www.samajalive.in
Thursday, December 11, 2025
23.1 C
Bhubaneswar

ପ୍ରାରମ୍ଭିକସ୍ତରରେ କରୋନା ସଂକ୍ରମିତଙ୍କୁ ଦିଆଯିବ ହାଇଡ଼୍ରୋକ୍ସି-କ୍ଲେରୋକ୍ବିନ୍

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ ୧୯ ସଂକ୍ରମିତମାନଙ୍କ ପାଇଁ ସଂଶୋଧିତ କ୍ଲିନିକାଲ ମ୍ୟାନେଜମେଣ୍ଟ ନିୟମାବଳୀ ଜାରି କରିଛି। ଏହି ନୂଆ ନିୟମାବଳୀରେ ଲକ୍ଷଣ ଓ ବିଭିନ୍ନ ସ୍ତରରେ ଚିକିତ୍ସାର ଉପାୟ ବିଷୟରେ କୁହାଯାଇଛି। ଏଥିରେ ମନ୍ତ୍ରଣାଳୟ ମଧ୍ୟ ରେମ୍‍ଡେସିବିର୍‍ Remdesivir, କନ୍‍ବାଲେସେଣ୍ଟ ପ୍ଲାଜମା, ଟୋସିଲିଜୁମାବ ଏବଂ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‍ଗୁଡ଼ିକର ବ୍ୟବହାର ସଂକ୍ରାନ୍ତରେ ବିସ୍ତୃତଭାବେ ବ୍ୟାଖ୍ୟା କରିଛି। ମନ୍ତ୍ରଣାଳୟ କହିଛି ଏହିସବୁ ଔଷଧ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନାହିଁ ଓ ଏଗୁଡ଼ିକର ବ୍ୟବହାର କିଛି ସୀମିତ ଶ୍ରେଣୀର ସଂକ୍ରମିତଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ।

ନିୟମ ଅନୁସାରେ ରେମ୍‍ଡେସିବିର୍‍ ଔଷଧର ମାତ୍ରା ବିଷୟରେ ମନ୍ତ୍ରଣାଳୟ ଦ୍ୱାରା ସୁପାରିଶ କରାଯାଇଛି। ଏହି ଔଷଧ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୋଭିଡ ନାଇଣ୍ଟିନ୍‍ ରୋଗୀମାନଙ୍କୁ ୫ଦିନ ପାଇଁ ଦିଆଯିବ। ମନ୍ତ୍ରଣାଳୟ କହିଛି ରେମ୍‍ଡେସିବିର୍‍ ଔଷଧ କିଛି ସୀମିତ ରୋଗୀଙ୍କ ପାଇଁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇଥାଏ। ଏହାକୁ ବିଶେଷ ଗୁରୁତର ରୋଗୀମାନଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇନଥାଏ। କେବଳ ଯେଉଁମାନଙ୍କୁ ଅକ୍ସିଜେନ୍‍ ଦିଆଯାଉଥାଏ ସେହିମାନଙ୍କୁ ଏହି ଔଷଧ ଦିଆଯାଇଥାଏ। ତା’ଛଡା କୌଣସି ଗର୍ଭବତୀ ମହିଳା କିମ୍ବା ସଦ୍ୟପ୍ରସୂତା ମହିଳା ଓ ୧୨ବର୍ଷରୁ କମ୍‍ ବୟସର ପିଲାମାନଙ୍କୁ ମଧ୍ୟ ଏହି ଔଷଧ ଦିଆଯାଇନଥାଏ।

- Advertisement -

ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍‍କୁ କୋଭିଡ ନାଇଣ୍ଟିନ୍‍ ସଂକ୍ରମିତମାନଙ୍କୁ ପ୍ରାରମ୍ଭିକ ସ୍ତରରେ ଦିଆଯିବାକୁ ମନ୍ତ୍ରଣାଳୟ ସୁପାରିଶ କରିଛି। ଗୁରୁତର ଅବସ୍ଥାରେ ଥିବା କୋଭିଡ ନାଇଣ୍ଟିନ୍‍ ରୋଗୀମାନଙ୍କୁ ଏହା ଦିଆଯାଇ ପାରିବ ନାହିଁ। ତେବେ ତୋସିଲିଜୁମାବ ଔଷଧ ବିଶେଷ ଗୁରୁତର ହୋଇନଥିବା ଓ ଅଧିକ ଔଷଧ ଆବଶ୍ୟକ କରୁଥିବା ରୋଗୀମାନଙ୍କୁ ଦିଆଯାଇପାରେ।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories