www.samajalive.in
Saturday, December 13, 2025
26.1 C
Bhubaneswar

ରାସ୍ତା କଡ଼ରେ ବସିଥିବା ଲୋକଙ୍କୁ ଧକ୍କା ଦେଲା କାର ; ୨ ମୃତ ,୨ ଆହତ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ଅଂଚଳରେ ଏକ ଦ୍ରୁତ ଗତିରେ କାର ରାସ୍ତାକଡ଼ରେ ବସିଥିବା ୪ ଲୋକଙ୍କୁ ଧକ୍କା ଦେଇଛି। କାଟଜୁ ମାର୍ଗ ଥାନା ଅନ୍ତର୍ଗତ ୧୬ ନମ୍ବର ସେକ୍ଟର ଅଂଚଳରେ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ନାବାଳକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ହରିଶ (୪୩) ଅନ୍ୟ ଜଣେ ମହିଳା । ଆହତଙ୍କ ମଧ୍ୟରେ ୧୧ ବର୍ଷ ଓ ୫ ବର୍ଷର ଦୁଇ ନାବାଳକ। ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, କାଟଜୁ ମାର୍ଗ ଥାନା ଅନ୍ତର୍ଗତ ୧୬ ନମ୍ବର ସେକ୍ଟର ଅଂଚଳରେ ଏହି ଘଟଣା ଘଟିଛି। ମଙ୍ଗଳବାର ସନ୍ଧ୍ୟା ୬ଟା ସମୟରେ ଏକ ଦ୍ରୁତ ଗତିରେ କାର ଆସି ନିୟନ୍ତ୍ରଣ ହରାଇ ମନ୍ଦିର ନିକଟ ରାସ୍ତା କଡ଼ରେ ବସିଥିବା ଲୋକଙ୍କୁ ଧକ୍କା ଦେଇଥିଲା। ଏଥିରେ ହରିଶ (୪୩)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ମହିଳାଙ୍କୁ ମେଡ଼ିକାଲ ନେବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ଓ ଦୁର୍ଘଟଣାରେ ୨ ଜଣ ଶିଶୁ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣା ପରେ କାରରେ ଥିବା କିଛି ଯୁବକ ଘଟଣାସ୍ଥଳରୁ କାର ଛାଡ଼ି ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି କାରରେ ଥିବା କାଗଜପତ୍ରର ଯାଂଚ କରିବା ପରେ ୨ ଜଣଙ୍କୁ ଚିହ୍ନଟ କରି ଗିରଫ କରିଛି। କାରଟିକୁ ମଧ୍ୟ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories