www.samajalive.in
Sunday, December 7, 2025
26.1 C
Bhubaneswar

ବିପିୟୁଟି ପକ୍ଷରୁ ହୋମବେସଡ୍ ଓପନବୁକ୍‍ ଅନ୍‍ଲାଇନ ପରୀକ୍ଷା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ବିଭିନ୍ନ ପାଠ୍ୟକ୍ରମ ନିମନ୍ତେ ଫାଇନାଲ ସେମିଷ୍ଟର ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ହୋମବେସଡ୍ ଅନ୍‍ଲାଇନ ପରୀକ୍ଷା ଜୁଲାଇ ୯ରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରଥମ ଥର ପାଇଁ ଏହିଭଳି ହୋମବେସଡ୍ ଅନ୍‍ଲାଇନ ପରୀକ୍ଷା ଆୟୋଜନ କରାଯାଉଛି। ଏଭଳି ପରୀକ୍ଷା ଓପନ ବୁକ୍‍ ବ୍ୟବସ୍ଥାରେ ଏବଂ ଇନୋଭେଟିଭ ପ୍ରଶ୍ନ ତଥା ଆଉଟ୍‍କମ୍‌ ବେସ୍‍ଡ ଏଜୁକେସନ ସିଷ୍ଟମ୍‍ରେ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ।

ବି ପ୍ଲାନ ଓ ବି ଆର୍କ ପରୀକ୍ଷା ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଏବଂ ବି ଫାର୍ମା ପରୀକ୍ଷା ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏମ୍‌ବିଏ ରେଗୁଲାର ପରୀକ୍ଷା ୧୭ରୁ ୨୫, ବିଟେକ୍‍ ୨୦ ଏବଂ ୨୧ ତାରିଖ ଦୁଇଦିନ, ଏମ୍‌ଏସ୍‌ସି ଇଣ୍ଟିଗ୍ରେଟେଡ଼ ଏବଂ ଏମ୍‌ବିଏ ପିଟି ପରୀକ୍ଷା ୨୫ରୁ ୨୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ବିପିୟୁଟି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ପାଇଁ କେତେକ ବିଷୟରେ ମୋଟ ୭୦ ମାର୍କ ରଖାଯାଇଥିବାବେଳେ ସେଥିପାଇଁ ୧୨୦ଟି ଅବ୍‍ଜେକ୍ଟିଭ ପ୍ରଶ୍ନ ଆସିବ। ଆଉ କେତେକ ବିଷୟରେ ୧୦୦ ମାର୍କ ପାଇଁ ୧୫୦ଟି ଅବ୍‍ଜେକ୍ଟିଭ ପ୍ରଶ୍ନ ଆସିବ। ପ୍ରଶ୍ନଗୁଡ଼ିକ ମଲ୍‍ଟିପୁଲ ଚଏସ୍‌ ଭିତ୍ତିକ ହେବ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସମୟରେ ମୋବାଇଲ ଫୋନ୍‌ ବାରଣ କରାଯାଇଥିବାବେଳେ ସେମାନେ ନିଜ ପାଖରେ ନୋଟ୍‍ ଏବଂ ପାଠ୍ୟପୁସ୍ତକ ରଖିପାରିବେ। ଏହି ପରୀକ୍ଷାରେ କୌଣସି ନେଗେଟିଭ୍‍ ମାର୍କିଂ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କ ସ୍କିଲ ଡେଭଲପମେଣ୍ଟ ଆଣ୍ଡ ଟେକ୍‍ନିକାଲ ଏଜୁକେସନ ପକ୍ଷରୁ ଓଡ଼ିଶା ଏବଂ ଅନ୍ୟରାଜ୍ୟର ବୈଷୟିକ ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଯେଉଁ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇପାରିବେନାହିଁ, ସେମାନେ ବିଶ୍ୱବିଦ୍ୟାଳୟ ଖୋଲିବା ପରେ କ୍ୟାମ୍ପସ୍‌ରେ ଅଫ୍‍ଲାଇନରେ ପରୀକ୍ଷା ଦେଇପାରିବେ। ଯେଉଁ ଛାତ୍ରଛାତ୍ରୀଙ୍କର ଡେସ୍କଟପ୍‍ ଅଥବା ଲାପ୍‍ଟପ ନାହିଁ ସେମାନେ ନିକଟସ୍ଥ ସରକାରୀ କଲେଜ କର୍ତ୍ତୃପକ୍ଷଙ୍କ ସହାୟତା ନେଇପାରିବେ ବୋଲି କୁହାଯାଇଛି।

- Advertisement -

ଏହି ଅନ୍‍ଲାଇନ ପରୀକ୍ଷା ପୂର୍ବରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୫୭ କଲେଜର ସମସ୍ତ ପ୍ରିନ୍‌ସିପାଲ, ଏକ୍‍ଜାମିନେସନ ଇନଚାର୍ଜ, ଫାକଲ୍‌ଟି ଏବଂ ଛାତ୍ରଛାତ୍ରୀଙ୍କ ନିମନ୍ତେ ମକ୍‍ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି। ବି ପ୍ଲାନ ଓ ବି ଆର୍କ ପାଇଁ ମକ୍‍ଟେଷ୍ଟ ଜୁଲାଇ ୨ ଓ ୩ତାରିଖ, ଏମବିଏ ରେଗୁଲାର ପାଇଁ ୬ ଓ ୭ତାରିଖ, ବି ଟେକ୍‍ ପାଇଁ ଜୁଲାଇ ୮ରୁ ୧୦ ତାରିଖ, ଏମଏସସି ଇଣ୍ଟିଗ୍ରେଟେଡ ଏବଂ ଏମ୍‌ବିଏ ପିଟି ପାଇଁ ମକ୍‍ଟେଷ୍ଟ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ସମସ୍ତଙ୍କୁ ଏଭଳି ନୂଆ ପରୀକ୍ଷା ପଦ୍ଧତି ସହିତ ପରିଚିତ କରାଇବାକୁ ଏଭଳି ମକ୍‍ଟେଷ୍ଟ କରାଯାଉଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories