www.samajalive.in
Tuesday, December 9, 2025
19.1 C
Bhubaneswar

ଗୁରୁବାର ରାଶିଫଳ ( ୨। ୭। ୨୦୨୦ )

ମେଷ: କାର୍ଯ୍ୟରେ ପଛଘୁଞ୍ଚା ଦେବେ ନାହିଁ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରଧନରେ ଧନୀ ହୋଇପାରନ୍ତି। ଅପଦସ୍ଥ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

ବୃଷ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସୁଖକର ଘଟଣା ଘଟିବ। କାର୍ଯ୍ୟରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ।

- Advertisement -

ମିଥୁନ: ଧୀରେ, ସୁସ୍ଥେ କାର୍ଯ୍ୟ ହାସଲ କରିପାରନ୍ତି। ଦୃଢ଼ ମନୋବଳକୁ ପାଥେୟ କରି ଶତ୍ରୁ ସହିତ ମୁକାବିଲା କରିବେ। ଶତ୍ରୁକୁ ପରାଜିତ କରି ମାନସିକ ସ୍ତରରେ ଶାନ୍ତି ପାଇବେ। ଋଣ ପରିଶୋଧ କରିପାରନ୍ତି।

କର୍କଟ: ପଢ଼ା-ପଢ଼ିରେ ମନୋନିବେଶ କରିବେ। ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି। ଶୁଭ ସମାଚାର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସଙ୍ଗୀତଜ୍ଞ ହୋଇପାରନ୍ତି। ନୃତ୍ୟ ପ୍ରିୟ ହେବେ। ସନ୍‌ମାର୍ଗୀ ହେବେ।

ସିଂହ: ସାଧାରଣକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ଓ ଧନାଢ଼୍ୟ ହେବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବ। ସରକାରୀ ଅର୍ଥ ପାଇପାରନ୍ତି।

କନ୍ୟା: ମିଳିମିଶି କାର୍ଯ୍ୟ କରିବେ। ଆଶାବାଦୀ ହୋଇପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ କରଣୀୟ । ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତିର ମାତ୍ରା ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଅସାଧ୍ୟ ସାଧନ ହେବ।

ତୁଳା: ଅର୍ଥାଗମ ହେବ। ଆଶାବାଦୀ ହୋଇପାରନ୍ତି। ପ୍ରସନ୍ନ ମୂର୍ତ୍ତି ଓ ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ନିଃଶଙ୍କ ହେବେ। ମନରେ ଗର୍ବଭାବ ବହନ କରିପାରନ୍ତି। ସ୍ତ୍ରୀ-ପୁତ୍ର ପାଇଁ ସମୟେସମୟେ ଚିନ୍ତିତ ହୋଇପାରନ୍ତି।

ବିଛା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ଥ ଓ ନିରାମୟ ରହିବେ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ। ପାରିବାରିକ ସୁଖ ମିଳିବ।

ଧନୁ: ଅଧିକ ବ୍ୟୟର ସମ୍ମୁଖୀନ ହେବେ। ଶାସ୍ତ୍ରପଟୁ, ପୁଣ୍ୟଦେହୀ, ସୁବର୍ଣ୍ଣାଦିଯୁକ୍ତ, ସୁନ୍ଦର ଓ ରାଜବଂଶ ପୂଜିତ ହେବେ। ସିଦ୍ଧିପ୍ରାପ୍ତ ହେବେ। ଅନ୍ୟ ଦେଶରେ ରାଜ ସମ୍ମାନଯୁକ୍ତ ହୋଇପାରନ୍ତି। ବିବାଦୀୟ ବିତର୍କରେ ଚୁପ୍‌ ରହିବେ।

ମକର: ମହତ୍‌ କାର୍ଯ୍ୟ କରି ଆତ୍ମ ସନ୍ତୋଷ ଲାଭ କରିବେ। ଆନନ୍ଦଦାୟକ ଖବର ପାଇବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‌କର୍ମରେ ନିୟୋଜିତ ହେବେ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

କୁମ୍ଭ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସୁ ସମ୍ବାଦ ଶୁଣି ଉତ୍‌ଫୁଲ୍ଲିତ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ନୂତନ ଧରଣର ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।

ମୀନ: କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି; ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ଭାଗ୍ୟଶାଳୀ ହେବେ।

Hot this week

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

Related Articles

Popular Categories