www.samajalive.in
Wednesday, December 10, 2025
14.1 C
Bhubaneswar

ଗ୍ରାମବାସୀଙ୍କ ବିରୋଧ, ଶ୍ମଶାନରୁ ଫେରିଗଲା ଶବ

ବାଲେଶ୍ବର: ଗ୍ରାମବାସୀଙ୍କ ବିରୋଧ ଯୋଗୁ ଜଣେ ବ୍ୟକ୍ତିଙ୍କ ଶବ ସତ୍କାର କରାଯାଇ ପାରିନାହିଁ ଓ ତାଙ୍କର ଶବକୁ ଶ୍ମଶାନରୁ ଫେରାଇ ଦିଆଯାଇଛି।
ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିବା ସହିତ ତାର ଭୟାବହତା ଲୋକଙ୍କ ଭିତରେ ଛାଇ ହୋଇ ରହିଛି। କରୋନା ସନ୍ଦେହରେ ଗ୍ରାମରେ ଶବ ପୋତିବାକୁନେଇ ଉତ୍ତେଜନା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଖୀରକୋଣା ପଞ୍ଚାୟତର ମଝିଖଣ୍ଡି ଗ୍ରାମରେ। ଗ୍ରାମର ସୁରେଶ ମହାନ୍ତି (୩୧) ଅହମ୍ମଦାବାଦରେ ଏକ ଘରୋଇ ସୁତା କମ୍ପାନୀରେ କରୁଥିଲେ। ନିଜ ଗ୍ରାମକୁ ଫେରୁଥିବା ବେଳେ ବାଟରେ ତାଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ଫଳରେ ଏକ ଆମ୍ବୁଲେନ୍ସ ଯୋଗେ ତାଙ୍କର ମୃତ ଶରୀରକୁ ଗ୍ରାମକୁ ଅଣାଯାଇଥିଲା। ନିଜ ଗ୍ରାମରେ ଶବକୁ ନ ପୋତି ପଡୋଶୀ ଗ୍ରାମ ନହରଣପୁର ଭାଗିଆବନ୍ଧ ଠାରେ ପ୍ରଶାସନ ମାଧ୍ୟମରେ ଡୋଜର ସାହାଯ୍ୟରେ ପୋତିବାକୁ ଉଦ୍ୟମ କରାଯାଇଥିଲା। ଫଳରେ ଏହାକୁ ଗ୍ରାମବାସୀମାନେ ବିରୋଧ କରିଥିଲେ। ଗ୍ରାମବାସୀମାନେ ବିରୋଧ କରିବା ପରେ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଏହାପରେ ଭୟରେ ଆମ୍ବୁଲାନ୍ସଟି ଶବକୁ ଧରି ବାଲେଶ୍ୱର ଫେରିଯାଇଥିବା ଜଣାପଡିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories