୍ୱାଭିମାନ ସହିତ ବଞ୍ଚିବା ସହିତ ଅନ୍ୟମାନଙ୍କୁ ସ୍ୱାବଲମ୍ବି ହେବାର ସହଜ ଓ ସରଳ ବାଟ ବତାଇଛନ୍ତି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories