www.samajalive.in
Wednesday, December 10, 2025
16.1 C
Bhubaneswar

କରୋନା ପ୍ରଭାବ ; ମାଇକ୍‌ରେ ଚାଲିଛି ପାଠପଢ଼ା

ମହାନଗରୀ, ନଗରୀରେ ରହୁଥିବା ଛାତ୍ରଛାତ୍ରୀମାନେ ଅନ୍-ଲାଇନ୍‌ରେ ଏବେ ପାଠ ପଢ଼ୁଛନ୍ତି। କାରଣ କରୋନା ଭାଇରସ୍‌‌ର ଭୟାବହତାକୁ ଲକ୍ଷ୍ୟ କରି ସରକାର ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେଇନାହାନ୍ତି। ସହରୀ ଢାଞ୍ଚାରେ ମେଟ୍ରୋ ସହରରେ ପାଠ ପଢ଼ାଚାଲିଥିବାବେଳେ ଗ୍ରାମାଞ୍ଚଳର ପିଲା ମଧ୍ୟ ଆଗେଇ ଚାଲିଛନ୍ତି। ଝାଡ଼ଖଣ୍ଡର ଏକ ଗ୍ରାମ ବନକାଠି, ସ୍ଥାନୀୟ ଶିକ୍ଷକଶିକ୍ଷୟିତ୍ରୀ ଏଇ ସମୟରେ ନେଇଥିବା ପଦକ୍ଷେପକୁ ସର୍ବଭାରତୀୟସ୍ତରରେ ଉ୍ଚ୍ଚପ୍ରଶଂସିତ କରାଯାଇଛି। ଗାଁଗଣ୍ଡାରେ ଅବା ଲୋକଙ୍କ ପାଖରେ ସ୍ମାର୍ଟଫୋନ୍, ଟାବଲେଟ୍ ଓ ଲ୍ୟାପଟପ୍ କେଉଁଠୁ ଆସିବ? ପାଠପଢ଼ାରେ ଯେପରି ଅବହେଳା ନ ହେଉ, ସେଥିପାଇଁ ସ୍ଥାନୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ କେତୋଟି ମାଇକ୍ ଯୋଗାଡ କରି ଗ୍ରାମର ବିଭିନ୍ନ ପ୍ରାନ୍ତର ବଡ଼ବଡ଼ ଗଛରେ ଲଗାଇଲେ। ଗାଁରେ ଥିବା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛି। ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୪୬। ୨୦୪ଜଣ ଅଭିଭାବକଙ୍କ ନିକଟରେ ସ୍ମାର୍ଟଫୋନ୍ ନାହିଁ। ମାଇକ୍‌ରେ ଦୈନିକ ପ୍ରତ୍ୟେକ ଶ୍ରେଣୀ ନିମନ୍ତେ ୧ଘଣ୍ଟା ପାଠପଢ଼ାଚାଲୁଛି। ଛାତ୍ରଛାତ୍ରୀ ପଢ଼ାରେ ଅସୁବିଧା ହେଲେ ସେମାନେ ଫୋନ୍ ଯୋଗେ ଶିକ୍ଷକଙ୍କୁ ଯୋଗାଯୋଗ କରିଥାନ୍ତି। ତହଁି ଆରଦିନ ଶିକ୍ଷକ ସେମାନଙ୍କୁ ମାଇକ୍‌ ପଢ଼ାରେ ଏସବୁ ବୁଝାଇଥାନ୍ତି। ଦିଲ୍ଲୀ, ମୁମ୍ବଇର ଲୋକେ ଏହି ଖବର ପାଇବା ପରେ ବନକାଠି ଗ୍ରାମର ଶିକ୍ଷକ ସଂଘର ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି। ମୁମ୍ବଇ ନିବାସୀ ଜନୈକ ବ୍ୟକ୍ତି କହିଛନ୍ତି, ଆମ ପିଲାଙ୍କୁ ସବୁ ସୁବିଧା ଯୋଗାଇବା ସତ୍ତ୍ବେ ପାଠପଢ଼ାରେ ସେମାନଙ୍କର ମନ ନାହିଁ। ଏପରିସ୍ଥଳେ ଗାଁ ପିଲାଙ୍କ ଆଗ୍ରହକୁ ଦେଖି ସେମାନଙ୍କୁ ଆତ୍ମସନ୍ତୋଷ ମିଳୁଥିବାର ଲୋକେ କହିଛନ୍ତି। n

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories