www.samajalive.in
Wednesday, December 10, 2025
14.1 C
Bhubaneswar

ଫିଜିକାଲ ଓ ଭର୍ଚୁଆଲ ପ୍ଲାଟଫର୍ମରେ ହେବ ରାଜ୍ୟସଭାର ମୌସୁମି ଅଧିବେଶନ

ନୂଆଦିଲ୍ଲୀ : ରାଜ୍ୟସଭାରେ ମୌସୁମି ଅଧିବେଶନ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଉଭୟ ଫିଜିକାଲ ଓ ଭର୍ଚୁଆଲ ଫ୍ଲାଟଫର୍ମରେ ଏହି ଅଧିବେଶନ ହେବ ବୋଲି ଜଣାଯାଇଛି। ଅର୍ଥାତ୍‌ ଅଧିବେଶନ ସମୟରେ ରାଜ୍ୟସଭାର କିଛି ସଦସ୍ୟଙ୍କୁ ଗୃହରେ ବସିବାକୁ ଅନୁମତି ଦିଆଯିବ ଓ ଅନ୍ୟ କେତେକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିବେ। ସାମାଜିକ ଦୂରତା ରକ୍ଷା କରିବା ପୂର୍ବକ ସଦସ୍ୟମାନଙ୍କୁ ଗୃହ ଓ ଗୃହର ଗ୍ୟାଲେରିରେ ବସିବାକୁ ଦିଆଯିବ। ଯେଉଁମାନେ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିବେ ସେମାନଙ୍କ ପାଇଁ ସେଣ୍ଟ୍ରାଲ ହଲ୍ କିମ୍ବା ବାଲଯୋଗୀ ଅଡିଟୋରିୟମ୍‌ରେ ବ୍ୟବସ୍ଥା କରାଯିବ। ଶୁକ୍ରବାର ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମୌସୁମୀ ଅଧିବେଶନ ଆୟୋଜନ ନେଇ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟସଭାର ଚାମ୍ବର ଓ ଗ୍ୟାଲେରୀରେ ସାମାଜିକ ଦୂରତା ରକ୍ଷାକରି ୧୨୭ ସଦସ୍ୟଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇପାରିବ। ଅବଶିଷ୍ଟ ସଦସ୍ୟ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଉପସ୍ଥିତ ରହିବେ। ତେବେ ଗୃହରେ ପ୍ରଶ୍ନକାଳ, ମତଦାନ, ନୂଆ ସଦସ୍ୟଙ୍କ ଶପଥ ଗ୍ରହଣ ଆଦି ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଛି। ଏ ସମ୍ପର୍କରେ ସବିଶେଷ ଆକ୍ସନ ପ୍ଲାନ ଆଗାମୀ ସପ୍ତାହରେ ଉପସ୍ଥାପନ କରାଯିବ। ରାଜ୍ୟସଭା ଅଧିବେଶନର ସଫଳତା ପରେ ଲୋକସଭା ଅଧିବେଶନକୁ ଅନୁରୂପ ଭାବେ ଆୟୋଜନ କରାଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories