www.samajalive.in
Monday, December 8, 2025
14.1 C
Bhubaneswar

ଗୁରୁବାର ରାଶିଫଳ ( ୨୩। ୭। ୨୦୨୦)

ମେଷ: ଶୁଭ ଖବର ପାଇ ଖୁସି ହେବେ। ଅଧିକ ରୋଜଗାର ଆଶାରେ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ପରଧନରେ ଧନୀ ହେବେ।

ବୃଷ: ଧର୍ମାଶ୍ରିତ ହେବେ। କର୍ମଚଞ୍ଚଳ ରହିବେ। ବିଦ୍ୟାବାନ୍‌ ହୋଇପାରନ୍ତି। ହସ-ଖୁସିରେ ଦିନଟି ବିତାଇ ପାରନ୍ତି। ପ୍ରିୟଭାଷୀ ଓ ଧନ-ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ସୁଖୀ ହେବେ।

- Advertisement -

ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହୋଇପାରନ୍ତି। ମେଧାବୀ ଓ ଦୟାଳୁ ସ୍ବଭାବର ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ପରୋପକାରୀ ହେବେ। ଧନଧାନ୍ୟରେ ପରିପୁଷ୍ଟ ହେବା ଆଶା କରାଯାଏ।

କର୍କଟ: ନୃତ୍ୟ-ସଙ୍ଗୀତ ପ୍ରିୟ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ବିଭିନ୍ନ ଦିଗରୁ ସ୍ବଳ୍ପ ପରିମାଣର ଧନଲାଭ ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ସିଂହ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଯଶସ୍ବୀ ହେବେ। ଅପାର ଗୁଣର ଅଧିକାରୀ ହେବେ। ଧନବାନ୍‌ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ଚିନ୍ତାଧାରା ମହତ ହେବ। ସାଧନା ଫଳଦାୟକ ହେବ।

କନ୍ୟା: ସଂଯମୀ ହୋଇପାରନ୍ତି। ସଙ୍ଗୀତପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ଧନଶାଳୀ ହେବା ଆଶା କରାଯାଏ। ସରକାରୀ ଅର୍ଥ ମିଳିପାରେ। ସତ୍‌କର୍ମରେ ଅଧିକ ବ୍ୟୟ କରିପାରନ୍ତି। ସୁଭାଷୀ ଓ ସୁବକ୍ତା ହେବେ।

ତୁଳା: ମିଳିଥିବା ସୁଯୋଗକୁ ହାତଛଡ଼ା କରିବେ ନାହିଁ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଉପୁଜି ଥିବା ସମସ୍ୟା ଦୂର ହେବ। ସମ୍ମାନିତ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଭୋଗୀ ଓ ଗୁଣବାନ୍‌ ହେବେ। ପ୍ରସନ୍ନତା ଲାଭ କରିବେ।

ବିଛା: ଜଟିଳ କାର୍ଯ୍ୟକୁ ସରଳ କରିବାରେ ସିଦ୍ଧହସ୍ତ ହେବେ। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି। ଉପୁଜିଥିବା ସମସ୍ୟା ଦୂର ହେବ। କାର୍ଯ୍ୟ ହାସଲରେ ସଫଳ ହେବେ। ବିଭାଗୀୟ ଅର୍ଥ ମିଳିବ। କୀର୍ତ୍ତିମାନ୍‌ ହୋଇପାରନ୍ତି। ଗୁଣବାନ୍‌ ହେବେ।

ଧନୁ: କାର୍ଯ୍ୟ ମାନ୍ଦା ଗତିରେ ଚାଲିବ; ମାତ୍ର ସଫଳତା ନିଶ୍ଚିତ ମିଳିବ। ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନ୍ତି। ଚରିତ୍ରବାନ୍‌ ହେବେ। ଅଧିକ ଉତ୍ସାହିତ ହୋଇ କାର୍ଯ୍ୟ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରଳ ବିଶ୍ବାସୀ ହେବେ। ଚିନ୍ତନ ଉନ୍ନତମାନର ହେବ।

ମକର: ଦାନଶୀଳ ହୋଇପାରନ୍ତି। ଗୁଣବାନ୍‌ ଓ ଧନବାନ୍‌ ହେବେ। ଖର୍ଚ୍ଚାନ୍ତ ହେବେ। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ଯାନବାହନ ଓ ଜଳଯାତ୍ରାରେ ସତର୍କ ରହିବେ।

କୁମ୍ଭ: କ୍ରୀଡ଼ାକ୍ଷେତ୍ରରେ କୃତିତ୍ବ ଅର୍ଜନ କରିବେ। ଦୃଢ଼ ମନୋଭାବ ନେଇ କାର୍ଯ୍ୟ କରି ଚାଲିବେ। ଧର୍ମକାର୍ଯ୍ୟ ସଂପାଦନ କରିପାରନ୍ତି। ପାରିବାରିକ ସୁଖ-ଶାନ୍ତି ମିଳିବ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ପତିବ୍ରତା ପତ୍ନୀଙ୍କ ପରାମର୍ଶରେ ଚଳିବେ।

ମୀନ: କୌଣସି କାର୍ଯ୍ୟରେ ବିଫଳ ହେବେ ନାହିଁ। ବିଭିନ୍ନ ଦିଗରୁ ସହାୟତା ପାଇ ଶତ୍ରୁ ଦମନ କରିପାରନ୍ତି। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସମ୍ପତ୍ତିବାନ୍‌ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ସୁଖୀ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories