www.samajalive.in
Saturday, December 13, 2025
26.1 C
Bhubaneswar

କାର୍ତ୍ତି ଚିଦମ୍ବରମଙ୍କ ରିମାଣ୍ଡ ଅବଧି ୩ ଦିନ ବଢ଼ିଲା

ନାଗପୁର: ଆଇଏନଏକ୍ସ ମିଡିଆ ଲାଞ୍ଚ ମାମଲାରେ ଅଭିଯୁକ୍ତ କାର୍ତ୍ତି ଚିଦାମ୍ବରମଙ୍କ ରିମାଣ୍ଡ ଅବଧିକୁ ଅଦାଲତ ୩ ଦିନ ପର୍ୟ୍ୟନ୍ତ ବଢ଼ାଇ ଦେଇଛନ୍ତି। ସିବିଆଇ ଆଜି କୋର୍ଟରେ କାର୍ତ୍ତିଙ୍କୁ ୯ ଦିନର ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା।
ସିବିଆଇ କୋର୍ଟରେ ଅଭିଯୋଗ କରିଛି ଯେ କାର୍ତ୍ତି ତଦନ୍ତରେ ସହଯୋଗ କରୁ ନାହାନ୍ତି। ତାଙ୍କ ମୋବାଇଲ ଜବତ କରାଯାଇଛି। କାର୍ତ୍ତିଙ୍କୁ ପାସଓ୍ଵାର୍ଡ ମାଗିବାରୁ ସେ ଦେବାକୁ ମନା କରି ଦେଇଥିଲେ। ଏହି ମାମଲାରେ ଅଧିକ ତଥ୍ୟ ହାସଲ ପାଇଁ କାର୍ତ୍ତିଙ୍କୁ ଅଧିକ ପଚରାଉଚରା କରିବାର ଆବଶ୍ୟକତା ରହିଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୯ରେ ହେବ। ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ତାଙ୍କର ପିତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ମଧ୍ୟ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories