www.samajalive.in
Saturday, December 13, 2025
26.1 C
Bhubaneswar

ଲକଡାଉନରେ ୧୨,୬୮୦ ଟ୍ରେନରେ ୪୫.୮୦ ମିଲିଅନ ଟନ୍‍ ମାଲ ପରିବହନ କରିଛି ପୂର୍ବତଟ ରେଳପଥ

ଭୁବନେଶ୍ବର: ଦେଶରେ କରୋନା ସଂକ୍ରମଣ ର ପ୍ରକୋପ ତଥା ଲକ ଡାଉନ ଜାରି ରହିଥିବା ସତ୍ୱେ, ଭାରତୀୟ ରେଳ ପଥ ଦେଶର କୋଣ ଅନୁକୋଣକୁ ନିୟମିତ ରୂପେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିମନ୍ତେ ପହଞ୍ଚାଇବା ସୁନିଶ୍ଚିତ କରିଛି। ୨୨ ମାର୍ଚ୍ଚ ରୁ ୩୦ ଜୁନ ୨୦୨୦ ମଧ୍ୟରେ ୧୦୧ ଦିନ ରେ ପୂର୍ବତଟ ରେଳ ପଥ ଏହାର ଅଧିକାର କ୍ଷେତ୍ରରୁ ୭୧୦୦ ଟି ଟ୍ରେନ ରେ ୭୧.୦୬ ମିଲିୟନ ଟନର କୋଇଲା ପରିବହନ କରିଛି। ଏଥିମଧ୍ୟରୁ ତାଳଚେର ଅଞ୍ଚଳ ରୁ ୪୧୫୭ ଟି ଟ୍ରେନ ରେ ୧୬.୧୪ ମିଲିୟନ ଟନର ସ୍ଥାନୀୟ କୋଇଲା ଏବଂ ୧୦.୯୨ ମିଲିୟନ ଟନର ଆମଦାନୀ କୋଇଲା ପୂର୍ବତଟ ରେଳ ପଥ ଅଧିକାର କ୍ଷେତ୍ର ଅଂଚଳ ରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ଶକ୍ତି ଉତ୍ପାଦନ କେନ୍ଦ୍ର ଓ ଶିଳ୍ପ ପ୍ରତିଷ୍ଠାନ ଗୁଡିକୁ ପରିବହନ କରାଯାଇଥିଲା। ଏହି ସମୟ ମଧ୍ୟରେ, ପୂର୍ବତଟ ରେଳପଥ ୦.୯୫ ମିଲିୟନ ଟନର ଖାଦ୍ୟଶସ୍ୟ ବିଶେଷ କରି ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ରେଲେଙ୍ଗାନା, ବିହାର , ଝାରଖଣ୍ଡ ଇତ୍ୟାଦି ରାଜ୍ୟକୁ ୩୩୩ ଟି ଟ୍ରେନ ମାଧ୍ୟମରେ ଚାଉଳ ପରିବହନ କରିଥିଲା।ଏହା ବ୍ୟତୀତ ୧.୨୦ ମିଲିୟନ ଟନର ସାର ଉତର ପ୍ରଦେଶ, ବିହାର, ପଶ୍ଚିମ ବଙ୍ଗ ଆଦି ରାଜ୍ୟ କୁ ୪୭୦ ଟି ଟ୍ରେନ ରେ ପରିବହନ ସହିତ ପୂର୍ବ ତଟ ରେଳପଥ ଅଧିକାର କ୍ଷେତ୍ର ରୁ ବିଭିନ୍ନ ସ୍ଥାନ ଗୁଡିକୁ ୨୭୯ ଟି ଟ୍ରେନରେ ପେଟ୍ରୋଲିୟମ ଉତ୍ପାଦ ପରିବହନ କରାଯାଇଛି। ୧୨୬୮ ଟ୍ରେନ ରେ ଲୌହ ପଥର, ୮୯୫ ଟ୍ରେନ ରେ ଲୌହ ଓ ଇସ୍ପାତ ଉତ୍ପାଦ, ୪୧ଟି ଟ୍ରେନ ରେ ସିମେଂଟ ମଧ୍ୟ ବୋଝେଇ କରାଯାଇ ବିଭିନ୍ନ ସ୍ଥାନ ମାନଙ୍କୁ ପଠା ଯାଇଛି।ମୋଟାମୋଟି ରୂପେ ଲକ ଡାଉନ ସମୟରେ ଅର୍ଥାତ ୨୨ ମାର୍ଚ୍ଚ ରୁ ୩୦ ଜୁନ ୨୦୨୦ ମଧ୍ୟରେ ପୂର୍ବ ତଟ ରେଳ ପଥ ୧୨, ୬୮୦ ଟି ଟ୍ରେନ ମାଧ୍ୟମରେ ୪୫.୮୦ ମିଲିୟନ ଟନର ପଣ୍ୟ ପରିବହନ କରିଥିଲା। ୨୦୨୦-୨୧ ର ପ୍ରଥମ ତ୍ରୟ-ମାସ ରେ, ପୂର୍ବ ତଟ ରେଳ ପଥ ୪୨ ମିଲିୟନ ଟନ ମାଲ ପରିବହନ କରିଥିଲା, ଯାହା ପୂର୍ବ ବର୍ଷ ର ସେହି ସମୟ ତୁଳନାରେ ୮୨% ଅଧିକ। ଭାରତୀୟ ରେଳ ପଥ ରେ ଥିବା ସମସ୍ତ ଜୋନଗୁଡିକ ତୁଳନାରେ ପୂର୍ବ ତଟ ରେଳ ପଥ ଏହି ସମାୟାବଧି ରେ ଅଧିକ ମାଲ ପରିବହନ କରିଛି। ଏହି ପୁରା ସମାୟାବଧି ରେ ଲକ ଡାଉନ ବଳବତର ଥିବା ସତ୍ୱେ ଏହା ପ୍ରାପ୍ତ ହୋଇ ପାରିଛି। ପୂର୍ବତଟ ରେଳପଥ ଏହି ସଫଳତାର ଶ୍ରେୟ, ଏହାର ତିନୋଟି ମଣ୍ଡଳ ରେ କାର୍ୟ୍ୟରତ ପରିଶ୍ରମୀ ଓ ଉତ୍ସର୍ଗୀକୃତ କର୍ମଚାରୀମାନଂକୁ ଓ କୋଇଲାଖଣି, ବନ୍ଦର, ଇସ୍ପାତ କାରଖାନା, ସିମେଂଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଓ ଭାରତୀୟ ଖାଦ୍ୟ ନିଗମ କୁ ଅନ୍ତର୍ଭୁକ୍ତ କରି ସମସ୍ତ ଷ୍ଟେକ ହୋଲଡର ମାନେ କରିଥିବା ଉଦ୍ୟମକୁ ସମ୍ପୂର୍ଣ ରୂପେ ଉତ୍ସର୍ଗ କରୁଛି। ବିଭିନ୍ନ ରାଜ୍ୟ ସରକାର ମାନେ ମଧ୍ୟ ଏହି କୋଭିଡ-୧୯ର ବିପଦ ସମୟରେ, ଯେତେବେଳେ ବି ଆବଶ୍ୟକ ହେଇଛି, ସହଯୋଗର ହାତ ବଢ଼ାଇଦେଇଛନ୍ତି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories