www.samajalive.in
Thursday, December 11, 2025
18.1 C
Bhubaneswar

ଆଦିତ୍ୟ ବାହିନୀ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ଦେବଗଡ: ଆଦିତ୍ୟ ବାହିନୀ ଦେବଗଡ ଶାଖା ପକ୍ଷରୁ ସ୍ଥାନୀୟ ନ୍ୟୁ ପଣ୍ଡାସାହି କଲୋନୀ ସ୍ଥିତ ଆଦିତ୍ୟ ବାହିନୀ ଜିଲା କାର୍ଯ୍ୟାଳୟରେ ରବିବାର ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଆଦିତ୍ୟ ବାହିନୀ , ଦେବଗଡ ଶାଖା ପୀଠ ପରିଷଦ ସଦସ୍ୟ ବିରଞ୍ଚି ନାରାୟଣ ମିଶ୍ର, ସମ୍ପାଦକ ପ୍ରଣବ କିଶୋର ଗୁରୁ ଓ ଉପସଭାପତି ଦିଲ୍ଲିପ କୁମାର ବରାଇଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦକ ସତ୍ୟ ନାରାୟଣ ମିଶ୍ର , ସିଦ୍ଧାର୍ଥ ଗୁରୁ ,ବିରଞ୍ଚି ନାରାୟଣ ଦାଶ,କାର୍ଯ୍ୟାଳୟ ସଚିବ ରେବତୀ ମୋହନ ପଟ୍ଟନାୟକ,ପ୍ରଶାନ୍ତ କୁମାର ଭୁକ୍ତା,ମେଘନାଦ ପାଣି ଓ ବ୍ରିଜେଶ ରଞ୍ଜନ ସାହୁଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ମହାବୀର ହନୁମାନଙ୍କ ଫଟୋ ସ୍ଥାପନା କରିବା ସହ ଧୂପ, ଦୀପ ଓ ପୁଷ୍ପ ଦ୍ୱାରା ପୂଜାର୍ଚ୍ଚନା କରି ଏହି ଉତ୍ସବ ପାଳନ କରିଥିଲେ। ଶେଷରେ ୭ ଥର ହନୁମାନ ଚାଳିଶା ପାଠ କରାଯାଇଥିଲା।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories